Masthead

ଆଉ ଜଣେ IPS ଦେଲେ ଇସ୍ତଫା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଉ ଜଣେ ଓଡ଼ିଶା କ୍ୟାଡର୍ IPS ନିଜ ପଦରୁ ଦେଲେ ଇସ୍ତଫା । ଜଗମୋହନ ମୀନାଙ୍କ ପରେ ୨୦୨୫ ବ୍ୟାଚର IPS ସିଏ ରାମଦାସଙ୍କ ଇସ୍ତଫା । ବର୍ତ୍ତମାନ ହାଇଦ୍ରାବାଦ SVPNPA ରେ ଟ୍ରେନିଂ ନେଉଥିଲେ । ମହାରାଷ୍ଟ୍ରର ରାମଦାସଙ୍କୁ ନିକଟରେ ଓଡ଼ିଶା କ୍ୟାଡର IPS ନିଯୁକ୍ତି ଦିଆଯାଇଥିଲା । ଏବେ ଟ୍ରେନିଂର ପ୍ରଥମ ପର୍ଯ୍ୟାୟରେ ଥିବାରୁ କେଉଁଠି ଦାୟିତ୍ୱ ନିର୍ବାହ କରିନାହାନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ଓ ପ୍ରଶାସନିକ ସେବାରେ ବିଧିବଦ୍ଧ ଭାବେ ଯୋଗ ନଦେଉଣୁ ଟ୍ରେନିଂ ଅଧାରୁ ହିଁ ଚାକିରିକୁ ବାଏ-ବାଏ କହିଛନ୍ତି ୨୦୨୫ ବ୍ୟାଚର ଓଡ଼ିଶା କ୍ୟାଡର ଯୁବ ଆଇପିଏସ୍ ଚଉଧର ଅଭିଜିତ ରାମଦାସ। ମାତ୍ର ୩୩ ବର୍ଷ ବୟସରେ ଏଭଳି ସମ୍ମାନଜନକ ପଦବୀରୁ ମୁହଁ ଫେରାଇ ନେବା ଘଟଣା ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, ଇସ୍ତଫା ଦେଇଥିବା ଏହି ଅଫିସର ହେଉଛନ୍ତି ୨୦୨୫ ବ୍ୟାଚର ଆଇପିଏସ୍ ଚଉଧର ଅଭିଜିତ ରାମଦାସ। ତାଙ୍କର ମୂଳ ଘର ମହାରାଷ୍ଟ୍ରରେ ହୋଇଥିବା ବେଳେ, ୟୁପିଏସସିରେ କୃତକାର୍ଯ୍ୟ ହେବା ପରେ ତାଙ୍କୁ ଓଡ଼ିଶା କ୍ୟାଡର ମିଳିଥିଲା। ବର୍ତ୍ତମାନ ସେ ହାଇଦ୍ରାବାଦ ସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାସନାଲ ପୋଲିସ ଏକାଡେମୀରେ ନିଜର ଟ୍ରେନିଂ ନେଉଥିଲେ। ତେବେ ଟ୍ରେନିଂ ଅଧାରେ ଥିବା ବେଳେ ସେ ହଠାତ୍ ନିଜର ଇସ୍ତଫାପତ୍ର ଏନପିଏର ଡିଜିଙ୍କ ନିକଟରେ ପ୍ରଦାନ କରିଛନ୍ତି। ମାତ୍ର ୩୩ ବର୍ଷ ବୟସରେ କଠିନ ପରିଶ୍ରମ କରି ଏଭଳି ଏକ ସମ୍ମାନଜନକ ପଦବୀ ହାସଲ କରିବା ଏବଂ ପ୍ରଶାସନିକ ସେବାରେ ବିଧିବଦ୍ଧ ଭାବେ ଯୋଗ ନଦେଉଣୁ ଚାକିରିରୁ ମୁହଁ ଫେରାଇ ନେବା ଘଟଣା ଏବେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ତାଙ୍କର ଏହି ହଠାତ୍ ନିଷ୍ପତ୍ତି ପଛର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇପାରି ନାହିଁ। ଗୋଟିଏ ପଟେ ବରିଷ୍ଠ ଆଇପିଏସ୍ ତଥା ରାଜଧାନୀର ଡିସିପି ଜଗମୋହନ ମୀନା ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ଭିଆରଏସ୍ ନେଇଥିବା ବେଳେ, ଏବେ ଜଣେ ଓଡ଼ିଶା କ୍ୟାଡରର ଟ୍ରେନିଂପ୍ରାପ୍ତ ନୂଆ ଅଫିସରଙ୍କ ଇସ୍ତଫା ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀଙ୍କ ମଧ୍ୟରେ ଚର୍ଚ୍ଚାର ଖୋରାକ ଯୋଗାଇଛି। ଲଗାତାର ଭାବେ ଆଇପିଏସ୍ ସ୍ତରର ଅଧିକାରୀମାନେ ଏଭଳି ଚାକିରିରୁ ଦୂରେଇ ଯିବା ପଛରେ ବ୍ୟକ୍ତିଗତ କାରଣ ରହିଛି ନା ଆଉ କିଛି, ତାହାକୁ ନେଇ ଏବେ ସାଧାରଣରେ ନାନା କଳ୍ପନାଜଳ୍ପନା ଲାଗିରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଫୁ କ୍ୱୋକ୍ ଦ୍ୱୀପରେ ବୁଡି ୧୫ ଭାରତୀୟ ମୃତ 🔴 ଚାଷ ଜମିରେ ଫସିଗଲା ଜନ୍ତା ଭାଲୁ 🔴 ବହିରେ ମାଳ ମାଳ ତ୍ରୁଟି,ତଦନ୍ତ କରିବ କ୍ରାଇମ ବ୍ରାଞ୍ଚ 🔴 ଚମ୍ପଟ ମାରିଲେ ପୁଲିସ୍ ASI ବାବୁ 🔴 ବୁଲୁଛନ୍ତି ନକଲି ଆଇଏଏସ୍-ଆଇପିଏସ୍!, ଅସଲି ଛାଡୁଛନ୍ତି ଚାକିରି 🔴 ସୁସ୍ଥ ହେଉଛନ୍ତି ମହାପ୍ରଭୁ, ଲାଗି ହେବ ଦଶମୂଳ ମୋଦକ 🔴 ଆଉ ଜଣେ IPS ଦେଲେ ଇସ୍ତଫା 🔴 ବଳ ଗୋଟାଉଛି ସିଜେପି, ବିଗିଡିଲାଣି ୱାଙ୍ଗଚୁକ୍ ସ୍ୱାସ୍ଥ୍ୟ 🔴 ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନରେ ହୋଇପାରେ ବିଳମ୍ବ 🔴 ମିଳିବ ସୁଭଦ୍ରାର ୫ମ କିସ୍ତି । 🔴 ଫୁ କ୍ୱୋକ୍ ଦ୍ୱୀପରେ ବୁଡି ୧୫ ଭାରତୀୟ ମୃତ 🔴 ଚାଷ ଜମିରେ ଫସିଗଲା ଜନ୍ତା ଭାଲୁ 🔴 ବହିରେ ମାଳ ମାଳ ତ୍ରୁଟି,ତଦନ୍ତ କରିବ କ୍ରାଇମ ବ୍ରାଞ୍ଚ 🔴 ଚମ୍ପଟ ମାରିଲେ ପୁଲିସ୍ ASI ବାବୁ 🔴 ବୁଲୁଛନ୍ତି ନକଲି ଆଇଏଏସ୍-ଆଇପିଏସ୍!, ଅସଲି ଛାଡୁଛନ୍ତି ଚାକିରି 🔴 ସୁସ୍ଥ ହେଉଛନ୍ତି ମହାପ୍ରଭୁ, ଲାଗି ହେବ ଦଶମୂଳ ମୋଦକ 🔴 ଆଉ ଜଣେ IPS ଦେଲେ ଇସ୍ତଫା 🔴 ବଳ ଗୋଟାଉଛି ସିଜେପି, ବିଗିଡିଲାଣି ୱାଙ୍ଗଚୁକ୍ ସ୍ୱାସ୍ଥ୍ୟ 🔴 ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନରେ ହୋଇପାରେ ବିଳମ୍ବ 🔴 ମିଳିବ ସୁଭଦ୍ରାର ୫ମ କିସ୍ତି ।