Before Header

ଥରହର କାବୁଲ, ୧୦୦ ମୃତ

0 44

(ବଡ଼ ଖବର ବ୍ୟୁରୋ): ବିସ୍ଫୋରଣରେ ଥରିଲା ଆଫଗାନିସ୍ତାନ । ଗତକାଲି କାବୁଲରେ ବିସ୍ଫୋରଣ ହୋଇଛି। ଏଥିରେ ଅତି କମରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ୧୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ପ୍ରାଣ ହରାଇଥିବା ଲୋକମାନଙ୍କ ମଧ୍ୟରେ ଅଧିକାଂଶ ଆମେରିକାର ସୈନିକ ଏବଂ ଡାକ୍ତରୀ କର୍ମଚାରୀ ଥିବା ଜଣାପଡ଼ିଛି। ଏହି ବିସ୍ଫୋରଣ ପାଇଁ ଦୁର୍ଦାନ୍ତ ଆତଙ୍କବାଦୀ ସଂଗଠନ ଆଇଏସ୍‌ ନିଜକୁ ଦାୟୀ କରିଛି।

ଏପରି ଆହୁରି ଅନେକ ଆତ୍ମଘାତୀ ଆକ୍ରମଣ କରିବ ‌ବୋଲି ସଂଗଠନ ଧମକ ଦେଇଛି। ଏହି ଆକ୍ରମଣକୁ ଭାରତ ଏବଂ ଆମେରିକା ସମେତ ଅନେକ ଦେଶ ନିନ୍ଦା କରିଛନ୍ତି। ତାଲିବାନ ମଧ୍ୟ ଏହାର ନିନ୍ଦା କରିଛି। ଭାରତ ପକ୍ଷରୁ କୁହାଯାଇଛି, ଆତଙ୍କବାଦୀ ସଂଗଠନ ଏବଂ ସେମାନଙ୍କୁ ଆଶ୍ରୟ ଦେଉଥିବା ଦେଶ ବିରୋଧରେ ଏକାଠି ହେବାର ସମୟ ଆସିଛି। କାବୁଲ ବିମାନବନ୍ଦର ଆବେ ଗେଟ୍ ନିକଟରେ ପ୍ରଥମ ବିସ୍ଫୋରଣ ହୋଇଥିବା ବେଳେ ପରେ ପରେ ଗୁଳି ଶବ୍ଦ ଶୁଭିଥିଲା।

ପରେ ପରେ ବ୍ୟାରନ ହୋଟେଲ ନିକଟରେ ହୋଇଥିଲା ଆଉ ଏକ ବିସ୍ଫୋରଣ। ଆମେରିକାରୁ ଏୟାରଲିଫ୍ଟ ପାଇଁ ଅପେକ୍ଷାରେ ଥିବା କିଛି ଆମେରିକୀୟ ନାଗରିକ ଏହି ହୋଟେଲରେ ଏକାଠି ହୋଇଥିଲେ। ଏଣୁ ଏହି ବିସ୍ଫୋରଣରେ ଜଣେ ଆମେରିକୀୟ ନାଗରିକଙ୍କ ମୃତ୍ୟୁ ହୋଇଥିବା ପେଣ୍ଟାଗନ୍ ସ୍ପଷ୍ଟ କରିଛି। ଏହାକୁ ନେଇ ଜୋ ବାଇଡେନ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି । ଆତଙ୍କବାଦୀଙ୍କୁ ଛାଡିବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.