ଚେତନଙ୍କ ଷ୍ଟିଙ୍ଗ ଅପରେଶନ, ଭରତୀୟ କ୍ରିକେଟରେ ବିସ୍ଫୋରଣ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ):  ଭାରତୀୟ କ୍ରିକେଟ ଟିମରେ ସବୁକିଛି ଠିକ ଚାଲୁନାହିଁ । ବିସ୍ପୋରକ ବୟାନ ଦେଲେ ଟିମର ମୁଖ୍ୟଚୟନକର୍ତ୍ତା ଚେତନ ଶର୍ମା । ଫିଟ ରହିବା ପାଇଁ ଇଞ୍ଜେକ୍ସନ ନେଉଛନ୍ତି ଖେଳାଳି । ଗାଙ୍ଗୁଲିଙ୍କୁ ହଟାଇବା ପାଇଁ ହୋଇଥିଲା ଷଡଯନ୍ତ୍ର । କୋହଲି ମଧ୍ୟ ହୋଇଥିଲେ ଷଡଯନ୍ତ୍ରର ଶିକାର । କୋହଲି- ରୋହିତଙ୍କ ମଧ୍ୟରେ ଅହଂକାରର ଲଢେଇ ଚାଲିଛି । ଈର୍ଷା ପାଇଁ ଗାଙ୍ଗୁଲି –କୋହଲିଙ୍କ ମଧ୍ୟରେ ହୋଇଥିଲା ଫାଟ । ଆହତ ହେବା ସତ୍ତେ ଦଳର ଚୟନ ବେଳେ ଇଞ୍ଜେକ୍ସନ ନେଇ ଫିଟ ହେଉଛନ୍ତି ଖେଳାଳି ।

ଏହିଭଳି ଅନେକ ବିସ୍ପୋରକ ବୟାନ ଦେଇଛନ୍ତି ଭାରତୀୟ ଦଳର ପୂର୍ବତନ ଖେଳାଳି ତଥା ବର୍ତ୍ତମାନ ଟିମର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା । ଏକ ଘରୋଇ ଟିଭି ଚ୍ୟାନେଲର ଷ୍ଟିଙ୍ଗ ଅପରେସନରେ ଏମିତି ଅନେକ ତଥ୍ୟ ସାମ୍ନାକୁ ଆଣିଛନ୍ତି ଚେତନ । ସେ ଆହୁରି ମଧ୍ୟ କହିଛନ୍ତି ଦଳର ଅନେକ ବରିଷ୍ଠ ଖେଳାଳି ନେଉଛନ୍ତି ଇଞ୍ଜେକ୍ସନ । ସିଲେକେସନ ବେଳେ ୭୦ରୁ ୮୦ ପ୍ରତିଶତ ଖେଳାଳି ଫିଟ ନଥାଆନ୍ତି , କିନ୍ତୁ ସେମାନଙ୍କୁ ଚୟନ କରିବା ପାଇଁ ପ୍ରେସର ପକାଯାଉଥିବା କହିଛନ୍ତି ଚେତନ । ଖାଲି ସେତିକି ନୁହେଁ ବିରାଟ, ରୋହିତ ଓ ଗାଙ୍ଗୁଲିଙ୍କୁ ନେଇ ମଧ୍ୟ ଅନେକ ଗୁମର କଥାର ପର୍ଦ୍ଦାଫାସ ହୋଇଛି ଏହି ଷ୍ଟିଙ୍ଗ୍ ଅପରେସନରେ । ଚେତନ କହିଛନ୍ତି, ବର୍ତ୍ତମାନ କୋହଲି ଅଧିନାୟକ ନ ଥାଇ ମଧ୍ୟ ଟିମର ସମସ୍ତ ନିଶ୍ପତ୍ତି ନେଉଥିବା ବେଳେ ରୋହିତ କେବଳ ନାଁକୁ ମାତ୍ର ଅଧିନାୟକ ଅଛନ୍ତି ବୋଲି କହିଛନ୍ତି ଚେତନ ।

ରୋହିତ- କୋହଲିଙ୍କ ମଧ୍ୟରେ କୌଣସି ବିବାଦ ନାହିଁ । କିନ୍ତୁ ପରସ୍ପର ପ୍ରତି ଅହଂକାର ଥିବା କହିିଛନ୍ତି ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା । ଅନ୍ୟପଟେ ୨୦୨୧ ଟି- ଟ୍ୱେଣ୍ଡି ବିଶ୍ୱକପ ପୂୂର୍ବରୁ ଅଧିନାୟକ ପଦବି ଛାଡିବା ପାଇଁ ଚାହୁଁଥିଲେ ବିରାଟ । ବିଶ୍ୱକପ ପରେ ଦକ୍ଷିଣ ଆଫ୍ରିକା ସହ ହେବାକୁ ଥିବା ଦିନିକିଆ ମ୍ୟାଚ ପୂର୍ବରୁ କୋହଲିଙ୍କ ଅଜାଣତରେ ଦଳର ଅଧିନାୟକ ପଦବୀରୁ ତାଙ୍କୁ ବାହାର କରିଦିଆଯାଇଥିଲା । ତେବେ ସାମ୍ବାଦିକ ସମ୍ମିଳନୀ କରି ଇସାରାରେ ଗାଙ୍ଗୁଲିଙ୍କୁ ଦାୟୀ କରିଥିଲେ ବିରାଟ । କିନ୍ତୁ ଗାଙ୍ଗୁଲି କୋହଲିଙ୍କ କଥାକୁ ଗ୍ରହଣ କରିନଥିଲେ ବରଂ ଟି ଟ୍ୱେଣ୍ଟିର ଅଧିନାୟକ ପଦବି ଛାଡିବା ଉପରେ ବିଚାର କରିବା ପାଇଁ କହିଥିଲେ ।

ହେଲେ କୋହଲି ଗାଙ୍ଗୁଲିଙ୍କ କଥାକୁ ଅଗ୍ରାହ୍ୟ କରିଥିଲେ । ଏହା ହିଁ ଗାଙ୍ଗୁଲି ଓ କୋହଲିଙ୍କ ବିବାଦର ମୂଳ କାରଣ ବୋଲି ଚେତନ କହିଛନ୍ତି । ଚେତନଙ୍କ କହିବା ଅନୁସାରେ ଶୁଭମନ ଗିଲଙ୍କୁ ଟି ଟ୍ୱେଣ୍ଟି ଦଲରେ ସାମିଲ କରିବା ପାଇଁ ରୋହିତ ଓ କୋହଲିଙ୍କୁ ବାଦ ଦେବା ପାଇଁ ଚାହୁଁଛି ଚୟନ କର୍ତ୍ତା ଟିମ । ଆଗକୁ ହାର୍ଦ୍ଦିକ ସଂପୂର୍ଣ୍ଣ ଭାବେ ଟି-ଟ୍ୱେଣ୍ଟି ଦାୟିତ୍ୱ ନେବେ । ଦେଶରେ କ୍ରିକେଟରଙ୍କୁ ଭଗବାନ ଭଳି ପୂଜା କରାଯାଏ । ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ଆସୋସିଏସନ ବିସିସିଆଇ । ଏବେ କିନ୍ତୁ ଭାରତୀୟ କ୍ରିକେଟରେ ଚାଲିଥିବା ଅହଙ୍କାରର ଲଢେଇ ପଦାରେ ପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ