Masthead

ବଡ଼ଦିନରୁ ଆହୁରି ଥରିବ ପୂରା ଓଡ଼ିଶା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଶୀତର ଲହରୀ ଜାରି, ଘନକୁହୁଡ଼ି ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ । ୨୫ ତାରିଖରୁ ରାଜ୍ୟରେ ଶୀତ ଆହୁରି ବଢ଼ିବ । ରାଜ୍ୟର ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ବହିବ । ଏହା ପ୍ରଭାବରେ ଥରିବ ପୂରା ଓଡ଼ିଶା । ଏଭଳି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ରାଜ୍ୟରେ ପଶ୍ଚିମା ଝଡ଼(ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ) ପ୍ରଭାବ ଥିଲା । ଏବେ ଏହା ଅପସାରଣ ହୋଇସାରିଛି । ପଶ୍ଚିମା ଝଡ଼ ଥିବାରୁ ରାଜ୍ୟକୁ ପୂର୍ବ ଦିଗରୁ ପବନ ଆସୁଥିଲା । ଏହା ପ୍ରଭାବରେ ଶୀତ ଅପେକ୍ଷାକୃତ କମ୍ ଥିଲା । ଏବେ ଉତ୍ତର-ପଶ୍ଚିମ ଦିଗରୁ ଆସିବାକୁ ଥିବା ଥଣ୍ଡା ପବନ ଯୋଗୁ ରାଜ୍ୟରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି । ସେପଟେ ଆସନ୍ତା ୨୭ ତାରିଖ ଯାଏ ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିକ୍ଷିପ୍ତ ସ୍ଥାନରେ ଘନ କୁହୁଡ଼ି ଦେଖା ଦେଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବୁଧବାର କୋରାପୁଟରେ ୬ ଡିଗ୍ରୀ, ନବରଙ୍ଗପୁର ଓ ଫୁଲବାଣୀରେ ୮ଡିଗ୍ରୀ, ରାୟଗଡ଼ା, ଭବାନୀପାଟଣା ଓ ବଲାଙ୍ଗୀରରେ ୧୦, କେନ୍ଦୁଝର, ସୋନପୁର, ରାଉରକେଲା ଓ ସୁନ୍ଦରଗଡ଼ରେ ରାତି ତାପମାତ୍ରା ୧୧ ଡିଗ୍ରୀ ରହିପାରେ ।

୨୮ ତାରିଖ ଯାଏ ଉପକୂଳ ଓଡ଼ିଶାର କିଛି ସ୍ଥାନକୁ ଛାଡ଼ି ରାଜ୍ୟର ବାକି ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ ଦେଇଛି । ସୋମବାର କୋରାପୁଟରେ ରାତି ତାପମାତ୍ରା ସବୁଠୁ କମ୍ ୬.୩ ଡିଗ୍ରୀ ଥିଲା । ସିମିଳିଗୁଡ଼ାରେ ୬.୭, ଦାରିଙ୍ଗବାଡ଼ିରେ ୭, ଫୁଲବାଣୀରେ ୮.୫, ବୌଦ୍ଧରେ ୯.୫ ଓ ଅନୁଗୁଳରେ ୯.୬ ଡିଗ୍ରୀ ଥିଲା । କୋରାପୁଟରେ ପାରଦ ସ୍ୱାଭାବିକଠାରୁ ୬.୪ ଡିଗ୍ରୀ କମ୍ ରେକର୍ଡ ହୋଇଥିଲା । ଝାରସୁଗୁଡ଼ା ଓ ଭୁବନେଶ୍ୱରରେ ସ୍ୱାଭାବିକଠାରୁ ୨.୭ ଡିଗ୍ରୀ କମ୍ ରହିଥିଲା । ଗତ ୩ ଦିନରେ ରାଜଧାନୀରେ ପାରଦ ୩.୨ ଡିଗ୍ରୀ କମିଛି । ସୋମବାର ରାତିରେ ଏଠାରେ ପାରଦ ୧୧.୯ ଡିଗ୍ରୀ ଥିଲା । ମଙ୍ଗଳବାର ସକାଳୁ ରାଉରକେଲା, ଫୁଲବାଣୀ, ସୋନପୁର ଓ ଝାରସୁଗୁଡ଼ାରେ ଘନ କୁହୁଡ଼ି ଯୋଗୁ ଦୃଶ୍ୟମାନ ଦୂରତା ୫୦ ମିଟରରୁ କମ୍ ରହିଥିଲା । ଚାନ୍ଦବାଲି, ଭବାନୀପାଟଣା ଓ କୋରାପୁଟରେ ଦୃଶ୍ୟମାନ ଦୂରତା ୨୦୦ ମିଟରରୁ ତଳକୁ ଖସି ଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତ ସହ ଟି-୨୦ ବିଶ୍ବକପ୍ ଖେଳିବ ପାକିସ୍ତାନ 🔴 ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି 🔴 ଉମରକୋଟରେ ୧୨ ଘଣ୍ଟିଆ ବନ୍ଦ ପାଳନ 🔴 ରାଜଧାନୀରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ 🔴 ରାତିରେ ପାରଦ ଖସୁଛି 🔴 ଆଜିଠାରୁ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ 🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି 🔴 ଟପ୍ କମାଣ୍ଡର ଉଧମ ସିଂହ ନିହତ 🔴 ଭାରତ ସହ ଟି-୨୦ ବିଶ୍ବକପ୍ ଖେଳିବ ପାକିସ୍ତାନ 🔴 ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି 🔴 ଉମରକୋଟରେ ୧୨ ଘଣ୍ଟିଆ ବନ୍ଦ ପାଳନ 🔴 ରାଜଧାନୀରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ 🔴 ରାତିରେ ପାରଦ ଖସୁଛି 🔴 ଆଜିଠାରୁ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ 🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି 🔴 ଟପ୍ କମାଣ୍ଡର ଉଧମ ସିଂହ ନିହତ