Masthead

ମାଙ୍କଡ ହାତରେ ଶାଳଗ୍ରାମ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେପିର ଗୁରୁତ୍ୱପୂର୍ଣ୍ଣ ପ୍ରେସମିଟ । ଅଦ୍ଭୂତପୂର୍ବ ପରିବର୍ତ୍ତନ ଆଡ଼କୁ ଓଡ଼ିଶା ଯାଉଛି । ଓଡ଼ିଶା ରାଜନୀତିରେ ଏଜେଣ୍ଡା ସେଟ୍ ହେବାକୁ ଯାଉଛି ବୋଲି ପ୍ରେସମିଟ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ବ୍ରହ୍ମପୁରରେ ଲୋକ ଅଧିକ ମତଦାନ କରନ୍ତୁ । ପ୍ରଧାନମନ୍ତ୍ରୀ ଏଜେଣ୍ଡା ସେଟ୍ କରିଛନ୍ତି । ଓଡ଼ିଶାରେ ସରକାର ପରିବର୍ତ୍ତନ ହେବା ଦରକାର । ୨୫ ବର୍ଷରେ ଓଡ଼ିଶା ଯେଉଁ ସ୍ଥାନରେ ପହଞ୍ଚିବା କଥା । କିନ୍ତୁ ଅନେକ ରାଜ୍ୟ ଉପରେ ଅଛନ୍ତି । ପ୍ରଧାନମନ୍ତ୍ରୀ ଗୁଜୁରାଟ କଥା କହିଲେ । ଓଡ଼ିଶାକୁ ଏକ ନମ୍ବର କରିବା ପାଇଁ ମୋଦି ସୁଯୋଗ ଦେଇଛନ୍ତି ।

ବିଗତ ୨୫ ବର୍ଷରେ ଓଡ଼ିଶାରେ ପିଇବା ପାଣି ନାହିଁ, ହଇଜା ହେଉଛି, ଜଳସେଚନର ଘୋର ଅଭାବ। ଶିକ୍ଷା ବ୍ୟବସ୍ଥା ବିପରର୍ଯ୍ୟୟ । ସ୍ବାସ୍ଥ୍ୟ ବିପର୍ଯ୍ୟୟ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେ ଆହୁରି ମଧ୍ୟ କହିଛନ୍ତି ଏନସିଆର ବି ତଥ୍ୟ ମହିଳା ରାଜ୍ୟରେ ମହିଳା ଅତ୍ୟାଚାର କଥା କହୁଛି । ଓଡ଼ିଶାରୁ ଏକ ତୃତୀୟାଂଶ ଲୋକ ବାହାର ରାଜ୍ୟକୁ ଯାଉଛନ୍ତି । ବିକାଶ ଓଡ଼ିଆ ଅସ୍ମିତା ଏବେ ପ୍ରସଙ୍ଗ । ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ଜବାବ ଦେଇ ପୁରୁଣା ତଥ୍ୟ ରଖିଲେ । ଓଡ଼ିଶାରେ ଶିଶୁ ମୃତ୍ୟୁ ହାର ୩୬ ଅଛି । ରାଷ୍ଟ୍ରୀୟ ସ୍ଥିତି ୨୮ । ଗୁଜୁରାଟରେ ୨୩ । ଓଡ଼ିଶା ଶିଶୁ ମୃତ୍ୟୁହାରରେ ତୃତୀୟ ସର୍ବାଧିକ ବୋଲି କହିଛନ୍ତି ଓଡ଼ିଶାରେ ମୁଣ୍ଡା ପୁଛ ସ୍ୱାସ୍ଥ୍ୟ ଖର୍ଚ୍ଚ କେତେ ହେଉଛି ? ଜାତୀୟ ସ୍ତରରେ ୨୦୧୪ ଟଙ୍କା ହେଉଛି ।

୧୮୬୧ ଟଙ୍କା ଗୁଜୁରାଟରେ, ୧୪୪୯ ଟଙ୍କା ଓଡ଼ିଶାରେ । ଓଡ଼ିଆ ଅସ୍ମିତା କେଉଁଠି ବନ୍ଧା ପଡ଼ୁଛି । ଓଡ଼ିଶା ପିଲାର ଶିକ୍ଷା, ସ୍ୱାସ୍ଥ୍ୟ କେଉଁଠି ଥିବ । ମେଟ୍ରିକ୍ ପରୀକ୍ଷା ୪୯.୯ ପ୍ରତିଶତ ପିଲା ଡ୍ରପ ଆଉଟ୍ ହେଉଛନ୍ତି । ଗୁଜୁରାଟରେ ୨୮ ପ୍ରତିଶତ ହୋଇଛନ୍ତି । ଜାତୀୟ ସ୍ଥରରେ ୨୦ ପ୍ରତିଶତ । ମାଙ୍କଡ ହାତରେ ଶାଳଗ୍ରାମ । ଓଡ଼ିଶାର ବିକାଶ ୧୦୦ ବର୍ଷ ପୂରିଲା ବେଳକୁ କେତେ ହେବ । ନା ନଅଙ୍କ ଦୁର୍ଭିକ୍ଷ ଆଡ଼କୁ ଯିବ । ଗୁଜୁରାଟକୁ ହିଞ୍ଜିଳିରୁ କାହିଁକି ଅଧିକ ଲୋକ କାମ କରିବାକୁ ଯାଉଛନ୍ତି । ମୁଖ୍ୟମନ୍ତ୍ରୀ ଶାସ୍ତ୍ରୀୟ ଭାଷା, ନୃତ୍ୟ ସଙ୍ଗୀତ କଣ ଜାଣିନାହାନ୍ତି । ଯିଏ ଯାହା ଲେଖିଲା କହି ଦେଉଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାକୁ କେବେ ଅପବାଦ ଆଣିନାହିଁ । ରାଜମିସ୍ତ୍ରୀ ହେବି ବୋଲି କହିଲେ । ଡାକ ପିଅନ ହେବ ବୋଲି କହିଲେ । ସେଥିପାଇଁ କୃତଜ୍ଞତା ଜଣାଉଛି । ଆମେ ସବୁ ରାଜମିସ୍ତ୍ରୀ ମିଶି ଓଡ଼ିଶାକୁ ଏକ ନମ୍ବର କରିବୁ । ଏଠି ଆଉଟ୍ ସୋର୍ସରୁ ଆଣି ସରକାର କରିବାକୁ ଯାଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ