Masthead

ଆସୁଛି ମୋନିଙ୍କ ‘ପତଲି କମରିୟାଁ’

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ବେଙ୍ଗଲି ବିଉଟି ମୋନି ରୟ । ତାଙ୍କ ବିଉଟିର ଅନେକ ପ୍ରଶଂସକ ଅଛନ୍ତି କିନ୍ତୁ ତାଠୁ ଅଧିକ ତାଙ୍କ ଡ୍ୟାନ୍ସର ଦିବାନା ଅଛନ୍ତି । ସେ ତାଙ୍କ ଫ୍ଲେକ୍ସିବଲ୍ ବଡି ସାହାଯ୍ୟରେ ସବୁ ପ୍ରକାର ଡ୍ୟାନ୍ସମୁଭ ଅତି ସହଜରେ କରିନିଅନ୍ତି । ସେ ବଲିଉଡରେ ଅନେକ ଆଇଟମ ସଙ୍ଗରେ ଅତ୍ୟନ୍ତ ଉନ୍ନତ ମାନର ନୃତ୍ୟ ପରିବେଷଣ କରିଛନ୍ତି । ତେବେ ଆଗକୁ ତାଙ୍କର ଅଉ ଏକ ନୁଆ ମ୍ୟୁଜିକ ଭିଡିଓ ରିଲିଜ ହେବାକୁ ଯାଉଛିା ବଲିଉଡର ଫେମସ ମଡେଲ ମୋନି ରୟ ଜିଏ କି ନିଜର କାତିଲାନା ଡ୍ୟାନ୍ସ ମୁଭ ଏବଂ ବିଉଟି ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତିି ।

ତେବେ ବୋହୁତ ଜଲଦି ତାଙ୍କର ନୁଆ ମ୍ୟୁଜିକ ଭିଡିଓ ଲଞ୍ଚ ହେବାକୁ ଯାଉଛି । ଏହା ପୂର୍ବରୁ ମୋନି ରୟ କେଜିଏଫ ଫିଲ୍ମ ରେ ଗଲି ଗଲି ସଙ୍ଗ ରେ ଡ୍ୟାନ୍ସ କରୁଥିବା ନଜର ଆସି ଥିଲେ । ଏହି ଭିଡିଓ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା । ଏବେ ପୁଣି ମୋନି ରୟ ଆଉ ଏକ ନୁଆ ମ୍ୟୁଜିକ ଭିଡିଓ ରେ ନଜର ଆସିବେ । ମୋନି ରୟଙ୍କ ଏହି ମ୍ୟୁଜିକ ଭିଡିଓର ନା ରହିଛି ପତଲି କମରିୟାଁ । ଏହି ଭିଡିଓ ସଙ୍ଗର ଟିଜର ମଧ୍ୟ ରିଲିଜ ହୋଇସାଇଛି । ଯେଉଁଠି ମୋନି ରୟ ପୁଣି ତାଙ୍କ ଡ୍ୟାନ୍ସର ଜଲବା ଦେଖେଇବେ । ତେବେ ମୋନିଙ୍କର ଏହି ସଙ୍ଗ ୧୬ ମାର୍ଚ୍ଚରେ ଟି ସିରିଜ ର ଅଫିସିଆଲି ୟୁଟୁବ ଚ୍ୟାନେଲରେ ରିଲିଜ ହେବାକୁ ଜାଉଛି ।

ଏହି ଗୀତଟିକୁ ରଚନା କରିଛନ୍ତି ତନିକ୍ସ ବାଗଚି ଏବଂ ଏହାକୁ କୋରିଓଗ୍ରାଫ କରିଛନ୍ତି ନାଜିଆ ଏବଂ ପିୟୁସ । ତେବେ ମୋନି ରୟ କେମିତି ଏହି ବୋର୍ଡକୁ ଆସିଲେ ସେ ବିଷୟରେ କହିଛନ୍ତି, ମୋତେ ଏହି ଗିତଟି ବୋହୁତ ପସନ୍ଦ ଆସିଥିଲା । ମୋତେ ଡ୍ୟାନ୍ସ କରିବା ବୋହୁତ ପସନ୍ଦ । ମ୍ୟୁଜିକର ବିଟ, ଇଣ୍ଡିଆନ୍ ଏବଂ ୱଷ୍ଟନ୍ ମ୍ୟୁଜିକର ମିଶ୍ରଣ ତାଙ୍କୁ ଗଭିର ଭାବେ ଆକର୍ଷିତ କରିଥିଲା । ଏହି ଗୀତରେ କଣ୍ଠ ଦାନ କରିଛନ୍ତି ସୁଖ-ଇ, ପାରମପାରା ଟଣ୍ଡନ୍ । ଏହି ଭିଡିଓ ଗୀତ ଦୁବାଇରେ ସୁଟ ହେବା ସହ ଏହାକୁ ଡାଇରେକ୍ଟ କରିଛନ୍ତି ଅରବିନ୍ଦ ଖରିଆର ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ