Masthead

ଆସୁଛି ମୋନିଙ୍କ ‘ପତଲି କମରିୟାଁ’

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ବେଙ୍ଗଲି ବିଉଟି ମୋନି ରୟ । ତାଙ୍କ ବିଉଟିର ଅନେକ ପ୍ରଶଂସକ ଅଛନ୍ତି କିନ୍ତୁ ତାଠୁ ଅଧିକ ତାଙ୍କ ଡ୍ୟାନ୍ସର ଦିବାନା ଅଛନ୍ତି । ସେ ତାଙ୍କ ଫ୍ଲେକ୍ସିବଲ୍ ବଡି ସାହାଯ୍ୟରେ ସବୁ ପ୍ରକାର ଡ୍ୟାନ୍ସମୁଭ ଅତି ସହଜରେ କରିନିଅନ୍ତି । ସେ ବଲିଉଡରେ ଅନେକ ଆଇଟମ ସଙ୍ଗରେ ଅତ୍ୟନ୍ତ ଉନ୍ନତ ମାନର ନୃତ୍ୟ ପରିବେଷଣ କରିଛନ୍ତି । ତେବେ ଆଗକୁ ତାଙ୍କର ଅଉ ଏକ ନୁଆ ମ୍ୟୁଜିକ ଭିଡିଓ ରିଲିଜ ହେବାକୁ ଯାଉଛିା ବଲିଉଡର ଫେମସ ମଡେଲ ମୋନି ରୟ ଜିଏ କି ନିଜର କାତିଲାନା ଡ୍ୟାନ୍ସ ମୁଭ ଏବଂ ବିଉଟି ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତିି ।

ତେବେ ବୋହୁତ ଜଲଦି ତାଙ୍କର ନୁଆ ମ୍ୟୁଜିକ ଭିଡିଓ ଲଞ୍ଚ ହେବାକୁ ଯାଉଛି । ଏହା ପୂର୍ବରୁ ମୋନି ରୟ କେଜିଏଫ ଫିଲ୍ମ ରେ ଗଲି ଗଲି ସଙ୍ଗ ରେ ଡ୍ୟାନ୍ସ କରୁଥିବା ନଜର ଆସି ଥିଲେ । ଏହି ଭିଡିଓ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା । ଏବେ ପୁଣି ମୋନି ରୟ ଆଉ ଏକ ନୁଆ ମ୍ୟୁଜିକ ଭିଡିଓ ରେ ନଜର ଆସିବେ । ମୋନି ରୟଙ୍କ ଏହି ମ୍ୟୁଜିକ ଭିଡିଓର ନା ରହିଛି ପତଲି କମରିୟାଁ । ଏହି ଭିଡିଓ ସଙ୍ଗର ଟିଜର ମଧ୍ୟ ରିଲିଜ ହୋଇସାଇଛି । ଯେଉଁଠି ମୋନି ରୟ ପୁଣି ତାଙ୍କ ଡ୍ୟାନ୍ସର ଜଲବା ଦେଖେଇବେ । ତେବେ ମୋନିଙ୍କର ଏହି ସଙ୍ଗ ୧୬ ମାର୍ଚ୍ଚରେ ଟି ସିରିଜ ର ଅଫିସିଆଲି ୟୁଟୁବ ଚ୍ୟାନେଲରେ ରିଲିଜ ହେବାକୁ ଜାଉଛି ।

ଏହି ଗୀତଟିକୁ ରଚନା କରିଛନ୍ତି ତନିକ୍ସ ବାଗଚି ଏବଂ ଏହାକୁ କୋରିଓଗ୍ରାଫ କରିଛନ୍ତି ନାଜିଆ ଏବଂ ପିୟୁସ । ତେବେ ମୋନି ରୟ କେମିତି ଏହି ବୋର୍ଡକୁ ଆସିଲେ ସେ ବିଷୟରେ କହିଛନ୍ତି, ମୋତେ ଏହି ଗିତଟି ବୋହୁତ ପସନ୍ଦ ଆସିଥିଲା । ମୋତେ ଡ୍ୟାନ୍ସ କରିବା ବୋହୁତ ପସନ୍ଦ । ମ୍ୟୁଜିକର ବିଟ, ଇଣ୍ଡିଆନ୍ ଏବଂ ୱଷ୍ଟନ୍ ମ୍ୟୁଜିକର ମିଶ୍ରଣ ତାଙ୍କୁ ଗଭିର ଭାବେ ଆକର୍ଷିତ କରିଥିଲା । ଏହି ଗୀତରେ କଣ୍ଠ ଦାନ କରିଛନ୍ତି ସୁଖ-ଇ, ପାରମପାରା ଟଣ୍ଡନ୍ । ଏହି ଭିଡିଓ ଗୀତ ଦୁବାଇରେ ସୁଟ ହେବା ସହ ଏହାକୁ ଡାଇରେକ୍ଟ କରିଛନ୍ତି ଅରବିନ୍ଦ ଖରିଆର ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା