Masthead

ଢାବାରେ ବେଆଇନ କୋଇଲା ଚୋରା ଚାଲାଣ

 ବଲାଙ୍ଗିର(ବଡ଼ ଖବର ବ୍ୟୁରୋ): ଢାବାରେ ବେଆଇନ କୋଇଲା ଚୋରା ଚାଲାଣ । ଜଣଙ୍କୁ ଅଟକ ରଖିଛି ପୋଲିସ । ବଲାଙ୍ଗିର ଜିଲ୍ଲା ବେଳଗାଁ ୨୬ ନମ୍ବର ଜାତୀୟ ରାଜପଥ କଡରେ ଥିବା ନ୍ୟୁଉ ଢ଼ାବାରେ ବେଆଇନ କୋଇଲା ଚୋରା ଚାଲାଣ ଅଭିଯୋଗ ନେଇ ପୋଲିସ ଚଡ଼ାଉ କରିଥିଲା । ଚଡାଉ ସମୟରେ କୋଇଲା ଚୋରାରେ ବିକ୍ରି କରୁଥିବା ଟ୍ରକ ଫେରାର ମାରିଥିବା ଜଣାପଡିଛି । ଅଭିଯୋଗ ଅନୁସାରେ କଳାହାଣ୍ଡି, ବଲାଙ୍ଗିର ଜିଲ୍ଲା ସୀମାନ୍ତ ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ନିର୍ମଳ ଜୈନଙ୍କ ନ୍ୟୁଉ ଢ଼ାବା ରହିଛି । କିଛି ଦିନ ହେବ ରାୟପୁରର ସଞ୍ଜୟ ବାଗୱାନି ଉକ୍ତ ଢ଼ାବାରେ ବିଶାଖାପାଟଣାରୁ ଝାରସୁଗୁଡାକୁ ଯାଉଥିବା କୋଇଲା ଟ୍ରକର ଡ୍ରାଇଭରମାନଙ୍କୁ ହାତ କରି କୋଇଲା କିଣି ରଖୁଥିଲେ । ମଙ୍ଗଳବାର ପୂର୍ବାହ୍ନରେ ସଞ୍ଜୟ ନ୍ୟୁଉ ଢାବାଠାରେ ରାୟପୁର ଅଞ୍ଚଳର ଏକ ଟ୍ରକ କୋଇଲା ବିକ୍ରି କରୁଥିବା ବେଳେ ଟ୍ରକ ମାଲିକ ସାଗର ଶର୍ମା ପହଁଚିଥିଲେ ।

ଏହାକୁ ନେଇ ଚୋରା ଚାଲାଣକାରୀ ଓ ଟ୍ରକ ମାଲିକ ମଧ୍ୟରେ କିଛି ସମୟ ଧରି ଉତ୍ତେଜନା ଦେଖାଦେଇଥିଲା । ପୋଲିସ ଘଟଣାସ୍ଥଳକୁ ପହଞ୍ଚିବା ପୂର୍ବରୁ ଟ୍ରକକୁ ନେଇ ଡ୍ରାଇଭର ଫେରାର ମାରିଥିଲା । ହେଲେ କୋଇଲା ଚୋରା ଚାଲାଣ କରୁଥିବା ସଞ୍ଜୟ ବାଗୱାନିଙ୍କୁ ବେଳଗାଁ ଫାଣ୍ଡିରେ ଅଟକ ରଖି ପରାଉଚରା କରୁଛି । ଅନ୍ୟପଟେ ନ୍ୟୁଉ ଢ଼ାବାର ମାଲିକ ନିର୍ମଳ ଜୈନ କୋଇଲା କାରବାରରେ କୋଣସି ସମ୍ପୃକ୍ତ ନ ଥିବା କହିଛନ୍ତି । ତେବେ ବେଳଗାଁ ଫାଣ୍ଡି ସୀମାନ୍ତ ଅଞ୍ଚଳରେ ରହିଥିବା ବେଳେ ଫାଣ୍ଡିରେ କୋଣସି ଆଧିକାରୀ ନାହାନ୍ତି । ଯେଉଁଥି ପାଇଁ ବେଳଗାଁ ଅଞ୍ଚଳରେ ବେଆଇନ କାରବାର ବୃଦ୍ଧି ପାଇବାରେ ଲାଗିଛି । ଏନେଇ ସଇଁତଳା ଥାନା ଅଧିକାରୀ ଅବନୀ ସାହୁଙ୍କୁ ପଚାରିବାରୁ ସେ ପ୍ରତିକ୍ରିୟା ଦେବାକୁ ମନା କରିଥିଲେ । ତେବେ ଟିଟିଲାଗଡ ଏସଡିପିଓ ଅଙ୍କିତା କୁମ୍ଭାରଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ପ୍ରତିକ୍ରିୟା ମିଳି ପାରିନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା