Masthead

ପୋଲିସର କୁକର୍ମକୁ ନିନ୍ଦା କରୁଛି: ଜୟନାରାୟଣ ମିଶ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଝାରପଡା ଜେଲରେ ଥିବା ବିଜେପି ଯୁବ ମୋର୍ଚ୍ଚା ନେତା ଓ କର୍ମୀମାନଙ୍କୁ ଭେଟିବା ପରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା । କହିଲେ ଆନ୍ଦୋଳନରେ ସାମିଲ ନଥିବା, ଚାହା ପାଣି ଦେବା ପାଇଁ ଆସିଥିବା ଲୋକଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ପୋଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ କରିଛି । ପୋଲିସ ହାତରେ କ୍ଷମତା ଅଛି ବୋଲି ସେମାନେ କେସ କରିଦେଲେ । କିନ୍ତୁ ଆମେ ଦେଇଥିବା ଏଫଆଇଆର ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ ।

ଓଡ଼ିଶା ପୋଲିସ ବିଜେଡିର କର୍ମୀ ଭଳି କାମ କରୁଛି । ଡିଜି ପ୍ରି ପ୍ଲାନ ବୋଲି କହୁଛନ୍ତି । ଯଦି ପ୍ରି ପ୍ଲାନ ହୋଇଥାନ୍ତା ତେବେ ପୋଲିସ ନିଜ ହାତରେ ଅଣ୍ଡା ଧରି ଦେଖାଇ ପାରିଥାନ୍ତା କି ? ବେକାର କଥା କହୁଛନ୍ତି ପୋଲିସ । ନିଜେ ଅଣ୍ଡା ଆଣି ପକାଇଛନ୍ତି । ଯୁବ ମୋର୍ଚ୍ଚା କର୍ମୀଙ୍କୁ ବଦନାମ କରିବା ପାଇଁ ଚେଷ୍ଟା କରାଯାଉଛି । ପୋଲିସର ଏମିତି କୁକର୍ମକୁ ନିନ୍ଦା କରୁଛି ବୋଲି କହିଲେ ଜୟ ନାରାୟଣ । ଯେଉଁମାନେ ବିନା ୟୁନିଫର୍ମରେ ଆସି ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତାମାନଙ୍କୁ ଗୋଇଠା ମାରିଛନ୍ତି ସେମାନେ ଅମଣିଷ । ସେମାନଙ୍କର ସାମାନ୍ୟତମ ମାନବିକତା ବୋଲି କିଛି ନାହିଁ । ଏମିତି କାମ ଯେଉଁ ସରକାର କରିଛନ୍ତି, ସେମାନେ ଯାଇଛନ୍ତି । ତେଣୁ ଏହି ସରକାରର ମଧ୍ୟ ଯିବା ସମୟ ଆସିଗଲାଣି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ