Masthead

ପୋଲିସର କୁକର୍ମକୁ ନିନ୍ଦା କରୁଛି: ଜୟନାରାୟଣ ମିଶ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଝାରପଡା ଜେଲରେ ଥିବା ବିଜେପି ଯୁବ ମୋର୍ଚ୍ଚା ନେତା ଓ କର୍ମୀମାନଙ୍କୁ ଭେଟିବା ପରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା । କହିଲେ ଆନ୍ଦୋଳନରେ ସାମିଲ ନଥିବା, ଚାହା ପାଣି ଦେବା ପାଇଁ ଆସିଥିବା ଲୋକଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ପୋଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ କରିଛି । ପୋଲିସ ହାତରେ କ୍ଷମତା ଅଛି ବୋଲି ସେମାନେ କେସ କରିଦେଲେ । କିନ୍ତୁ ଆମେ ଦେଇଥିବା ଏଫଆଇଆର ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ ।

ଓଡ଼ିଶା ପୋଲିସ ବିଜେଡିର କର୍ମୀ ଭଳି କାମ କରୁଛି । ଡିଜି ପ୍ରି ପ୍ଲାନ ବୋଲି କହୁଛନ୍ତି । ଯଦି ପ୍ରି ପ୍ଲାନ ହୋଇଥାନ୍ତା ତେବେ ପୋଲିସ ନିଜ ହାତରେ ଅଣ୍ଡା ଧରି ଦେଖାଇ ପାରିଥାନ୍ତା କି ? ବେକାର କଥା କହୁଛନ୍ତି ପୋଲିସ । ନିଜେ ଅଣ୍ଡା ଆଣି ପକାଇଛନ୍ତି । ଯୁବ ମୋର୍ଚ୍ଚା କର୍ମୀଙ୍କୁ ବଦନାମ କରିବା ପାଇଁ ଚେଷ୍ଟା କରାଯାଉଛି । ପୋଲିସର ଏମିତି କୁକର୍ମକୁ ନିନ୍ଦା କରୁଛି ବୋଲି କହିଲେ ଜୟ ନାରାୟଣ । ଯେଉଁମାନେ ବିନା ୟୁନିଫର୍ମରେ ଆସି ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତାମାନଙ୍କୁ ଗୋଇଠା ମାରିଛନ୍ତି ସେମାନେ ଅମଣିଷ । ସେମାନଙ୍କର ସାମାନ୍ୟତମ ମାନବିକତା ବୋଲି କିଛି ନାହିଁ । ଏମିତି କାମ ଯେଉଁ ସରକାର କରିଛନ୍ତି, ସେମାନେ ଯାଇଛନ୍ତି । ତେଣୁ ଏହି ସରକାରର ମଧ୍ୟ ଯିବା ସମୟ ଆସିଗଲାଣି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ