Masthead

ଯେତେ ଯାଉଛନ୍ତି ଯାଆନ୍ତୁ, କିନ୍ତୁ ଫଳ ଶୂନ: ଜୟ ନାରାୟଣ ମିଶ୍ର

ଭୁବନେଶ୍ୱର  (ବଡ଼ ଖବର ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମ ଓଡ଼ିଶା ଗସ୍ତ ନେଇ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା । କହିଲେ ଯେତେ ଯାଉଛନ୍ତି ଯାଆନ୍ତୁ, କିଛି ଫଳ ହେବ ନାହିଁ । ମୁଖ୍ୟମନ୍ତ୍ରୀଙ୍କୁ ବିଧାନସଭା ଆସିବା ପାଇଁ ସମୟ ନାହିଁ । ବମ୍ବେ ଯାଉଛନ୍ତି ପୁରସ୍କାର ନେବା ପାଇଁ ଏବଂ ନିଜେ ବ୍ୟବସ୍ଥା କରି ନିଜେ ପ୍ରାୟୋଜିତ ପୁରସ୍କାର ନେଉଛନ୍ତି । କେବଳ ପଶ୍ଚିମ ଓଡିଶା ନୁହେଁ, ଯୁଆଡେ ଗଲେ ବି ନବୀନ ବାବୁଙ୍କୁ ଆଉ କେହି ଗ୍ରହଣ କରିବେ ନାହିଁ ।

ତାଙ୍କର ସ୍ଥିତି ଓଡ଼ିଶାର କୌଣସି ଜାଗାରେ ନାହିଁ । ନିଜ ମନ୍ତ୍ରୀଙ୍କୁ ନିଜେ ହତ୍ୟା କରିବା ଘଟଣା ଗାଁ ଗାଁରେ ଲୋକ ଜାଣି ଗଲେଣି । କେନ୍ଦ୍ରୀୟ ଯୋଜନା ହଡପ, ଦୁର୍ନୀତି, ପିସି କାରବାର, ଯିଏ ବିରୋଧ କରିବ ତାକୁ ଜେଲରେ ପୁରେଇବା, ମିଛ କେସ ଦେବା ଭଳି ଅତ୍ୟାଚାର ଚାଲିଛି । ଏଥିପାଇଁ ଲୋକଙ୍କର ଏ ସରକାର ଉପରେ ଅସନ୍ତୋଷ ବଢ଼ିଲାଣି । ଖୁବଶୀଘ୍ର ଏ ସରକାର ଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା