Masthead

ଡେ କର୍ଫ୍ୟୁକୁ ନେଇ ବଢୁଛି କନଫ୍ୟୁଜନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସାରା ରାଜ୍ୟରେ କୋଭିଡ ସୃଷ୍ଟି କରିଛି ଭୟର ବାତାବରଣ । ଆଜି ଭାଇରସ ରେକର୍ଡ ଭାଙ୍ଗିଛି । ୨୪ ଘଣ୍ଟାରେ ୫ଶହରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେପଟେ ଡେ କର୍ଫ୍ୟୁକୁ ନେଇ ମଧ୍ୟ ବଢୁଛି କନର୍ଫ୍ୟୁଜନ । ବାଚସ୍ପତିଙ୍କ କଥାକୁ କାଟିଲେ ଏସଆରସି, ଏସଆରସିଙ୍କ କଥାକୁ କାଟିଲେ ମନ୍ତ୍ରୀ । ତେବେ କାହା କଥା ଠିକ୍ ? ବାଚସ୍ପତିଙ୍କର, ଏସଆରସିଙ୍କର ନା ମନ୍ତ୍ରୀଙ୍କର । ଏନେଇ ବଡ଼ କନଫ୍ୟୁଜନରେ ଅଛନ୍ତି ରାଜ୍ୟବାସୀ ।

ଗତକାଲି ବାଚସ୍ପତି ଡେ କର୍ଫ୍ୟୁ ହେବାର ସମ୍ଭାବନା ନେଇ ସୂଚନା ଦେଇଥିଲେ । ବାଚସ୍ପତିଙ୍କ କଥାକୁ ଖଣ୍ଡନ କରି ଏସଆରସି ମୁଖ୍ୟ ପ୍ରଦୀପ କୁମାର ଜେନା ସ୍ପଷ୍ଟ କରିଥିଲେ ରାଜ୍ୟରେ ଡେ କର୍ଫ୍ୟୁ ହେବନି, ରାଜ୍ୟରେ କରୋନା ସ୍ଥିତି ଏବେ ନିୟନ୍ତ୍ରଣରେ ଅଛି । ତେବେ ଆଜି ଦରକାର ପଡିଲେ ଡେ କର୍ଫ୍ୟୁ ଲାଗୁ ହେବାର ସମ୍ଭାବନା ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଯାହା ରାଜ୍ୟବାସୀଙ୍କୁ ଆହୁରି କନଫ୍ୟୁଜନରେ ପକାଇଛି ।

ଅନ୍ୟପଟେ ଆଜିଠୁ ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲାରେ ଏହି ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି। ଏହି ସବୁ ଜିଲ୍ଲା ଗୁଡ଼ିକରେ ରାତି ୧୦ଟାରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା