Masthead

କଲବଲ କରୁଛି ଖରା, ୮ ଜଣ ଅଂଶୁଘାତରେ ଆକ୍ରାନ୍ତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହ । କଲବଲ କରୁଛି ଖରା। ଦିନକୁ ଦିନ ଟ୍ୱିନ୍ ସିଟି ସମେତ ବିଭିନ୍ନ ରାଜ୍ୟର ତାପମାତ୍ରା ୩୦ ଡିଗ୍ରୀ ଉପରେ ରହୁଥିବା ବେଳେ ଏହା ଚିନ୍ତାର ବିଷୟ ପାଲଟିଛି । ଏଥିମଧ୍ୟରେ ୮ ଜଣ ଅଂଶୁଘାତରେ ଆକ୍ରାନ୍ତ ହୋଇଥିବା ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ଅନୁଗୁଳରେ ସର୍ବାଧିକ ୫ ଜଣ, ମୟୁରଭଞ୍ଜରୁ ୧, ସୁନ୍ଦରଗଡ଼ରୁ ୧ ଏବଂ ଭୁବନେଶ୍ୱରରୁ ଜଣେ ଅଂଶୁଘାତରେ ଆକ୍ରାନ୍ତ ହୋଇଥିଲେ ।

ସକାଳ ସାଢ଼େ ୧୧ଟା ସୁଦ୍ଧା କେନ୍ଦୁଝର ସବୁଠାରୁ ଉତ୍ତପ୍ତ ସହର ହୋଇଥିବା ବେଳେ ଏହାର ତାପମାତ୍ରା ୩୮.୬ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଝାରସୁଗୁଡ଼ା ଓ ସମ୍ବଲପୁରର ୩୭.୪ ଡିଗ୍ରୀ, ଚାନ୍ଦବାଲି ୩୭.୨, ହୀରାକୁଦ, ୩୬.୯, ରାଉଲକେଲା ୩୬.୬, ଭୁବନେଶ୍ୱର ୩୬.୨, ବାଲେଶ୍ୱର ୩୬, ଗୋପାଲପୁର ୩୨.୨, ପୁରୀ ୩୧.୮ ଏବଂ ପାରାଦୀପ ୩୧.୨ ଡିଗ୍ରୀ ରହିଛି । ଏହି ୧୧ଟି ଜିଲ୍ଲାକୁ ହିଟ୍ ୱେଭ୍ ସତର୍କତା ଜାରି କରିଛି ପାଣିପାଗ ବିଭାଗ ।

 ଆସନ୍ତା ୨୪ ଘଣ୍ଟା ଯାଏ କିଛି ସ୍ଥାନରେ ହିଟ୍‌ୱେଭ ଜାରି ରହିବ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା। ତେବେ କଟକ, ଭଦ୍ରକ, ନୟାଗଡ଼, ମୟୂରଭଞ୍ଜ, କଳାହାଣ୍ଡି, ବୌଦ୍ଧ, ମାଲକାନଗିରି, ନୂଆପଡ଼ା, ନବରଙ୍ଗପୁର, କନ୍ଧମାଳ, ବଲାଙ୍ଗୀରକୁ ଜିଲାକୁ ସତର୍କତା ଜାରି କରାଯାଇଛି। ସେପଟେ ଖରାରେ ଖେଳିବା ଉପରେ ଲାଗିଲା କଟକଣା । ପ୍ରବଳ ଖରା ହେଉଥିବାରୁ ଆଉଟ୍ ଡୋର୍ ଖେଳ ଉପରେ କଟକଣା ଲଗାଇଲେ ସରକାର ।

ଖରାରେ କ୍ରିକେଟ, ହକି, ଫୁଟବଲ ଆଦି ନ ଖେଳିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଏନେଇ କ୍ରୀଡ଼ା ବିଭାଗ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି SRC । ଖରାରେ ବିଭିନ୍ନ ଜାଗାରେ ଖେଳ ଚାଲୁଥିବା ଜଣାପଡ଼ିବା ପରେ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ବିଶେଷକରି ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଶ୍ରମିକମାନଙ୍କୁ ମଧ୍ୟ ୧୧ଟାରୁ ୩ଟା ମଧ୍ୟରେ କାମ କରିବାକୁ ବାରଣ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା