ଧାରଣାରୁ ଉଠିଲେ ବିଜେପି ବିଧାୟକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାତି ତମାମ ଧରଣାରେ ବସିଥିବା ବିଜେପି ବିଧାୟକମାନେ ଧାରଣାରୁ ଉଠିଲେ । ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ଗତକାଲିଠାରୁ ସେମାନେ ଧାରଣାରେ ବସିଥିଲେ । ଆଜି ସକାଳେ ବିଜେପି ସହପ୍ରଭାରୀ ବିଜୟପାଲ ସିଂ ତୋମାର ଭେଟିବା ପରେ  ଧାରଣାରୁ ଉଠିଛନ୍ତି । ଗତକାଲି ବାଚସ୍ପତିଙ୍କ ପୋଡିୟମ ଉପରକୁ ଇୟର ଫୋନ୍ ଓ ଚପଲ ଫିଙ୍ଗିବା ଘଟଣାରେ ବିଜେପିର ତିନି ଜଣ ବିଧାୟକ ଜୟନାରାୟଣ ମିଶ୍ର, ବିଷ୍ଣୁ ଚରଣ ସେଠୀ ଓ ମୋହନ ମାଝୀଙ୍କୁ ସସପେଣ୍ଡ କରିଥିଲେ ବାଚସ୍ପତି ।

ଏହାକୁ ବିରୋଧ କରି ବିଧାନସଭା ଗାନ୍ଧି ମୂର୍ତ୍ତି ତଳେ ରାତି ସାରା ଧାରଣାରେ ବସିଥିଲେ ବିଜେପି ବିଧାୟକ । ସେମାନେ ଅଭିଯୋଗ କରିଛନ୍ତି, ବିରୋଧୀ ଦଳର ନେତାଙ୍କୁ ବିଧାନସଭାରେ କହିବାକୁ ସୁଯୋଗ ନ ଦେଇ ବାଚସ୍ପତି ଅଗଣତନ୍ତ୍ରିକ କାର୍ୟ୍ୟ ସହ ପକ୍ଷପାତିତା କରୁଛନ୍ତି । ତାଙ୍କ ନିଷ୍ପତ୍ତି କାହା ଦ୍ୱାରା ପରିଚାଳିତ ହେଉଥିବାର ପରିଲକ୍ଷିତ ହେଉଛି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି, ରାଜ୍ୟପାଳଙ୍କୁ ଭେଟି ବିଲ୍ ମଞ୍ଜୁର ନକରିବାକୁ ଅନୁରୋଧ କରିବୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ