Masthead

ଛିଣ୍ଡିଲା ଅଙ୍କ,  ଏକାଠି ଲଢ଼ିବେ କଂଗ୍ରେସ-ଆପ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଛିଣ୍ଡିଲା ଅଙ୍କ ଏକାଠି ଲଢ଼ିବେ ଆପ-କଂଗ୍ରେସ । ଦୀର୍ଘ ଦିନର ଆଲୋଚନା ପରେ ଶେଷରେ ଆପ ଓ କଂଗ୍ରେସ ମଧ୍ୟରେ ସିଟେ ସେୟାରିଂ ଅଙ୍କ ତୁଟିଛି ।  ଯଦି ସବୁ କିଛି ଠିକ ଠାକ ରୁହେ ତେବେ ଆସନ୍ତା ସାଧାରଣ ନିର୍ବାଚନରେ ଦିଲ୍ଲୀରେ ଏକାଠି ଲଢ଼ିବେ ଆପ୍‌-କଂଗ୍ରେସ। ପୂର୍ବରୁ କଂଗ୍ରେସ ଓ ସମାଜବାଦି ପାର୍ଟି ମଧ୍ୟରେ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ପାଇଁ ସିଟ୍‌ ସେୟାରିଂ ଶେଷ ହୋଇଛି।

ଏବେ ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ଆସନ ଭାଗବଣ୍ଟା ମଧ୍ୟ ସ୍ଥିର ହୋଇଥିବା କୁହାଯାଉଛି। ଆସନ୍ତା ଲୋକସଭା ନିର୍ବାଚନ ଏକାଠି ଲଢ଼ିବାକୁ ନେଇ ଦୁଇ ଦଳ ମଧ୍ୟରେ ସହମତି ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଦିଲ୍ଲୀ, ଗୁଜୁରାଟ, ଆସାମ ଏବଂ ହରିଆଣାର ଆସନ ଉପରେ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ମଧ୍ୟରେ ଆଲୋଚନା ପ୍ରାୟ ଶେଷ ହୋଇଛି। ଦିଲ୍ଲୀର ୪ଟି ଆସନରେ ଆପ୍‌ ଓ ତିନୋଟି ଆସନରେ କଂଗ୍ରେସ ନିର୍ବାଚନ ଲଢ଼ିବା ନେଇ ସହମତି ପ୍ରକାଶ ପାଇଥିବା କୁହାଯାଉଛି ।

ମିଳିଥିବା ସୂଚନା ମୁତାବକ ଦକ୍ଷିଣ ଦିଲ୍ଲୀ, ଉତ୍ତର-ପଶ୍ଚିମ ଦିଲ୍ଲୀ, ନୂଆଦିଲ୍ଲୀ ଏବଂ ପଶ୍ଚିମ ଦିଲ୍ଲୀର ଆସନରେ ଆପ ଲଢ଼ିବ । ସେହିଭଳି ଅବଶିଷ୍ଟ ତିନୋଟି ସିଟ୍ ଉତ୍ତର ପୂର୍ବ, ଚାନ୍ଦନୀ ଚୌକ୍ ଏବଂ ପୂର୍ବ ଦିଲ୍ଲୀରେ କଂଗ୍ରେସ ଲଢ଼ିବ ନିର୍ବାଚନ। ସେହିଭଳି ଗୁଜରାଟରେ କଂଗ୍ରେସ ଆମ୍ ଆଦମୀ ପାର୍ଟିକୁ ୨ଟି ସିଟ୍‌ ଦେଇଥିବା ବେଳେ ହରିଆଣା ଏବଂ ଆସାମରେ ଗୋଟିଏ ଲେଖାଏଁ ସିଟ୍‌ ସେୟାର କରିଥିବା ସୂଚନା ମିଲିଛି ।

ତେବେ ଏ ନେଇ ଉଭୟ ଦଳ ପକ୍ଷରୁ ଖୁବଶୀଘ୍ର ବିଧିବଦ୍ଧ ଘୋଷଣା କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ତେବେ ପଞ୍ଜାବରେ ଉଭୟ ଦଳଙ୍କ ସ୍ଥିତି ସମ୍ପୁର୍ଣ୍ଣ ଅଲଗା । ପଞ୍ଜାବରେ ଉଭୟ ଦଳଙ୍କ ସହମତି କ୍ରମେ ଅଲଗା ଅଲଗା ନିର୍ବାଚନ ଲଢ଼ିବେ କଂଗ୍ରେସ ଓ ଆପ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା