ସତ୍ୟପାଲ ମଲିକଙ୍କ ଘରେ ଇଡି, ୩୦ରୁ ଅଧିକ ସ୍ଥାନରେ ଚଢଉ

ଜମ୍ମୁକଶ୍ମୀର(ବଡ଼ ଖବର ବ୍ୟୁରୋ): ଜମ୍ମୁ କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଘର ସମେତ ୩୦ରୁ ଅଧିକ ସ୍ଥାନରେ ଚଢାଉ କରିଛି। ଜମ୍ମୁ କଶ୍ମୀରର ୟୁନିଅନ ଟେରିଟୋରୀରେ କିରୁ ଜଳ ବିଦ୍ୟୁତ ପ୍ରକଳ୍ପ ଚୁକ୍ତି ସହ ଜଡିତ ଦୁର୍ନୀତି ମାମଲାରେ ଏହି ସିବିଆଇ ଚଢ଼ାଉ କରାଯାଉଛି। ତେବେ ଏହା ପ୍ରଥମ ଘଟଣା ନୁହେଁ କିରୁ ଜଳ ବିଦ୍ୟୁତ ପ୍ରକଳ୍ପ ମାମଲାରେ ସତ୍ୟପାଲ ମଲିକଙ୍କ ଘର ଉପରେ ସିବିଆଇ ଚଢାଉ କରିଛି।

ଗତ ବର୍ଷ ମେ ମାସରେ ମଧ୍ୟ ସିବିଆଇ ସମାନ ମାମଲାରେ ୧୨ଟି ସ୍ଥାନ ଉପରେ ଚଢାଉ କରିଥିଲା, ସେଥିମଧ୍ୟରୁ ସତ୍ୟପାଲ ମଲିକଙ୍କ ପୂର୍ବତନ ସହଯୋଗୀ ସ୍ଥାନ ଥିଲା। ତେବେ ଖାଲି ସେତିକି ନୁହେଁ, ଦିଲ୍ଲୀ ସହିତ ଜାମ୍ମୁକାଶ୍ମୀରର କିଛି ସ୍ଥାନରେ ମଧ୍ୟ ରେଡ୍ କରିଛି ସିବିଆଇ । ମିଳିଥିବା ସୂଚନା ମୁତାବକ, ଏହି ରେଡ୍ ୨୦୧୯ ମସିହା କିରୁ ହାଇଡ୍ରୋ ପାୱାର ପ୍ରୋଜେକ୍ଟ ପାଇଁ ୨୨୦୦ କୋଟିର ସିଭିଲ୍ କାମରେ ହେଇଥିବା ଭ୍ରଷ୍ଟାଚାର ପାଇଁ କରାଯାଇଛି । ୨୦୧୮ ଅଗଷ୍ଟ ମାସରୁ ୨୦୧୯ ଅକ୍ଟୋବର ମାସ ପର୍ଯ୍ୟନ୍ତ ଜାମ୍ମୁକାଶ୍ମୀରରେ ରାଜ୍ୟପାଳ ଥିଲେ ସତ୍ୟପାଲ ମଲ୍ଲିକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’