Masthead

‘ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ କାହା ସ୍ୱାର୍ଥରେ’

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):  ୫ବର୍ଷରେ ୫ ବିଦେଶୀ ନିବେଶକ ଓଡ଼ିଶାରେ ପୁଞ୍ଜି ନିବେଶ କରିଛନ୍ତି ବୋଲି କଂଗ୍ରେସ କହିଛି । ରାଜ୍ୟ କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶରତ ପଟ୍ଟନାୟକ, ବିଜୟ ପଟ୍ଟନାୟକ ଓ ଗଣେଶ୍ୱର ବେହେରା ଯୋଗଦେଇ ମୁଖ୍ୟୟମନ୍ତ୍ରୀ ଜାପାନ ଗସ୍ତକୁ ସମାଲୋଚନା କରିଛନ୍ତି । ଓଡ଼ିଶା ସରକାର ରାଜ୍ୟରେ ପୁଞ୍ଜି ନିବେଶ ପାଇଁ ଜାପାନ, ରୋମ ଓ ଦୁବାଇରେ ବୈଠକ କରିଆସୁଛନ୍ତି । ମାତ୍ର ୨୦୧୬ରୁ ୨୦୨୨ ମଧ୍ୟରେ କେବଳ ୫ ବିଦେଶୀ ନିବେଶକ ଓଡ଼ିଶାରେ ଶିଳ୍ପ ସ୍ଥାପନ କରିବାକୁ ଆସିଛନ୍ତି । ଯାହାର ମୂଲ୍ୟ ୧୩୬୮.୫୪କୋଟି ଟଙ୍କା । ତେବେ ଏତେ ମହଙ୍ଗା ବିଦେଶଗସ୍ତ କାହିଁକି ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

୨୦୧୬ରେ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ସରକାର ୨୦.୭୯କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ୨୦୧୮ରେ ରାଜ୍ୟ ସରକାର ୪୩.୫୧କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ୨୦୨୨ରେ ଆୟୋଜିତ ମେକଇନ୍ ଓଡ଼ିଶା କାର୍ଯ୍ୟକ୍ରମରେ କେତେଜଣ ଓଡ଼ିଆ ସଭା ମଞ୍ଚରେ ବସିଥିଲେ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ସରକାର କହିଛନ୍ତି ୨୦୧୬ରେ ୫୪ଟି ପ୍ରକଳ୍ପରେ ୨.୦୩ଲକ୍ଷ କୋଟି ଟଙ୍କା ବିନିଯୋଗ କରାଯାଇ ୮୦ହଜାର ୩୮ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ୨୦୧୮ରେ ୨୦୨ ପ୍ରକଳ୍ପରେ ୪.୨୩ଲକ୍ଷ କୋଟି ଟଙ୍କା ବିନିଯୋଗ କରାଯାଇ ୨ଲକ୍ଷ ୪୧ହଜାର ୫୧୮ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ଏହି ଆକଳନ ସରକାରଙ୍କ ଦ୍ୱାରା ଯାଞ୍ଚ କରାଯାଇଛି କି ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

ଯଦି କରାଯାଇଛି କାହା ଦ୍ୱାରା ଓ ନିଯୁକ୍ତି ପାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ କେତେ ଜଣ ଓଡ଼ିଆ ବୋଲି କଂଗ୍ରେସ ପ୍ରଶ୍ନ କରିଛି । କାହିଁକି ଓଡ଼ିଶାର ବିଭିନ୍ନ ସ୍ଥାନରେ ଏପରି କାର୍ଯ୍ୟକ୍ରମ ଆୟୋଜନ ହେଉ ନାହିଁ । ଧଡ଼ିଶାରେ କ’ଣ କୌଣସି ନିବେଶକ ନାହାନ୍ତି କି? ଶିଳ୍ପ ପ୍ରତିଷ୍ଠା ପାଇଁ ଯେଉର୍ମାନେ ଓଡ଼ିଶା ବାହାରୁ ଆସିବେ ସେମାନଙ୍କ ପାଇଁ ସିଙ୍ଗଲ ଓ୍ିଣ୍ଡୋର ସୁବିଧା ଅଛି । ଯେଉଁମାନେ ଓଡ଼ିଶାରେ ଶିଳ୍ପସ୍ଥାପନ କରିସାରିଛନ୍ତି ସେମାନଙ୍କ ସମସ୍ୟାର ସମାଧାନ । ପାଇଁ କ’ଣ ବ୍ୟବସ୍ଥା ଅଛି? ଯଦି ସେମାନଙ୍କର ସମସ୍ୟା ସମାଧାନ ନ ହୁଏ ତେବେଏହି ବାର୍ତ୍ତା ବିସ୍ତାର ହେବ ।

ଏହା ନୂତନ ନିବେଶକମାନଙ୍କୁ ପ୍ରଭାବିତ କରିବ । କଂଗ୍ରେସ କହିଛି ଓଡ଼ିଶାରେଏମ୍ଏସ୍ଏମ୍ଇକୁ ଆକର୍ଷିତ କରିବା ପାଇଁ ସରକାର କେଉଁ ପଦକ୍ଷେପ ନେଇଛନ୍ତି? ଓଡ଼ିଶାରେ ଡାଉନ୍ଷ୍ଟିମ୍ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର କେଉଁ ପଦକ୍ଷେପ ନେଇଛନ୍ତି । ଏ ପର୍ଯ୍ୟନ୍ତ ରାଜ୍ୟରେ କେତୋଟି ଡାଉନ୍ଷ୍ଟିମ୍ ଶିଳ୍ପ ପ୍ରତିଷ୍ଠା କରାାଇଛି । ସେଗୁଡିକ ମଧ୍ୟରୁ କେତୋଟ ିଓଡ଼ିଆଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଛି? ଓଡ଼ିଶାରେ କେତୋଟିଏମ୍ଏସ୍ଏମ୍ଇ ଅଛି ।

ଓଡ଼ିଶାରେ ଥିବା ମୁଖ୍ୟ ଶିଳ୍ପରୁ କେଉଁ କେଉ ଁକାର୍ଯ୍ୟ ପାଇଁ ଅର୍ଡର ପାଇଛନ୍ତି? ଏହାର ମୂଲ୍ୟ କେତେ? ଏହିସବୁଏମ୍ଏସ୍ଏମ୍ଇ ଉପରେ ନଜର ରଖିବା ପାଇଁ ସରକାର କ’ଣ ବ୍ୟବସ୍ଥା କରିଛନ୍ତି? ସରକାରଏମ୍ଏସ୍ଏମ୍ଇର ବହୁବିଧ ସମସ୍ୟାର ସମାଧାନ କରିବାକ ୁଚେଷ୍ଟାକରୁଛନ୍ତି କି? ଓଡ଼ିଶା ସରକାର ରାଜ୍ୟରେ ଥିବା ଷ୍ଟାର୍ଟଅପ୍ରୁ ସ୍ୱତନ୍ତ୍ର କ୍ରୟ ପାଇଁ କୌଣସି ଆଇଟମ୍ ସଂରକ୍ଷଣ କରିଛନ୍ତି କି?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍ 🔴 ପାଣି ପାଇଁ ଚିନ୍ତାରେ ପାକିସ୍ତାନ, ଭାରତକୁ ୪ଥର ଲେଖିଲାଣି ଚିଠି 🔴 ପ୍ରଭାତିଙ୍କୁ ସମୀରଙ୍କ ଖୋଲା ଚ୍ୟାଲେଞ୍ଜ 🔴 ପୁଣି ୧୦୦ କେଜି ଲୁଟ୍ ବିସ୍ଫୋରକ ଜବତ 🔴 ୧୨ନୁହେଁ ୨୦ରେ ଆସିବେ ପିଏମ୍! 🔴 ୩ ଦିନ ଯାଏଁ ଭୀଷଣ ଗୁଳୁଗୁଳି 🔴 ଭାରତକୁ ପାକିସ୍ତାନର ୪ଟି ଚିଠି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍ 🔴 ପାଣି ପାଇଁ ଚିନ୍ତାରେ ପାକିସ୍ତାନ, ଭାରତକୁ ୪ଥର ଲେଖିଲାଣି ଚିଠି 🔴 ପ୍ରଭାତିଙ୍କୁ ସମୀରଙ୍କ ଖୋଲା ଚ୍ୟାଲେଞ୍ଜ 🔴 ପୁଣି ୧୦୦ କେଜି ଲୁଟ୍ ବିସ୍ଫୋରକ ଜବତ 🔴 ୧୨ନୁହେଁ ୨୦ରେ ଆସିବେ ପିଏମ୍! 🔴 ୩ ଦିନ ଯାଏଁ ଭୀଷଣ ଗୁଳୁଗୁଳି 🔴 ଭାରତକୁ ପାକିସ୍ତାନର ୪ଟି ଚିଠି