Before Header

ସ୍ଵାମୀକୁ ଜାଳିଦେଲା ସ୍ତ୍ରୀ

0 108

ଭଞ୍ଜନଗର (ବଡ଼ ଖବର ବ୍ୟୁରୋ): ସ୍ଵାମୀକୁ ଜାଳିଦେଲା ସ୍ତ୍ରୀ । ଭଞ୍ଜନଗର ଥାନା କୁଲାଡ ଗ୍ରାମରେ ଆଜି ସକାଳେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ପାରିବାରିକ କଲହକୁ କେନ୍ଦ୍ର କରି ସ୍ଵାମୀ ଉପରେ କିରୋସିନି ଢାଳି ସ୍ତ୍ରୀର ହତ୍ୟା ଉଦ୍ୟମ । କୁଲାଡ ଗ୍ରାମର ଅବସରପ୍ରାପ୍ତ ବନ କର୍ମଚାରୀ ପ୍ରଫୁଲ୍ଲ କୁମାର ସାବତଙ୍କ ଘରେ କୌଣସି କାରଣକୁ ନେଇ ଆଜକୁ ଚାରି ଦିନ ହେଲା ବଚସା ଚାଲିଥିଲା ।

ଆଜି ସକାଳେ ଘର ବାରଣ୍ଡାରେ ପ୍ରଫୁଲ୍ଲ ବସିଥିବା ସମୟରେ ସ୍ତ୍ରୀ ପଛପଟୁ ଆସି କିରୋସିନ ଢାଳି ନିଆଁ ଲଗାଇଦେଇଥିଲେ । ପ୍ରଫୁଲ୍ଲଙ୍କ ଚିତ୍କାର ଶୁଣି ପଡୋଶୀମାନେ ଫ୍ରଫୁଲ୍ଲଙ୍କୁ ଉଦ୍ଧାର କରି ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ତାଙ୍କ ଶରୀରର ପାଖାପାଖି ୭୦ ଭାଗ ପୋଡି ଯାଇଛି । ପ୍ରାଥମିକ ଚିକିତ୍ସା ପରେ ପ୍ରଫୁଲ୍ଲଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.