Masthead

ଅଯଥା ଅପରିଚିତ ଲୋକଙ୍କ ଉପସ୍ଥିତିରେ ବିବାହର ଆବଶ୍ୟକତା ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିବାହକୁ ନେଇ ସୁପ୍ରିମକୋର୍ଟଙ୍କ ବୟାନ । ସହମତିରେ ବିବାହ କରିଥିଲେ ସର୍ବସାଧାରଣ ଆଗରେ ଘୋଷଣା କରିବାର ଆବଶ୍ୟକତା ନାହିଁ । ଅଯଥା ଅପରିଚିତ ଲୋକଙ୍କ ଉପସ୍ଥିତିରେ ବିବାହର ଆବଶ୍ୟକତା ନାହିଁ । ଓକିଲଙ୍କ ଚାମ୍ବରରେ ଏକ ଯୋଡି ପରସ୍ପରକୁ ଫୁଲମାଳ କିମ୍ବା ମୁଦି ପିନ୍ଧାଇ ସରଳ ଉପାୟରେ ବିବାହ କରିପାରିବ । ବିଶେଷ ଭାବେ ପ୍ରେମ ବିବାହରେ ଏଭଳି ରାୟ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ତେବେ ଓକିଲମାନେ ଚାହିଁଲେ ତାମିଲନାଡୁ ରାଜ୍ୟ ସଂଶୋଧନର ଧାରା ୭-କ ହିନ୍ଦୁ ବିବାହ ଅଧିନିୟମ ଅନୁସାରେ କୋର୍ଟର ଅଧିକାରୀ ଭାବେ ସେମାନେ ସେମାନଙ୍କ ବୃତି ହିସାବରେ ନୁହେଁ, ବରଂ ଦମ୍ପତିଙ୍କ ବନ୍ଧୁ ବା ସମ୍ପର୍କୀୟ କିମ୍ବା ସାମାଜିକ କର୍ମୀ ହିସାବରେ ବିବାହ କରାଇପାରିବେ । ପୂର୍ବରୁ ମାଡ୍ରାସ ହାଇକୋର୍ଟରେ ବିବାହକୁ ନେଇ ଦିଆଯାଇଥିବା ବୟାନକୁ ଚ୍ୟାଲେଂଜ କରି ଜଷ୍ଟିସ ଏସ ରବିନ୍ଦ୍ର ଭଟ୍ଟ ଓ ଜଷ୍ଟିସ ଅରବିନ୍ଦ କୁମାରଙ୍କ ଦ୍ୱାରା ଗଠିତ ଖଣ୍ଡପୀଠରେ ଏଭଳି ବୟାନ ଦିଆଯାଇଛି । ବେଂଚର କହିବା ମୁତାବକ ନିଜ ଜୀବନସାଥୀ ବାଛିବା ଜଣେ ବ୍ୟକ୍ତିର ମୌଳିକ ଅଧିକାର । ଯାହାକୁ ବଜାୟ ରଖି ମାଡ୍ରାସ ହାଇକୋର୍ଟର ରାୟକୁ ବଦଳାଇଥିଲେ ସୁପ୍ରିମକୋର୍ଟର ବିଚାରପତି । ପୂର୍ବରୁ ମାଡ୍ରାସ କୋର୍ଟଙ୍କ ଦ୍ୱାରା ଦର୍ଶାଯାଇଥିବା ମତ ଭୁଲ ଥିଲା । ଏହା ବିଶ୍ୱାସ ଉପରେ ଆଧାରିତ ଯେ ପ୍ରତ୍ୟେକ ବିବାହ ଏକ ସାଧାରଣ ସମାରୋହ କିମ୍ବା ଘୋଷଣା ଆବଶ୍ୟକ କରେ । ଏହିପରି ଏକ ଦୃଷ୍ଟିକୋଣ ଅତ୍ୟନ୍ତ ନିଷେଧ, କାରଣ ପ୍ରାୟତ ପିତାମାତାଙ୍କ ଚାପ ପାଇଁ ପ୍ରେମୀ ଯୁଗଳମାନେ ବିବାହ କରିପାରନ୍ତି ନାହିଁ । ତାମିଲନାଡୁ ହିନ୍ଦୁ ବିବାହ ସଂଶୋଧିତ ଆଇନରେ ଧାରା ୭-କ ଲାଗୁ କରାଯାଇଥିଲା । ଏହି ବିଭାଗ ଅନୁଯାୟୀ, ଦୁଇଜଣ ହିନ୍ଦୁ ରୀତିନୀତି ପାଳନ ନକରି ନିଜ ବନ୍ଧୁ, ସମ୍ପର୍କୀୟ କିମ୍ବା ଅନ୍ୟ ବ୍ୟକ୍ତିଙ୍କ ବିନା ଉପସ୍ଥିତିରେ ବିବାହ କରିପାରିବେ । ଏହା ସହ ବିନା ପୁରୋହିତଙ୍କ ଦ୍ୱାରା ମଧ୍ୟ ବିବାହ କାର୍ଯ୍ୟ କରାଯାଇପାରିବ ବୋଲି କୋର୍ଟ ରାୟ ଦେଇଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ