Before Header

ଶିକ୍ଷକ ଦାବି କରି ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ

0 24

ନରସିଂହପୁର (ବଡ଼ ଖବର ବ୍ୟୁରୋ): ଶିକ୍ଷକ ଦାବି କରି ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ । ନରସିଂହପୁର କାଞ୍ଜିଆପଦା ଛକ ନିକଟରେ ରାସ୍ତା ଅବରୋଧ କଲେ ଛାତ୍ରଛାତ୍ରୀ ଓ ଅଭିଭାବକ। ସ୍କୁଲରେ ୧୫୦ ପିଲାକୁ ୩ଜଣ ଶିକ୍ଷକ ପଢାଉଛନ୍ତି ପାଠ । ସେଥିରୁ ଜଣେ ଶିକ୍ଷକ ମଧ୍ୟାଣ୍ଣ ଭୋଜନ ଦାଇତ୍ୱ ରେ ଥିବା ବେଳେ ଅନ୍ୟ ଦୁଇ ଜଣ ଶିକ୍ଷକ ୧୫୦ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଥିବା ଖବର ଅଭିଭାବକଙ୍କୁ ବ୍ୟଥିତ କରିଛି। କେତେବେଳେ ମଧ୍ୟାହ୍ନ ଭୋଜନ ନିମ୍ନମାନର ତ କେତେବେଳେ ପାଠ ପଢାରେ ତ୍ରୁଟି। ବାରମ୍ବାର ସ୍କୁଲ କମିଟି ପକ୍ଷରୁ ଏ ନେଇ ପ୍ରତିବାଦ ଓ ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ଭେଟିଥିଲେ ମଧ୍ୟ ସୁଫଳ ହେଉନି। ଏହାର ପ୍ରତିବାଦରେ ଆଜି ଛାତ୍ରଛାତ୍ରୀ ଓ ଅଭିଭାବକ କାନପୁର-ଚମ୍ପେଶ୍ୱର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି।

Leave A Reply

Your email address will not be published.