Masthead

ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କୁ ଇଡିର ସମନ୍

କୋଲକାତା(ବଡ଼ ଖବର): ବଢୁଛି ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ଅଡୁଆ । ଯାହାକି ଥମିବାର ନା ନଉନି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଜି ମନି ଲଣ୍ଡ୍ରିଂ ମାମଲାରେ ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ଜେରା ପାଇଁ ଡାକିଛି । ଉଭୟ ମନି ଲଣ୍ଡ୍ରିଂ ମାମଲାରେ ଜେରା ହେବେ । ସେମାନଙ୍କୁ ଇଡି ସେପ୍ଟେମ୍ବର ୧ ରେ ସମନ କରିବା ନେଇ ନୋଟିସ ଦେଇଛି । ତେବେ ତାଙ୍କୁ କୋଟି କୋଟି ଟଙ୍କାର କୋଇଲା ଚାଲାଣ ଅଭିଯୋଗରେ ଜେରା କରାଯିବ । ପୂର୍ବରୁ ଏହି କୋଇଲା ଚାଲାଣ ଘଟଣାରେ ସିବିଆଇ ତାଙ୍କୁ ଫେବୃଆରି ୨୩ ରେ ସମନ କରିଥିଲା । ହେଲେ ସିବିଆଇ କୋଇଲା ଚାଲାଣ ସମ୍ପର୍କରେ କିଛି ବି ତଥ୍ୟ ହାସଲ କରିପାରିନଥିଲା ।

ପୂର୍ବରୁ ଏହି ଘଟଣାରେ ସିବିଆଇ ପଶ୍ଚିମବଙ୍ଗର ବଙ୍କୁରା, ପଶ୍ଚିମବର୍ଦ୍ଧମାନ ଭଳି ସ୍ଥାନରେ ରେଡ୍ କରିଥଲା । ସୁଚନା ଅନୁସାରେ ଏହି କୋଇଲା ଚାଲାଣର ମାଷ୍ଟର ମାଇଣ୍ଡ ହେଉଛନ୍ତି ଅନୁପ ମାନଝୀ । ତେବେ ଏହି ଘଟଣାରେ ଅଭିଷେକ ବାନାର୍ଜୀଙ୍କ ପତ୍ନୀଙ୍କ ଭୂମିକା ରହିଛି ବୋଲି ଜ।ଣିବାକୁ ପାଇଥିଲା ସିବିଆଇ । ହେଲେ ଘଟଣା ସ୍ଥିର ହୋଇଯାଇଥିବା ବେଳେ ପୁଣି ଏକ ମନି ଲଣ୍ଡ୍ରିଂ ମାମଲାରେ ଉଭୟ ଅଭିଷେକ ଓ ତାଙ୍କ ପତ୍ନୀ ରୁଜିଆକୁ ହାଜର ହେବା ପାଇଁ ନୋଟିସ ଜାରି କରିଛି ଇଡି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି