Masthead

ନବ-ମାଳତୀ କୁଟୀରର ଆରମ୍ଭ ହେଲା ସଂରକ୍ଷଣ କାର୍ଯ୍ୟ

ଅନୁଗୁଳ(ବଡ଼ ଖବର ବ୍ୟୁରୋ): ନୁମା-ବାପି କୁଟୀରରୁ ହଟିଲା କଳା ଜରି । ସରକାରୀ ଅନୁଦାନକୁ ଅପେକ୍ଷା ନକରି ନବ-ମାଳତୀ କୁଟୀରର ଆରମ୍ଭ ହେଲା ସଂରକ୍ଷଣ କାର୍ଯ୍ୟ । ନଡ଼ା ଛପର ହେଲା ଚାଳିଆ କୁଟୀର । ମରାମତି କଲା ନବମାଳତୀ ଟ୍ରଷ୍ଟ । ୭ ଜଣ କୁଶଳୀ ଶ୍ରମିକ ଛପର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ୩ ଦିନ ମଧ୍ୟରେ ମରାମତି କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ୩ ବର୍ଷରୁ ଅଧିକ ସମୟ ହେଲା ଅବହେଳିତ ହୋଇ ପଡିରହିଥିଲା ଏହି କୁଟୀର । ଜିଲ୍ଲା ପ୍ରଶାସନ ଓ ସଂସ୍କୃତି ବିଭାଗ ଭରସାରେ ରହି ଟ୍ରଷ୍ଟ ମରାମତି କରିନଥିଲା । ଏକ କଳା ଜରି ଘୋଡାଇ କାମ ସାରି ଦେଇଥିଲା ।

କୁଟୀର ବିପଦପୂର୍ଣ୍ଣ ଅବସ୍ଥାରେ ପଡିରହିଥିବା ବେଳେ ଟ୍ରଷ୍ଟ ମରାମତି କାମ ହାତକୁ ନେଇଛି । ସରକାରୀ କାମକୁ ଅପେକ୍ଷା ନକରି ପୂର୍ବ ବୈଠକର ନିଷ୍ପତ୍ତି ଅନୁସାରେ ମରାମତି କରାଯାଉଥିବା ନବ-ମାଳତୀ ଟ୍ରଷ୍ଟର ସମ୍ପାଦକ ଶିବରାମ ମିଶ୍ର କହିଛନ୍ତି । ଟ୍ରଷ୍ଟ ସମ୍ପାଦକଙ୍କ କହିବା ଅନୁସାରେ, ୨୦୨୦ ମସିହା ପର୍ଯ୍ୟନ୍ତ ଟ୍ରଷ୍ଟ କୁଟୀରର ମରାମତି କାମ କରିଥିଲା । ୨୦୨୧ରେ ସରକାର ଏହାର ସଂରକ୍ଷଣ ନେଇ ଆଗ୍ରହ ପ୍ରକାଶ କରିଥିଲେ । ପିଡବ୍ଲୁଡି ବିଭାଗ ପକ୍ଷରୁ ମାପଚୁପ ମଧ୍ୟ କରାଯାଇଥିଲା । ମାତ୍ର କୌଣସି ସଂରକ୍ଷଣ କାର୍ଯ୍ୟ କରାଯାଇନଥିଲା । ସରକାରୀ କାର୍ଯ୍ୟରେ ବିଳମ୍ବ ଦେଖି ଗତ ମାର୍ଚ୍ଚ ୧୨ ତାରିଖରେ ଟ୍ରଷ୍ଟର ବୈଠକ ବସିଥିଲା । ବୈଠକରେ ନୁମା-ବାପି କୁଟୀର ମରାମତି କରିବାକୁ ନିଷ୍ପତ୍ତି ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ