Masthead

୫ ଦଫା ଦାବି ନେଇ ୧୨ଘଣ୍ଟିଆ ବ୍ୟାସନଗର ବନ୍ଦ

କୋରେଇ (ବଡ଼ ଖବର ବ୍ୟୁରୋ): ଆଜି ବ୍ୟାସନଗର ନାଗରିକ କମିଟି ଓ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୫ ଦଫା ଦାବିରେ ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବ୍ୟାସନଗର ସହରରେ ବନ୍ଦ ପାଳନ କରାଯାଇଛି । ସହରରେ ବର୍ଦ୍ଧିତ ହୋଲଡିଙ୍ଗ୍ ଟ୍ୟାକ୍ସ କମାଇବା, ରେଳବାଇ ଫ୍ଲାଏ ଓଭରବ୍ରିଜ୍ ଓ ଗଳିପୋଲ ନିର୍ମାଣ, ଜମିଜମା ସମସ୍ୟା, ବିଦ୍ୟୁତ୍ ସମସ୍ୟା ଓ ୧୦୦ ଶଯ୍ୟା ବିଶିଷ୍ଟ ମଲ୍ଟି ସ୍ପେସାଲିଷ୍ଟ ହସ୍ପିଟାଲ ନିର୍ମାଣ କରିବା ଆଦି ୫ ଦଫା ଦାବିରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ବ୍ୟାସନଗର ସହରକୁ ବନ୍ଦ ରଖାଯାଇଛି ।

ସହରର ସମସ୍ତ ଦୋକାନ ବଜାର, ସରକାରୀ ଦପ୍ତର, ବେସରକାରୀ ଅନୁଷ୍ଠାନ, ବ୍ୟାଙ୍କ, ସ୍କୁଲ କଲେଜ ବନ୍ଦ ରହିବା ସହିତ ଯାନବାହାନ ଚଳାଚଳକୁ ମଧ୍ୟ ବନ୍ଦ କରାଯାଇଛି। ଏହି ବନ୍ଦକୁ ବିଭିନ୍ନ ରାଜନୈତିକ ଦଳ, ସ୍ବେଚ୍ଛାସେବୀ ସଂଗଠନ, ଗଣସଂଗଠନ, ଟ୍ରକମାଲିକ ସଂଘ, ଶ୍ରମିକ ସଂଗଠନ ମଧ୍ୟ ସହଯୋଗ ଓ ସମର୍ଥନ ଜଣାଇଛନ୍ତି । ଆଇନଶୃଙ୍ଖଳା ଦୃଷ୍ଟିରୁ ଛକମାନଙ୍କରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି। ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ପରିସ୍ଥିତି ନିୟନ୍ତ୍ରଣ କରୁଛନ୍ତି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ