Masthead

୧୦୦ ଦିନରେ ଡିଜିଟାଲ ଆନ୍ଦୋଳନ

ଠିକା ପ୍ରଥା ଉଚ୍ଛେଦ ଦାବି ତେଜୁଛି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କରୋନା ମହାମାରୀ ସମୟରେ ସରକାରଙ୍କ ବିଭିନ୍ନ ବିଭାଗର କର୍ମଚାରୀ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ସେବା କରୁଛନ୍ତି । ସେମାନଙ୍କୁ କୋଭିଡ ଯୋଦ୍ଧାର ଆଖ୍ୟା ଦେଇ ସମସ୍ତେ ସମ୍ମାନ ଦେଉଛନ୍ତି । ସରକାର ମଧ୍ୟ କୋଭିଡ ଯୋଦ୍ଧାଙ୍କ ପ୍ରଶଂସାରେ ଶତମୁଖ । ତେବେ ବିଡ଼ମ୍ବନାର ବିଷୟ ହେଲା, ଯେଉଁମାନେ ସମ୍ମୁଖ ଭାଗରେ ରହି ଏହି ଲଢ଼େଇରେ ସର୍ବାଧିକ ତ୍ୟାଗ କରୁଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ଠିକା କିମ୍ବା ଆଉଟସୋର୍ସିଂ କର୍ମଚାରୀ । ଯାହାଙ୍କ ଦରମା ଦିନ ମଜୁରିଆଠାରୁ ବି କମ୍ ବୋଲି ଅଭିଯୋଗ କରିଛି ଓଡ଼ିଶା ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ । ରାଜ୍ୟରେ ସମାନ କାମକୁ ସମାନ ଦରମା ନୀତି ଲାଗୁ ଦାବିରେ ଚାଲିଛି ଡିଜିଟାଲ ଆନ୍ଦୋଳନ । ଠିକା ଓ ଆଉଟସୋର୍ସଂ ପ୍ରଥା ଉଚ୍ଛେଦ ଅନୁରୋଧରେ ପ୍ରତିଦିନ ହଜାର ହଜାର କର୍ମଚାରୀ ସରକାରଙ୍କୁ ଚିଠି ଲେଖୁଛନ୍ତି । ସୋସିଆଲ ମିଡିଆରେ ପ୍ରତିବାଦର ଫଟୋ ପୋଷ୍ଟ କରୁଛନ୍ତି । ଏହି ଆନ୍ଦୋଳନ ଆଜି ୧୦୦ ଦିନରେ ପହଞ୍ଚିଥିବା ସଙ୍ଘ ସଭାପତି ବିଜୟ ମଲ୍ଲ ଜଣାଇଛନ୍ତି । ତେବେ କୋଭିଡ ଯୋଦ୍ଧାଙ୍କ ଏହି ଆନ୍ଦୋଳନକୁ ନେଇ ସରକାର କୌଣସି ସକରାତ୍ମକ ପଦକ୍ଷେପ ଏଯାଏଁ ନେଇ ନାହାନ୍ତି । ବରଂ ସେମାନଙ୍କୁ ଆନ୍ଦୋଳନ ବନ୍ଦ କରିବାକୁ ନାଲି ଆଖି ଦେଖାଇଛନ୍ତି । ଯାହା କର୍ମଚାରୀମାନଙ୍କୁ ହତୋତ୍ସାହିତ କରୁଥିବା କହିଛନ୍ତି ଶ୍ରୀଯୁକ୍ତ ମଲ୍ଲ । ସରକାରୀ କର୍ମଚାରୀଙ୍କ ପ୍ରତି ସରକାରଙ୍କ ଏଭଳି ଉଦାସୀନତା ଜାରି ରହିଲେ ଆଗକୁ ଆନ୍ଦୋଳନ ବ୍ୟାପକ ହେବାର ଚେତାବନୀ ସେ ଦେଇଛନ୍ତି । ପୂର୍ବରୁ ମଧ୍ୟ ସଙ୍ଘ ପକ୍ଷରୁ ଅନେକଥର ଆନ୍ଦୋଳନ ହୋଇଛି । କର୍ମଚାରୀମାନେ କଳା ପଟି ବାନ୍ଧିଛନ୍ତି । ରାଜଧାନୀର ରାଜରାସ୍ତାରେ ଖରା, ବର୍ଷାରେ ଧାରଣା ଦେଇଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ସହ ବୈଠକ ମଧ୍ୟ ହୋଇଛି । ତେବେ ସରକାରଙ୍କ ପଦକ୍ଷେପ କେବଳ ପ୍ରତିଶ୍ରୁତିରେ ଅଟକିଯାଇଥିବା ସଙ୍ଘ ଅଭିଯୋଗ କରିଛି । ଏ ନେଇ ସଙ୍ଘର ଉପଦେଷ୍ଟା ତଥା କର୍ମଚାରୀ ନେତା ପ୍ରଭାତ ମହାନ୍ତି କହିଛନ୍ତି, ମୁଖ୍ୟମନ୍ତ୍ରୀ କର୍ମଚାରୀମାନଙ୍କ ଏହି ଦାବି ସହୃଦୟତାର ସହ ବିଚାର କରିବା ଦରକାର । ଅବିଳମ୍ବେ ରାଜ୍ୟରୁ ସରକାରୀସ୍ତରରେ ଠିକା ଓ ଆଉଟସୋର୍ସିଂ ପ୍ରଥା ଉଠିବା ଦରକାର । କର୍ମଚାରୀମାନେ ଅନେକ ଯନ୍ତ୍ରଣା ସହିଲେଣି । ଧୈର୍ଯ୍ୟର ବି ସୀମା ଥାଏ । ପାଉଁଶ ତଳର ନିଆଁ ବିସ୍ଫୋରକ ରୂପ ଧାରଣ କଲେ ସରକାର ହିଁ ଏଥିଲାଗି ଦାୟୀ ରହିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର