Before Header

୨୨ ଘଣ୍ଟା ପରେ ଧରାପଡ଼ିଲା ଫେରାର କଏଦୀ, ଏବେ ବି ଜଣେ ନିଖୋଜ

0 764

କଳାହାଣ୍ଡି(ବଡ଼ ଖବର ବ୍ୟୁରୋ): କଳାହାଣ୍ଡି ଜିଲ୍ଲା କାରାଗାରରୁ ଦୁଇ କଏଦୀ ଫେରାର ହେବା ଘଟଣା । ୨୨ ଘଣ୍ଟା ପରେ ଧରାପଡ଼ିଲା ଜଣେ କଏଦୀ । ଧର୍ମଗଡ଼ରୁ କଏଦୀ ସିକନ୍ଦର ଜାଲଙ୍କୁ ତାଙ୍କ ନିଜ ଗାଁ ରୁ ଧରି ଟାଉନଥାନା ପୋଲିସ ଜିମାରେ ଦେଇଛନ୍ତି ଜେଲ କର୍ତ୍ତୃପକ୍ଷ । କଳାହାଣ୍ଡି ଜିଲ୍ଲା ମୁଖ୍ୟ କାରାଗାର ପାଚେରି ଡେଇଁ ଦୁଇ କଏଦୀ ଫେରାର ହୋଇଯାଇଥିଲେ । ଦୁଇ ଜଣ ପୋସ୍କୋ ଏକ୍ଟରେ କାରାଗାରରେ ଥିଲେ। ଖବର ଅନୁଯାୟୀ, ରବିବାର ସକାଳୁ ବଗିଚା କାମ କରୁଥିଲେ କଏଦୀ ।

ଏହି ସମୟରେ ସୁଯୋଗ ଦେଖି ଦୁଇ ଜଣ କଏଦୀ ଜେଲର ପାଚେରୀ ଡେଇଁ ଚମ୍ପଟ ମାରିଛନ୍ତି । ଜଣେ ଫେବୃଆରୀରେ ଆସିଥିବା ବେଳେ ଆଉ ଜଣେ ମାର୍ଚ୍ଚରେ ଜେଲକୁ ଆସିଥିଲେ । ତେବେ କଏଦୀ ଫେରାର ହେବା ପରେ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଚଢାଉ ଜାରି ରଖିଥିଲା । । ଏବେ ଜଣଙ୍କୁ ଧରିଥିବାବେଳେ ଅନ୍ୟ ଜଣେ କଏଦୀଙ୍କ ପତ୍ତା ମିଳି ନାହିଁ ।

Leave A Reply

Your email address will not be published.