Masthead

ଫେରୁଛନ୍ତି ରିୟା 

ମୁମ୍ବାଇ ( ବଡ଼ ଖବର ବ୍ୟୁରୋ): ଜେଲର ଚାରିକାନ୍ଥ ଭିତରେ କଟୁଥିଲା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଜୀବନ । ଦୀର୍ଘ ୨୮ଦିନପରେ ସେ ଘରକୁ ଫେରୁଛନ୍ତି । ଫିଲ୍ମ ଅଭିନେତା ଶୁସାନ୍ତ ସିଂ ରାଜପୁର ମୃତ୍ୟୁ ମାମଲାରେ ଛନ୍ଦି ହୋଇପଡିଥିଲେ ରିୟା । ସିବିଆଇ ଏହି ଘଟଣାର ତଦନ୍ତ କରୁଥିବା ବେଳେ ଡ୍ରଗସ୍ ଲିଙ୍କର ଖେଳତାଡ କରିଥିଲା ଏନସିବି ।  ସେପ୍ଟେମ୍ବର ୯ ତାରିଖରେ ଡ୍ରଗସ୍ ଲିଙ୍କ ନେଇ ରିୟାଙ୍କୁ ଗିରଫ କରିଥିଲା ଏନସିବି । ଜାମିନ୍ ଆବେଦନ ଖାରଜ ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ସେଠାରେ ୧୦ଦିନ ରହିବା ପରେ ପୁଣି ଜାମିନ୍ ଆବେଦନ କରିଥିଲେ ରିୟା । ତାହା ମଧ୍ୟ ଖାରଜ ହୋଇଯାଇଥିଲା । ତଳକୋର୍ଟର ରାୟକୁ ମୁମ୍ବାଇ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ ରିୟା ।  ଆଜି  ରିୟାଙ୍କୁ ହାଇକୋର୍ଟ ଦେଇଛନ୍ତି ଜାମିନ୍ । ତାହା ପୁଣି ମିଳସର୍ତ୍ତମୂଳକ । କୋର୍ଟଙ୍କ ବିନା ଅନୁମତିରେ ସେ ମୁମ୍ବାଇ ଛାଡ଼ିପାରିବେନି ।  ୧ଲକ୍ଷ ଟଙ୍କା ଓ ପାସପୋର୍ଟ ଦାଖଲ କରି ସେ ଜାମିନ୍ରେ ଆସିଛନ୍ତି । ତଦନ୍ତରେ ସହଯୋଗ କରିବାକୁ ରିୟା କୋର୍ଟରେ ମଧ୍ୟ ସତ୍ୟପାଠ ଦାଖଲ କରିଛନ୍ତି । ଡ୍ରଗସ୍ ଲିଙ୍କରେ ଗିରଫ ହୋଇଥିବା ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ଅନ୍ୟମାନଙ୍କର  ଜାମିନ ଆବେଦନ ଖାରଜ କରିଛନ୍ତି କୋର୍ଟ  ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା