Masthead

ପୂଜ୍ୟପୂଜାକୁ ଅସମ୍ମାନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପୂଜ୍ୟପୂଜାକୁ ଅସମ୍ମାନ । ଅନୁଗୋଳରେ ପ୍ରଖ୍ୟାତ ଗାନ୍ଧୀବାଦୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ, ମାଳତୀ ଦେବୀଙ୍କୁ ଅସମ୍ମାନ ପରେ ଏବେ ପରାଦୀପରେ ବିଜୁ ପଟ୍ଟନାୟକ ଓ ଜବାହରଲାଲ ନେହରୁଙ୍କୁ କରାଯାଇଛି ଅସମ୍ମାନ ।  ପାରାଦୀପ ବନ୍ଦର ନିର୍ମାଣର ଦୁଇ ବିନ୍ଧାଣି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ସହିତ ଅବହେଳିତ ଭାବରେ ଫୋପାଡ଼ି ଦେବା ଘଟଣାକୁ ନେଇ ବିବାଦ ତେଜିବାରେ ଲାଗିଛି । ବରପୁତ୍ର ମାନଙ୍କୁ ସମ୍ମାନ ଦେବା ପରିବର୍ତ୍ତେ ଅସମ୍ମାନ କରାଯାଉଛି । ଜଣେ କେହି ବ୍ୟକ୍ତି ନିଜକୁ ବିଜେପି ନେତା କହି ସେହି ଦୁଇ ପ୍ରତିମୂର୍ତ୍ତିକୁ ଭାଙ୍ଗି ଅଳିଆ ଗଦାକୁ ପକେଇ ଦେଇଛନ୍ତି । ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତିି ବରିଷ୍ଠ ନେତା ଦାମୋଦର ରାଉତ ।   ଓଡ଼ିଶା ପ୍ରଶାସନ ପୂର୍ବ ପୁରୁଷଙ୍କୁ ସମ୍ମାନ କରନ୍ତୁ କିମ୍ବା ନ କରନ୍ତୁ । କିନ୍ତୁ ଅସମ୍ମାନ କରନ୍ତୁ ନାହିଁ ବୋଲି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପାରାଦୀପ ଘଟଣାକୁ ଦେଖାଇ ବିଜେଡି କେନ୍ଦ୍ରମନ୍ତ୍ରୀଙ୍କୁ ନିଶାନା କରିଛି । ଦଳର ମୁଖପାତ୍ର ଲେ ଲିନ୍ ମହାନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭାଇ ଭାବେ ସମ୍ବୋଧିତ କରି କହିଛନ୍ତି ପାରାଦୀପରେ ଆପଣଙ୍କ ଦଳର କର୍ମୀମାନେ ନେହେରୁ ଏବଂ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଛନ୍ତି।ଏ ହି ହୀନ କାର୍ୟ୍ୟରେ ଯେଉଁମାନଙ୍କ ସଂପୃକ୍ତି ରହିଛି, ସେମାନଙ୍କ ମୁଖିଆ ହେଉଛନ୍ତି ଆପଣଙ୍କ ଦଳର ବରିଷ୍ଠ ନେତା ବିଭୁ ପ୍ରସାଦ ତରାଇ । ଏଭଳି କାର୍ୟ୍ୟରେ ଲିପ୍ତ ଆପଣଙ୍କ ଦଳର ନେତାଙ୍କୁ ଆପଣ ଭାରତ ତଥା ଓଡ଼ିଶାର ଗୌରବମୟ ଇତିହାସ ପଢ଼ାଇବାର ବ୍ୟବସ୍ଥା କରନ୍ତୁ।  ରାଜ୍ୟରେ ବାରମ୍ବାର ପୂଜ୍ୟପୂଜାକୁ ଅସମ୍ମାନ କରାଯାଉଛି । ମାତ୍ର କାର୍ୟ୍ୟାନୁଷ୍ଠାନ ଅଭାବରୁ ଏପରି ଘଟଣା ବାରମ୍ବାର ଘଟୁଛି । ଯିଏ ଦୋଷୀ ତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ଜରୁରୀ ହୋଇପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା