Masthead

ଇଂରାଜୀ ନୂଆ ବର୍ଷରେ ମହାପ୍ରଭୁଙ୍କୁ ରାତି ଅନିଦ୍ରା କରିବା ବିବାଦ

ପୁରୀ (ବଡ଼ ଖବର ବ୍ୟୁରୋ): ଇଂରାଜୀ ନୂଆବର୍ଷରେ ରାତି ଅନିଦ୍ରା ହେବେ ମହାପ୍ରଭୁ । ଏହାକୁ ନେଇ ବଢିବାରେ ଲାଗିଛି ବିବାଦ । ବିଭିନ୍ନ ଆଡ଼ୁ ହେଉଛି ବିରୋଧ । କାହିଁକି ଡିସେମ୍ବର ୩୧ ରାତିରେ ଶ୍ରୀଜଗନ୍ନାଥଙ୍କୁ ରାତି ଅନିଦ୍ରା ରଖାଯିବ ବୋଲି ସେବାୟତ ଓ ସଂସ୍କୃତି ଗବେଷକ ଉଠାଇଛନ୍ତି ପ୍ରଶ୍ନ । ସେପଟେ ମନ୍ଦିର ପ୍ରଶାସନ ଯୁକ୍ତି ହେଉଛି ନୂଆବର୍ଷରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିବ । ଏଥିପାଇଁ ରାତି ଅଧରୁ ଲୋକଙ୍କ ଭିଡ଼ ବଢିବାରେ ଲାଗିବ । ଯଦି ରାତିରୁ ଦର୍ଶନ ବ୍ୟବସ୍ଥା ଆରମ୍ଭ ନ ହୁଏ, ସକାଳେ ଭକ୍ତଙ୍କୁ ନିୟନ୍ତ୍ରଣ କରିବା କଷ୍ଟସାଧ୍ୟ ହୋଇଯିବ । ଧାଡ଼ି ଖୁବ ଲମ୍ବା ହେବ । ଲୋକଙ୍କୁ ଅଧିକ ସମୟ ଯାଏଁ ଅପେକ୍ଷା କରିବାକୁ ପଡ଼ିବ । ଏସବୁ ଆରୋପ ପ୍ରତ୍ୟାରୋପ ଭିତରେ ଶାସ୍ତ୍ରରେ କ’ଣ ନିୟମ ରହିଛି ତାକୁ ନେଇ ପ୍ରଶ୍ନ ଉଠାଇଛି ଜଗନ୍ନାଥ ସେନା । ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ହେଉଛି ଓଡ଼ିଆ ନବବର୍ଷ। ଇଂରାଜୀ ନବବର୍ଷ ସହିତ ଶ୍ରୀଜଗନ୍ନାଥ ମନ୍ଦିରର କୌଣସି ସମ୍ପର୍କ ନାହିଁ । ତାହେଲେ କାହିଁକି ଏହାକୁ ସ୍ୱତନ୍ତ୍ର ଦିନ ଭାବରେ ଶ୍ରୀମନ୍ଦିରରେ ପାଳନ କରାଯିବ ତାକୁ ନେଇ ଉଠିଛି ପ୍ରଶ୍ନ । ଏହାକୁ ପରମ୍ପରା ବିରୋଧୀ ବୋଲି କହିଛନ୍ତି ବରିଷ୍ଠ ଦଇତାପତି ସେବାୟତମାନେ ।

ଚଳିତ ମାସ ୮ରେ ହୋଇଥିବା ସବ୍ କମିଟି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ମହାପ୍ରଭୁଙ୍କ ରାତ୍ରି ଅନିଦ୍ରା କରାଯିବା କଥା କହିଥିଲେ । ସେବେଠୁ ଏହାକୁ ନେଇ ପ୍ରତିଟି ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଦେଖାଦେଇଥିଲା ଅସନ୍ତୋଷ । ସେବେଠାରୁ ଏହାକୁ ନେଇ ଚାରିଆଡ଼ୁ ଆରମ୍ଭ ହୋଇଥିଲା ବିରୋଧ । ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ମୁଖ୍ୟପ୍ରଶାସନଙ୍କ ଉପରେ ବର୍ଷିବା ସହ କହିଛନ୍ତି କେଉଁ ଶାସ୍ତ୍ରରେ ମହାପ୍ରଭୁ ଅନିଦ୍ରା ହେବା କଥା ଲେଖା ହୋଇଛି । ରାତି ସାରା ଆପଣ ଅନିଦ୍ରା ରହିବେ ତ ବୋଲି ପ୍ରଶ୍ନ କରିଛନ୍ତି । ତୁରନ୍ତ ଏ ନିଷ୍ପତ୍ତି ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି । ଅନ୍ୟପଟେ ସେବାୟତ ସୋମନାଥ ଖୁଣ୍ଟିଆ କହିଛନ୍ତି ମହାପ୍ରଭୁଙ୍କୁ ରାତିଅନିଦ୍ରା ରଖିବା ଅତ୍ୟନ୍ତ ନିନ୍ଦନୀୟ । ହିନ୍ଦୁ ଧର୍ମପ୍ରତି କୁଠାରଘାତ । ଜାଣିଶୁଣି ମହାପ୍ରଭୁଙ୍କୁ ରାତି ଅନିଦ୍ରା କରିବା ଠିକ୍ ନୁହେଁ । ଘଣ୍ଟାଏ ଦୁଇ ଘଣ୍ଟା ହେଉ ପଛେ ମହାପ୍ରଭୁଙ୍କ ପହୁଡ଼ ହେବା ଉଚିତ ବୋଲି ଦାବି ହେଉଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା