Masthead

ପୁରୀ ବିଜେଡିରେ ପଡ଼ିଲା ପ୍ୟାଚ୍?

ପୁରୀ (ବଡ଼ ଖବର ବ୍ୟୁରୋ): ମହେଶ୍ୱରଙ୍କ ବିୟୋଗ ପରେ ଏକାଠି ହେବେ କି ସୁନୀଲ ଶୁଭାଶିଷ । ପ୍ରତିଷ୍ଠା ଦିବସରେ ପୁରୀ ବିଜେଡିର ଗୋଷ୍ଠୀ କନ୍ଦଳରେ ପଡ଼ିଲା କି ପ୍ୟାଚ୍ । ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସରେ ସମସ୍ତଙ୍କ ନଜର ଥିଲା ପୁରୀ ବିଜେଡି ଉପରେ । କାରଣ ପୂର୍ବ ବର୍ଷମାନଙ୍କରେ ମହେଶ୍ୱର ମହାନ୍ତିଙ୍କ ନେତୃତ୍ୱରେ ଗୋଟିଏ ଜାଗାରେ ପ୍ରତିଷ୍ଠା ଦିବସ ପାଳନ ହେଉଥିବା ବେଳେ ସମାନ୍ତରାଳ ଭାବେ ଶୁଭାଶିଷ୍ ଖୁଣ୍ଟିଆଙ୍କ ନେତୃତ୍ୱରେ ଆଉ ଗୋଟିଏ ଜାଗାରେ ପାଳନ ହେଉଥିଲା । ଯାହାକୁ ନେଇ ଢ଼େର ଚର୍ଚ୍ଚା ହେଉଥିଲା । ଗୋଟିଏ ଦଳର ଗୋଟିଏ ଜାଗାରେ ୨ ଟି ଭିନ୍ନ ଭିନ୍ନ ପ୍ରତିଷ୍ଠା ଦିବସ ପାଳନ ଦଳର ଗୋଷ୍ଠୀକନ୍ଦଳକୁ ପଦାରେ ପକାଇଥିଲା । କିନ୍ତୁ ଦଳ ଏହାକୁ ଦୂର କରିବା ଦିଗରେ କୌଣସି ଠୋସ୍ ପଦକ୍ଷେପ ନେଇପାରୁନଥିଲା । କାହାରିକୁ ସନ୍ତୁଷ୍ଟ କରି ପାରୁନଥିଲା ।

ଏବେ ମହେଶ୍ୱର ମହାନ୍ତିଙ୍କ ସ୍ଥାନରେ ତାଙ୍କ ଉତ୍ତରାଧିକାରୀ ହେବାକୁ ସୁନୀଲ ମହାନ୍ତି ଚେଷ୍ଟା ଚଳାଇଛନ୍ତି । ଏପଟେ ଶୁଭାଶିଷ ଖୁଣ୍ଟିଆ ବି ଜୋରସୋରରେ ଚେଷ୍ଟା ଚଳାଇଛନ୍ତି କେମିତି ଏଥର ବିଧାନସଭା ଟିକେଟ ହାତେଇ ପାରିବେ । ଆଜି ପ୍ରତିଷ୍ଠା ଦିବସ ଉପରେ ଯେତେବେଳେ ସମସ୍ତଙ୍କ ନଜର ଥିଲା, ସାମ୍ନାକୁ ଆସିଥିଲା ଏକାଠି ହେବାର ଚିତ୍ର । ଗୋଟିଏ ମଂଚରେ ସୁନୀଲ ଆଉ ଶୁଭାଶିଷ୍ ଏକାଠି ହୋଇଥିଲେ । ଯାହାକୁ ନେଇ ଆଲୋଚନା ହେଉଛି ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ପୁରୀ ବିଜେଡି ଗୋଷ୍ଠୀକନ୍ଦଳରେ ପ୍ୟାଚ ପକାଇବାକୁ ଚେଷ୍ଟା କରୁଛି । ଅନ୍ୟପକ୍ଷରେ ୨ଜଣଙ୍କ ଲଢେଇରେ ତୃତୀୟ ପକ୍ଷ ଲାଭ ନେଇଯିବ ବୋଲି ଚର୍ଚ୍ଚା ବଢିଥିବାରୁ ଉଭୟଙ୍କ ଭିତରର ଅସନ୍ତୋଷକୁ ପ୍ୟାଚ ପକାଇ ବାହାରେ ଖୁସିଥିବା ଜଣାଇବାକୁ ଚେଷ୍ଟା କରୁଛନ୍ତି ବୋଲି ବି ଚର୍ଚ୍ଚା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା