Masthead

ଅବହେଳିତ ଘଣ୍ଟେଶ୍ୱର

ଚାନ୍ଦବାଲି, (ବଡ଼ ଖବର ବ୍ୟୁରୋ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ଏକ ପ୍ରମୁଖ ସ୍ଥାନ । ଏଠାରେ ଜୋତା ସିଲେଇ ପାଖରୁ ଆରମ୍ଭ କରି ଚଣ୍ଡୀପାଠ ପର୍ଯ୍ୟନ୍ତ ସବୁ ବର୍ଗର ଲୋକ ବାସ କରିଥାନ୍ତି । ଘଣ୍ଟେଶ୍ୱର ହେଉଛି ଚାନ୍ଦବାଲି ବ୍ଲକର କେନ୍ଦ୍ରବିନ୍ଦୁ । ଏଠାରେ ପ୍ରଭୁ ମହିମାମଣୀ ବିଜେ କରୁଥିବା ବେଳେ ଛତ୍ରପଦାରେ ମା’ ପାଟଣ ମଙ୍ଗଳା ଅବସ୍ଥାନ କରିଛନ୍ତି । କିନ୍ତୁ ଏହି ଘଣ୍ଟେଶ୍ୱରକୁ ପ୍ରଶାସନ ଅଣଦେଖା କରୁଥିବା ଅଭିଯୋଗ ହେଉଛି । ମାର୍କେଟ ଭିତରେ ଓ ବାହାରେ ଅଳିଆ ଆବର୍ଜନା କୁଢ କୁଢ଼ ଗଦା ହୋଇଛି ।

ଅସରାଏ ବର୍ଷା ହେଲେ ମାର୍କେଟରେ ପାଣି ଲହଡି ଭାଙ୍ଗୁଛି । ପଶୁ ଚିକିତ୍ସା କେନ୍ଦ୍ର ଛାତଫାଟି ଗଲାଣି, କେତେବେଳେ ଭୁଶୁଡିପଡିବ କହିହେଉ ନାହିଁ । ଦଶଟି ପଞ୍ଚାୟତର ଲୋକଙ୍କ ପାଇଁ ଏଠାରେ ଅଛି ଗୋଟିଏ ସ୍ୱାସ୍ଥ୍ୟକେନ୍ଦ୍ର । ଆଜକୁ ଦୀର୍ଘ ଦିନଧରି ଡାକ୍ତର ଆସୁନାହାନ୍ତି, କିନ୍ତୁ ଡ଼ାକ୍ତରଙ୍କ ନାମ ମେଡ଼ିକାଲ ବୋଡ଼ର୍ରେ ଲେଖା ଅଛି । ଏଠିକାର ଲୋକମାନେ ଭଦ୍ରକ ମେଡ଼ିକାଲ ଉପରେ ନିଭର କରିଥାନ୍ତି । ନେତା ନିର୍ବାଚନ ସମୟରେ ଖାଲି ପ୍ରତିଶ୍ରୁତି ଦିଅନ୍ତି, ପରେ ଭୁଲିଯାଆନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ!