Masthead

୩୦ ଜିଲ୍ଲାରୁ ୨୪୭୦ ଚିହ୍ନଟ

ଭୂବନେଶ୍ୱର, (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଖସୁଛି କରୋନା ଗ୍ରାଫ । ଆଜି ରଜ୍ୟରେ ରାଜ୍ୟରେ ୨୪୭୦ ନୂଆ ପଜେଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୪୬୨ଜଣ କ୍ୱାରେଣ୍ଟାଇନରୁ ଥିବା ବେଳେ ୧୦୦୮ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ସୁଧାର ଆସିଛି । ଆଜି ଖୋର୍ଦ୍ଦା ଜିଲ୍ଲାରୁ ୩୬୮ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦ୍ୱିତୀୟ ସର୍ବାଧିକ ଜିଲ୍ଲା ଭାବେ କଟକରୁ୧୮୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଚନ୍ତି । ସେହିପରି ଅନୁଗୁଳରୁ ୧୭୦ଜଣ ଅକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ବାଲେଶ୍ୱରରୁ ୧୦୬, ବରଗଡ଼ରୁ୬୯, ଭଦ୍ରକରୁ୬୭, ବଲାଙ୍ଗୀରରୁ ୯୧, ବୌଦ୍ଧରୁ ୭୦, ଦେବଗଡ଼ ୧୨, ଢେଙ୍କାନାଳ ୫୦, ଗଜପତି ୯, ଗଞ୍ଜାମ ୩୬, ଜଗତସିଂହପୁର ୬୪, ଯାଜପୁର ୭୨, ଝାରସୁଗୁଡ଼ା ୫୪, କଳାହାଣ୍ଡି ୫୫, କନ୍ଧମାଳ ୪୨, କେନ୍ଦ୍ରାପଡ଼ା ୮୭ , କେନ୍ଦୁଝର ୪୨, କୋରାପୁଟ ୩୨, ମାଲକାନଗିରି ୩୦, ମୟୂରଭଞ୍ଜ ୧୩୪, ନବରଙ୍ଗପୁର ୫୮ , ନୟାଗଡ଼ ୨୩, ନୁଆପଡ଼ା ୮୫, ପୁରୀ ୮୭, ରାୟଗଡ଼ା ୩୧, ସମ୍ବଲପୁର ୫୪, ସୋନପୁର ୫୩, ସୁନ୍ଦରଗଡରୁ ୧୬୧ ଓ ଷ୍ଟେଟ୍ ପୁଲରୁ୭୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟାରେ ଆଜି ସୁଧାର ଆସିଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୨,୬୨,୦୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨,୩୫,୭୬୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବର୍ତ୍ତାମାନ ସୁଦ୍ଧା ୨୫୧୦୬ଜଣ ଚିକିତ୍ସାଧୀନ ଅଛନ୍ତି । ଏଯାବତ ରାଜ୍ୟରେ ମୋଟ ୩୯,୨୧,୧୪୦ଟି ନମୁନା ପରିକ୍ଷା କରାଯାଇଛି ।

ଆକ୍ରାନ୍ତଙ୍କ ସଂଖ୍ୟାରେ ସୁଧାର ଆସିଥିବେ ବେଳେ ମୃତକଙ୍କ ସଂଖ୍ୟାରେ କିନ୍ତୁ ସୁଧାର ଆସିପାରିନାହିଁ । କରୋନା କାରଣରୁ ଆଜି ପୁଣି ୧୭ଜଣଙ୍କ ପ୍ରାଣ ଯାଇଛି ।ଏହାକୁ ମିଶାଇ ରଜ୍ୟରେ ୧୦୮୯ଜଣଙ୍କ ଜୀବନ ନେଲାଣି ମହାମରୀ କରୋନା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା