Masthead

ଅକୁହା ବନ୍ଧନର ଜ୍ୱଳନ୍ତ ଉଦାହରଣ

(ବଡ଼ ଖବର ବ୍ୟୁରୋ): ମାତ୍ର ଦୁଇ ବର୍ଷର । ଠିକସେ କଥା କହିବା ବି ସମ୍ଭବପର ହୁଏନି । ଦୁଇ ବର୍ଷର ସେ ଅଧା କଥାକୁ ପରିବାର ଲୋକେ ନ ବୁଝି ବହୁତ ମସ୍ତି କରିଥାନ୍ତି । ହେଲେ ସେହି ବୟସରେ କେହି କ’ଣ କାହାର ଜୀବନ ବଞ୍ଚାଇ ପାରିବ? କଥା ଟା ଶୁଣି ଖଟକୁଛି ନା । ହେଲେ ଏହି କଥାଟି ଏକଦମ୍ ସତ । କୁହନ୍ତି ନାଁ ମାଆ ପରଛାଇ ହୋଇଥାଏ ଝିଅ । ମାଆ ତ ସବୁବେଳେ ତା ଛୁଆ ପାଇଁ ଜୀବନ ଦେଇଥାଏ । ବିନା ସ୍ୱାର୍ଥରେ ସବୁ କିଛିରେ ସେ ହସିଦେଇଥାଏ । ଖାସ କରି ସେହି ମାଆର ଯଦି ଗୋଟିଏ ଝିଅ ଥାଏ ତାହାଲେ ସେ ନିଜ ମାଆର ହିଁ ପରଛାଇ ହୋଇଥାଏ ।

ଉତ୍ତରପ୍ରଦେଶର ମୋରଦାବାଦ ରେଲୱେ ଷ୍ଟେସନରେ ଗତ ୩ ତାରଖରେ ଏକ ଘଟଣା ଘଟିଛି । ୨ ବର୍ଷର ଝିଅ ଗୋଟିଏ ଶବ୍ଦକୁ ଠିକ ସେ ଉଚ୍ଚାରଣ କରିପାରୁ ନାହିଁ । ସେ କେମିତି ନିଜ ମାଆର ଜୀବନ ବଞ୍ଚାଇଛି । ଛୋଟ ଝିଅଟି ନିଜର ଚମତ୍କାର ବୁଦ୍ଧି ଖଟାଇ ମାଆର ଜୀବନ ରକ୍ଷା କରିଛି । ଚେତାଶୂନ୍ୟ ହୋଇଥିବା ନିଜ ମାଆକୁ ସାହାଯ୍ୟ କରିବା ପାଇଁ ରେଲୱେ ଷ୍ଟେସନରେ ଘୁରି ବୁଲିଥିଲା । ଶେଷରେ ରେଲୱେ ଷ୍ଟେସନରେ ଥିବା ଆରପିଏଫ କନେଷ୍ଟବଳଙ୍କୁ ତାଙ୍କ ଆଙ୍ଗୁଳି ଧରି ନିଜ ମାଆ ପାଖକୁ ଟାଣି ଆଣିଥିଲା । ଆଙ୍ଗୁଳି ଠାରରେ ପୋଲିସ ବାବୁଙ୍କୁ ବୁଝାଇଥିଲା ନିଜ ମାଆର ଅବସ୍ଥା ।

ତେବେ ପୋଲିସ ବାବୁମାନେ କୁନି ଝିଅର କଥା ଠାର ବୁଝି ଅଚେତ ହୋଇ ପଡିଥିବା ମାଆ ପାଖରେ ପହଞ୍ଚି ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଇଥିଲେ । ତେବେ ଏହି ମହିଳାଙ୍କର ୨ ବର୍ଷର ଝିଅ ସହ ୬ ମାସରେ ପୁଅଟିଏ ମଧ୍ୟ ଅଛି । ଏମାନେ ଏହି ରେଲୱେ ଷ୍ଟେସନରେ ରହି ଭିକ ମାଗି ଜୀବନ କାଟନ୍ତି । ଘର କହିଲେ ରେଲୱେ ଷ୍ଟେସନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼