ଅକୁହା ବନ୍ଧନର ଜ୍ୱଳନ୍ତ ଉଦାହରଣ

(ବଡ଼ ଖବର ବ୍ୟୁରୋ): ମାତ୍ର ଦୁଇ ବର୍ଷର । ଠିକସେ କଥା କହିବା ବି ସମ୍ଭବପର ହୁଏନି । ଦୁଇ ବର୍ଷର ସେ ଅଧା କଥାକୁ ପରିବାର ଲୋକେ ନ ବୁଝି ବହୁତ ମସ୍ତି କରିଥାନ୍ତି । ହେଲେ ସେହି ବୟସରେ କେହି କ’ଣ କାହାର ଜୀବନ ବଞ୍ଚାଇ ପାରିବ? କଥା ଟା ଶୁଣି ଖଟକୁଛି ନା । ହେଲେ ଏହି କଥାଟି ଏକଦମ୍ ସତ । କୁହନ୍ତି ନାଁ ମାଆ ପରଛାଇ ହୋଇଥାଏ ଝିଅ । ମାଆ ତ ସବୁବେଳେ ତା ଛୁଆ ପାଇଁ ଜୀବନ ଦେଇଥାଏ । ବିନା ସ୍ୱାର୍ଥରେ ସବୁ କିଛିରେ ସେ ହସିଦେଇଥାଏ । ଖାସ କରି ସେହି ମାଆର ଯଦି ଗୋଟିଏ ଝିଅ ଥାଏ ତାହାଲେ ସେ ନିଜ ମାଆର ହିଁ ପରଛାଇ ହୋଇଥାଏ ।

ଉତ୍ତରପ୍ରଦେଶର ମୋରଦାବାଦ ରେଲୱେ ଷ୍ଟେସନରେ ଗତ ୩ ତାରଖରେ ଏକ ଘଟଣା ଘଟିଛି । ୨ ବର୍ଷର ଝିଅ ଗୋଟିଏ ଶବ୍ଦକୁ ଠିକ ସେ ଉଚ୍ଚାରଣ କରିପାରୁ ନାହିଁ । ସେ କେମିତି ନିଜ ମାଆର ଜୀବନ ବଞ୍ଚାଇଛି । ଛୋଟ ଝିଅଟି ନିଜର ଚମତ୍କାର ବୁଦ୍ଧି ଖଟାଇ ମାଆର ଜୀବନ ରକ୍ଷା କରିଛି । ଚେତାଶୂନ୍ୟ ହୋଇଥିବା ନିଜ ମାଆକୁ ସାହାଯ୍ୟ କରିବା ପାଇଁ ରେଲୱେ ଷ୍ଟେସନରେ ଘୁରି ବୁଲିଥିଲା । ଶେଷରେ ରେଲୱେ ଷ୍ଟେସନରେ ଥିବା ଆରପିଏଫ କନେଷ୍ଟବଳଙ୍କୁ ତାଙ୍କ ଆଙ୍ଗୁଳି ଧରି ନିଜ ମାଆ ପାଖକୁ ଟାଣି ଆଣିଥିଲା । ଆଙ୍ଗୁଳି ଠାରରେ ପୋଲିସ ବାବୁଙ୍କୁ ବୁଝାଇଥିଲା ନିଜ ମାଆର ଅବସ୍ଥା ।

ତେବେ ପୋଲିସ ବାବୁମାନେ କୁନି ଝିଅର କଥା ଠାର ବୁଝି ଅଚେତ ହୋଇ ପଡିଥିବା ମାଆ ପାଖରେ ପହଞ୍ଚି ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଇଥିଲେ । ତେବେ ଏହି ମହିଳାଙ୍କର ୨ ବର୍ଷର ଝିଅ ସହ ୬ ମାସରେ ପୁଅଟିଏ ମଧ୍ୟ ଅଛି । ଏମାନେ ଏହି ରେଲୱେ ଷ୍ଟେସନରେ ରହି ଭିକ ମାଗି ଜୀବନ କାଟନ୍ତି । ଘର କହିଲେ ରେଲୱେ ଷ୍ଟେସନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା