ଜଗତସିଂହପୁରରେ ଧୀରଜ ସାହୁଙ୍କ କୁଶପୁତ୍ତଳିକା ଦାହ

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): ଝାଡ଼ଖଣ୍ଡ ସାଂସଦ ଧୀରଜ ସାହୁଙ୍କ ମଦ ଲିଙ୍କ ନେଇ ଆୟକର ବିଭାଗ ପକ୍ଷରୁ ୩୫୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଜବତ କରିଛି ଆୟକର ବିଭାଗ । ଏଵେ ନୂଆ ନୂଆ କଥା ପଦାକୁ ଆସୁଛି। ଆୟକର ବିଭାଗ ଓଡ଼ିଶା ଓ ଝାଡ଼ଖଣ୍ଡରୁ ଏପର୍ଯ୍ୟନ୍ତ ମୋଟ ୪୫୪ କୋଟି ୫୦ ଲକ୍ଷ ଟଙ୍କା ଜବତ କରିଥିବା ଜଣାପଡ଼ିଛି । ଧୀରଜ ସାହୁଙ୍କ ଘରେ ଆଇଟି ରେଡ ହୋଇ ବିପୁଳ ପରିମାଣର ଟଙ୍କା ଜବତ ହୋଇଛି । କଂଗ୍ରେସର ଏମପି ଥିବା ଧୀରଜ ସାହୁଙ୍କ ଘରୁ ୩୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଜବତ ହେବା ଘଟଣାରେ ରାଜନୀତି ବଢିବାରେ ଲାଗିଛି । ଏହକୁ ପ୍ରତିବାଦ କରି ଆଜି ଜଗତସିଂହପୁର ଜିଲ୍ଲା ଵିଜେପି ପକ୍ଷରୁ ଜଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପ୍ରତିବାଦ ସଭା କରାଯାଇଛି । ଏବଂ ରାଜ୍ୟ ସରକାର କ’ଣ ପାଇଁ ଏ ପର୍ଯ୍ୟନ୍ତ ଚୁପ୍ ବସିଛନ୍ତି ଓ ସିବିଆଇକୁ ତଦନ୍ତ ଭାର ନ ଦେବା ପଛର କ’ଣ ରହସ୍ୟ ରହିଚି ବୋଲି ବିଜେପି କର୍ମୀ ମାନେ ପ୍ରଶ୍ନ କରିବା ସହିତ ପରୋକ୍ଷରେ ଏହି ଟଙ୍କା ବିଜୁଜନତା ଦଳର ଟଙ୍କା । ଏବଂ ଆଗାମୀ ନିର୍ବାଚନରେ ଖର୍ଚ୍ଚ କରିବା ପାଇଁ ଗଛିତ ଥିବା ବିଜେପି ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତିର ସଭାପତି ତଥା ପୂର୍ବତନ ସାଂସଦ ବିଭୂପ୍ରସାଦ ତରାଇ ମତ ରଖିଛନ୍ତି। ଝାଡଖଣ୍ଡ ସାଂସଦଙ୍କ ଲିଙ୍କକୁ ନେଇ ତାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’