Masthead

କରୋନା ଦମ୍ପତିଙ୍କ ଆତ୍ମହତ୍ୟା

ନୟାଗଡ଼(ବଡ଼ ଖବର ଖବର): କରୋନାର କରୁଣ କାହାଣୀ । ପୁଅ କରୋନାରେ ଆକ୍ରାନ୍ତ ହୋଇ ଅଇସିୟୁରେ ଭର୍ତ୍ତି ହୋଇଥିବା ଖବର ବାପା-ମାଆଙ୍କୁ ଅଥୟ କରିଦେଇଥିଲା । ଏକମାତ୍ର ପୁଅର ଚିନ୍ତାରେ ଭାଙ୍ଗିପଡିଥିଲେ କରୋନା ପଜିଟିଭ ଥିବା ବାପା-ମାଆ । ହରାଇବସିଥିଲେ ମାନସିକ ଭାରସାମ୍ୟ । ବାଛି ନେଇଥିଲେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ।

ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି ଗୋଡିମଡା ଗାଁରେ । ଏହି ଗାଁର ଗଗନ ପାତ୍ର ଏବଂ ତାଙ୍କ ସ୍ତ୍ରୀ ଜ୍ୟୋସ୍ନା ପାତ୍ର । ୪ ଦିନ ତଳେ ସେମାନଙ୍କର ସ୍ୱାବ ଟେଷ୍ଟରୁ ଜାଣିଲେ କରୋନା ପଜିଟିଭ । ସେବେଠାରୁ ଏହି ଦମ୍ପତି ସଙ୍ଗରୋଧରେ ଥିଲେ । ପୁରୀରେ ରହୁଥିବା ସେମାନଙ୍କର ଏକମାତ୍ର ପୁଅ ଡମ୍ବରୁ ପାତ୍ର କରୋନାରେ ଆକ୍ରାନ୍ତ ହୋଇ ଆଇସିୟୁରେ ଥିବା ଖବର ପାଇବା ପରେ ଗଗନ ଓ ଜ୍ୟୋତ୍ସା ଭାଙ୍ଗିପଡିଥିଲେ ।

ଭେଣ୍ଡିଆ ପୁଅ ଏବଂ ନିଜେ କରୋନା ସଂକ୍ରମିତ ହୋଇଥିବାରୁ ମାନସିକ ଭାରସାମ୍ୟ ହରାଇ ବସିଥିଲେ ଗଗନ ଓ ଜ୍ୟୋତ୍ସ୍ନା । ଆତ୍ମହତ୍ୟା ଭଳି ଚରମ ପଦକ୍ଷେପକୁ ସେମାନେ ବାଛିନେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଗୁରୁବାର ସେମାନେ ଆତ୍ମହତ୍ୟା କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଶବ ପଡିରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା