ସାରଦାଙ୍କୁ ବିଜୟୀ କରାଇବାକୁ ହଜାର ହଜାର ମହିଳାଙ୍କ ଶପଥ 

ମାହାଙ୍ଗା (ବଡ଼ ଖବର ବ୍ୟୁରୋ): ମାହାଙ୍ଗା ନିର୍ବାଚନମଣ୍ଡଳିରୁ ସ୍ୱାଧୀନ ଭାବେ ଲଢୁଥିବା ସାରଦା ପ୍ରଧାନ ବିଜୟୀ ହେବେ । ଚଳିତ ନିର୍ବାଚନରେ ବିପୁଳ ଭୋଟ ବ୍ୟବଧାନରେ ସାରଦାଙ୍କୁ ବିଜୟୀ କରିବା ପାଇଁ ହଜାର ହଜାର ମହିଳା ଶପଥ ନେବା ଦେଖିବାକୁ ମିଳିଥିଲା  । ଆଜି ବଣୁଆ ମହାପୁରୁଷଙ୍କ ପୀଠରେ ଏକ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି  । ଭ୍ରଷ୍ଟ ବିଜୁ ଜନତା ଦଳକୁ କ୍ଷମତାରୁ ହଟାଇବାକୁ ନାରୀନେତ୍ରୀ ଯାଜ୍ଞସେନୀ ଜେନା ଆହ୍ୱାନ ଦେଇଥିଲେ  ।

ମାହାଙ୍ଗା ଡବଲ ମର୍ଡର ମାମଲାର ଅନ୍ୟତମ ଅଭିଯୁକ୍ତ ବିଧାୟକ ପ୍ରତାପ ଜେନାଙ୍କ ରାଜନୈତିକ ଜୀବନର କଳା ପୃଷ୍ଠାକୁ ମାହାଙ୍ଗାବାସୀ ତନ୍ନ ତନ୍ନ କରି ପଢ଼ିଛନ୍ତି ଏବଂ ଭୋଟ ଲଢୁଥିବା ତାଙ୍କ ପୁଅ ଅଙ୍କିତ ପ୍ରତାପ ଜେନାକୁ  ଉଚିତ ଜବାବ ଦେବାକୁ ଆହ୍ୱାନ ଦେଇଥିଲେ । ପ୍ରତି ପଞ୍ଚାୟତରେ ମାଳମାଳ ଦୁର୍ନୀତି, ସବୁଠି ଅରାଜକତା, ଭ୍ରଷ୍ଟାଚାର, ଲୋକେ ତ୍ରାହି ତ୍ରାହି ଡାକୁଥିବାରୁ ସାରଦାଙ୍କୁ ଏହି ଅନ୍ୟାୟ ଯୁଧ୍ୟରେ ସାରଥୀ ହୋଇ ଲଢ଼ିବାକୁ ମାଆମାନେ ଆଶୀର୍ବାଦ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!