Masthead

ସିଲଭର ସିଟିରେ ଚିନ୍ତା ବଢାଉଛି କରୋନା

କଟକ (ବଡ଼ ଖବର ବ୍ୟୁରୋ): ପୁଣି ଚିନ୍ତା ବଢାଉଛି କରୋନା । ଦିନକୁ ଦିନ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବଢି ଚାଲିଥିବାବେଳେ ଏବେ ସିଲଭର ସିଟି କଟକରେ ନାହିଁ ନଥିବା କରୋନା ଭୟ ଦେଖିବାକୁ ମିଳିଛି । କଟକର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ୨୫ ଜଣ ଛାତ୍ରଛାତ୍ରୀ ଏବେ କରୋନା ପଜେଟିଭ ହୋଇଛନ୍ତି ।

ପ୍ରଥମେ ୧୨ ଜଣ ଚିହ୍ନଟ ହୋଇଥିବା ବେଳେ ପୁଣି ଆଜି ୧୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଟେଷ୍ଟିଂ , ଟ୍ରାକିଂ ଜରିଆରେ ଅନ୍ୟ ୭୧ ଛାତ୍ରଛାତ୍ରୀଙ୍କ କରୋନା ପରୀକ୍ଷା କରାଯାଇଥିଲା । ଫଳରେ ୧୩ ଜଣ ପଜିଟିଭ ଥିବା ରିପୋର୍ଟ ଆସିଛି । ସିଏମସି ପକ୍ଷରୁ ଆକ୍ରାନ୍ତଙ୍କୁ କଲେଜ ହଷ୍ଟେଲ ପରିସରରେ କ୍ୱାରେଣ୍ଟାଇନରେ ରଖାଯାଇଛି । ସମସ୍ତ ଆକ୍ରାନ୍ତଠାରେ ଲକ୍ଷଣ ଦେଖାଦେଇଥିବା ପରେ ଆଣ୍ଟିଜେନ ପରୀକ୍ଷା କରାଯାଇଥିଲା । ସମସ୍ତଙ୍କ ରିପୋର୍ଟ ପଜେଟିଭ ଆସିଥିବା ଜଣାପଡିଛି ।

ସମସ୍ତେ ଗୋଟିଏ ହଷ୍ଟେଲର ଅନ୍ତେବାସୀ ହୋଇଥିବା ସୂଚନା ରହିଛି । ସେପଟେ କୋଭିଡ ସଂକ୍ରମଣ ବଢିବା ପରେ କଲେଜରୁ ୧୦ଦିନ ବନ୍ଦ କରିଛି ସିଏମସି । ବ୍ରହ୍ମପୁର ରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରେ ପୁଣି କରୋନା ପଜିଟିଭ ଚିହ୍ନଟ ହେବା ରାଜ୍ୟବାସୀଙ୍କ ଚିନ୍ତା ବଢାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ