Masthead

ଟାଟା ଏର୍ଣ୍ଣାକୁଲମ ଏକ୍ସପ୍ରେସରେ ନିଆଁ; ଜଣେ ମୃତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଟାଟା-ଏର୍ଣ୍ଣାକୁଲମ ଏକ୍ସପ୍ରେସରେ ନିଆଁ; ଜଣେ ମୃତ।  ରାତି ୧ଟା ୩୦ରେ ଇଲାମାଞ୍ଚିଲି ଷ୍ଟେସନରେ ଅଘଟଣ । ଏକ୍ସପ୍ରେସ୍‌ଟି ବିଶାଖାପାଟଣାରୁ ଦୁଭାଦାକୁ ଯାଉଥିଲା। ଟ୍ରେନର ଦୁଇଟି କୋଚରେ ଲାଗିଥିଲା ନିଆଁ ।  ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ପ୍ରାୟ ୬୬ କିଲୋମିଟର ଦୂର ୟାଲାମଞ୍ଚିଲିରେ ଏହି ଦୁର୍ଘଟଣା ଘଟିଥିଲା। ସ୍ଥାନୀୟ ଅଧିକାରୀଙ୍କ ଅନୁଯାୟୀ, ଟ୍ରେନର ଦୁଇଟି ବଗିରେ ନିଆଁ ଲାଗିଯାଇଥିଲା। ପ୍ରାୟ ୧୨.୪୫ ସମୟରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଅଧିକାରୀମାନେ କହିଛନ୍ତି, “।

ଯେତେବେଳେ ଟ୍ରେନରେ ନିଆଁ ଲାଗିଥିଲା, ସେତେବେଳେ ଗୋଟିଏ ବଗିରେ ୮୨ ଜଣ ଥିବା ବେଳେ ଅନ୍ୟ ବଗିରେ ୭୬ ଜଣ ଯାତ୍ରୀ ଥିଲେ। କିନ୍ତୁ ବଗି B1ରୁ ଜଣକର ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ନାମ ଚନ୍ଦ୍ରଶେଖର ସୁନ୍ଦରମ୍ ବୋଲି ଚିହ୍ନଟ କରାଯାଇଛି।”ଟ୍ରେନରେ ନିଆଁ ଲାଗିବା ଖବର ପାଇବା ମାତ୍ରେ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। କିଛି ଘଣ୍ଟାର ପ୍ରୟାସ ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା। କ୍ଷତିଗ୍ରସ୍ତ ଦୁଇଟି ବଗିକୁ ଟ୍ରେନରୁ ଅଲଗା କରାଯାଇଛି। ଅଗ୍ନିକାଣ୍ଡରେ କିଛି ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି ଏବଂ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଛି। ବର୍ତ୍ତମାନ ଘଟଣାର ତଦନ୍ତ ଜାରି ରହିଛି। ହେଲେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏକ ଫୋରେନସିକ୍ ଦଳ ଘଟଣାସ୍ଥଳକୁ ଯାଇ ଘଟଣାର ତଦନ୍ତ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦିଲ୍ଲୀରେ ଦୁଇମୁଖୀ ପ୍ରତିବାଦ, ସିଜେପି ସହ କୃଷକଙ୍କ ଆନ୍ଦୋଳନ 🔴 ସୁନା ବେଶରେ ଦର୍ଶନ ଦେଉଛନ୍ତି ମା’ 🔴 ରୁଷ୍‌ର ମିସାଇଲ ମାଡ, ୪ଭାରତୀୟ ମୃତ 🔴 ଓଏସଆରଟିସି ଜଗନ୍ନାଥ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ 🔴 ଆଜି ଶରଧାବାଲିରେ ତିନି ରଥଙ୍କ ଦକ୍ଷିଣ ମୋଡ଼ 🔴 ମଝି ନଦୀରୁ ଟାୱାର ଉପରୁ ଉଦ୍ଧାର ହେଲେ ଯୁବକ 🔴 ବାଦଲ ଫଟା ବର୍ଷା, ଗଲାଣି ୪୩ରୁ ଅଧିକ ଲୋକଙ୍କ ଜୀବନ 🔴 ଜଗତ ଦେଖିବ ଜଗାର କଳି 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା ଆଲର୍ଟ 🔴 ଭୟାବହ ବନ୍ୟାରେ ଥରହର ଜମ୍ମୁ-କାଶ୍ମୀର, ୧୧ ମୃତ 🔴 ଦିଲ୍ଲୀରେ ଦୁଇମୁଖୀ ପ୍ରତିବାଦ, ସିଜେପି ସହ କୃଷକଙ୍କ ଆନ୍ଦୋଳନ 🔴 ସୁନା ବେଶରେ ଦର୍ଶନ ଦେଉଛନ୍ତି ମା’ 🔴 ରୁଷ୍‌ର ମିସାଇଲ ମାଡ, ୪ଭାରତୀୟ ମୃତ 🔴 ଓଏସଆରଟିସି ଜଗନ୍ନାଥ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ 🔴 ଆଜି ଶରଧାବାଲିରେ ତିନି ରଥଙ୍କ ଦକ୍ଷିଣ ମୋଡ଼ 🔴 ମଝି ନଦୀରୁ ଟାୱାର ଉପରୁ ଉଦ୍ଧାର ହେଲେ ଯୁବକ 🔴 ବାଦଲ ଫଟା ବର୍ଷା, ଗଲାଣି ୪୩ରୁ ଅଧିକ ଲୋକଙ୍କ ଜୀବନ 🔴 ଜଗତ ଦେଖିବ ଜଗାର କଳି 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା ଆଲର୍ଟ 🔴 ଭୟାବହ ବନ୍ୟାରେ ଥରହର ଜମ୍ମୁ-କାଶ୍ମୀର, ୧୧ ମୃତ