Masthead

ଆସୁଛି କରୋନା ଔଷଧ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦେଶରେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଚିନ୍ତାରେ ଦେଶବାସୀ । ଏହା ମଧ୍ୟରେ ଆସିଛି ଏକ ଖୁସି ଖବର । କରୋନାକୁ ମାତ ଦେବା ପାଇଁ ଆସିବ କରୋନାର  ଔଷଧ । ଏହାକୁ ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ‘ଫାଇଜର’ର ସିଇଓ ଆଲବର୍ଟ ବୋର୍ଲା । ସେ କହିଛନ୍ତି କି ଆସନ୍ତାବର୍ଷ ସୁଦ୍ଧା କମ୍ପାନୀ ପକ୍ଷରୁ କରୋନା ଔଷଧ ବଜାରରେ ଉପଲବ୍ଧ କରାଯିବ । ଯାହାର ପ୍ରସ୍ତୁତି ଏବେ ଚାଲିଛି ।

ମଙ୍ଗଳବାର ଦିନ  ବୋର୍ଲା କହିଛନ୍ତି, ଦୁଇଟି ଔଷଧର କାମ ଚାଲିଛି । ସେଥିରୁ ଗୋଟିଏ ଇଞ୍ଜେକ୍ସନ୍ ଓ ଅନ୍ୟଟି ଔଷଧ। ଏହି ଔଷଧ ଉପରେ ହିଁ ଅଧିକ ଧ୍ୟାନ ଦିଆଯାଇ କାମ ଚାଲିଛି। ଖାଇବା ଔଷଧର ଅନେକ ସୁବିଧା ରହିଛି। ସମ୍ପ୍ରତି କରୋନାଭାଇରସ୍ ବିପକ୍ଷରେ ଦିଆଯାଉଥିବା ଏକମାତ୍ର ଭୂତାଣୁ ନିରୋଧୀ  ଔଷଧ ହେଉଛି ‘ଜିଲ୍ଡ୍ ସାଇନ୍ସ୍’ଦ୍ୱାରା ନିର୍ମିତ ‘ରେମ୍ଡେସିଭିୟର୍ସ’। ଗତବର୍ଷ ମେ ମାସରେ ଏହାର ଜରୁରୀକାଳନୀ ବ୍ୟବହାର ପାଇଁ ଅନୁମତି ମିଳିବା ପରେ ଅକ୍ଟୋବର ମାସରେ “ୟୁଏସ୍ ଫୁଡ୍ ଆଣ୍ଡ୍ ଡ୍ରଗ୍ ଆଡମିନିଷ୍ଟ୍ରେସନ୍” ପୂର୍ଣ୍ଣ ଅନୁମୋଦନ ଦେଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ