ହସ୍ପିଟାଲ ବେଡରୁ ଗଢା ହେଉଛି ଭବିଷ୍ୟତ

ବ୍ରହ୍ମପୁର( ବଡ଼ ଖବର ବ୍ୟୁରୋ): କୁହାଯାଏ ଦୃଢ ଇଛାଶକ୍ତି ଆଗରେ ହାର ମାନିଯାଏ ସବୁ ପ୍ରତିବନ୍ଧକ । ମନର ଦୃଢ ସଂକଳ୍ପ ଥିଲେ ଏଭେରଷ୍ଟ ବି ଲଙ୍ଘି ହେବ । ଆଉ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ । ସାରା ଦେଶ କରୋନାର ଭୟାବହତା ଓ କରୁଣରୂପ ଦେଖୁଥିବା ବେଳେ ଗଞ୍ଜାମରୁ ଆସିଛି ଏମିତି କିଛି ଦୃଶ୍ୟ ଯାହା ଆପଣଙ୍କୁ ମନବଳ ବଢାଇଦେବ ନିଶ୍ଚୟ । କରୋନା ସଂକ୍ରମିତ ହୋଇ ଜଣେ ଯୁବକ ଚିକିତ୍ସିତ ହେଉଛନ୍ତି । ଲୋକେ ଆତଙ୍କିତ ଥିବାବେଳେ ଏହି ଯୁବକ ଜଣକ କିନ୍ତୁ ବିଚଳିତ ନୁହଁନ୍ତି । ବେଡରେ ଥାଇ ଭବିଷ୍ୟତ ଗଢୁଛନ୍ତି ଏହି ଯୁବକ ଜଣକ । ବ୍ରହ୍ମପୁର ଏମକେସିଜି କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଏହି ବ୍ୟକ୍ତି ଚାଟାର୍ଡ ଆକାଉଣ୍ଟିଂ ପାଇଁ ଚଳାଇଛନ୍ତି ପ୍ରସ୍ତୁତି । ମାନସିକ ଅବସାଦରୁ ବାହାରି କରୋନାରେ ଆଦୈ ବିଚଳିତ ନହୋଇ ସେ ଗଢୁଛନ୍ତି ଭବିଷ୍ୟତ ।

ଏହି ସମୟରେ ମେଡିକାଲ ପରିଦର୍ଶନରେ ଆସିଥିବା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କଲାଙ୍ଗେ ଯୁବକଙ୍କୁ ଭେଟି ତାଙ୍କ ଧୈର୍ଯ୍ୟକୁ ସାବାସୀ ଦେଇଛନ୍ତି । ଏହି ଦୃଶ୍ୟକୁ ନିଜ ମୋବାଇଲରେ କଏଦ କରି ଟୁଇଟ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଯୁବକଙ୍କ ଏହି ସମର୍ପଣ ଭାବକୁ ଦେଖି ସେ କହିଛନ୍ତି କି ତୁମ ସମର୍ପଣଭାବ ତୁମ ଯନ୍ତଣାକୁ ଦୂରେଇ ଦେବ ନିଶ୍ଚୟ । ଏହାସହ ସେ ଯୁବକଙ୍କୁ ସାବାସୀ ଦେବା ସହ ଆଗମୀ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’