Masthead

କରୋନା ନେଲା ଆଉ ଜଣେ ବଲିଉଡ଼ ଅଭିନେତାଙ୍କ ଜୀବନ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): କରୋନାରେ ଆଖିବୁଜିଲେ ଆଉ ଜଣେ ବଲିଉଡ଼ ଅଭିନେତା । ୫୨ବର୍ଷ ବୟସରେ ବିକ୍ରମଜିତ କନୱରପାଲଙ୍କ ଆଜି ମୃତ୍ୟୁ ହୋଇଛି । କରୋନାରେ ଆକ୍ରାନ୍ତ ହୋଇ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ । ଆଜି ତାଙ୍କ ମୃତ୍ୟୁ ହୋଇଛି । ଏନେଇ ଚଳଚିତ୍ର ନିର୍ମାତା ଅଶୋକ ପଣ୍ଡିତ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ବିକ୍ରମ ଆଗରୁ ସେନାରେ ଥିଲେ । ଅବସର ନେବା ପରେ ୨୦୦୩ ମସିହାରେ କଳା ଜଗତରେ ପାଦ ଦେଇଥିଲେ ।

ବହୁ ଚଳଚ୍ଚିତ୍ର ଓ ଧାରାବାହିକରେ ସେ ନିଜର ଚମକ୍ରାର ପ୍ରଦର୍ଶନ କରି ଦର୍ଶକଙ୍କ ହୃଦୟରେ ନିଜ ପାଇଁ ଯାଗା ତିଆରି କରିପାରିଥିଲେ । ତାଙ୍କ ଅଭିନୀତ ପେଜ ୩, ରକେଟ ସିଂ, ସେଲ୍ସମ୍ୟାନ ଅଫ ଦ ୟିଅର, ଆରକ୍ଷଣ, ମର୍ଡର ୨, ଟୁ ଷ୍ଟେଟସ ଏବଂ ଦିଗାଜି ଆଟାକ ଆଦି ଅନେକ ଚଳଚ୍ଚିତ୍ର ଜରିଆରେ ଲୋକଙ୍କ ମନରେ ସେ ଛାଡ଼ିଯାଇଛନ୍ତି ଏକ ଅଭୁଲା ସ୍ମୃତି । ସେହିପରି କ୍ରାଇମ ପେଟ୍ରୋଲ ଦସ୍ତକ, ସ୍ପେଶାଲ ଆଇପିଏସ, ଅଦାଲତ, ଦିଆ ଅର ବାତି ହମ ଭଳି ଧାରାବାହିକରେ ମଧ୍ୟ କାମ କରିଥିଲେ । ତାଙ୍କ ପରଲୋକରେ ବଲିଉଡ଼ର ଅନେକ କଳାକାର ଶୋକ ପ୍ରକାଶ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ