Masthead

ଗୁରୁଦ୍ୱାରରେ ମୋଦି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଜି ଗୁରୁ ତେଗ ବାହାଦୁରଙ୍କ ୪୦୦ତମ ଜନ୍ମ ବାର୍ଷିକୀ । ଏହି ଅବସରରେ ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ଥିବା ଗୁରୁଦ୍ୱାର ସିସ୍ ଗଞ୍ଜ ସାହିବ ଦର୍ଶନ କରିଛନ୍ତି ।  ସେ ଗୁରୁଦ୍ୱାରରେ ପ୍ରାର୍ଥନା କରିବା ସହ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ମୋଦି କହିଛନ୍ତି ଯେ, ଗୁରୁ ତେଗ୍ ବାହାଦୂର କୌଣସି ସାଧାରଣ ବ୍ୟକ୍ତି ନଥିଲେ । ସେ କେବେ ଅନ୍ୟାୟ ଓ ସ୍ୱେଚ୍ଛାଚାର ଆଗରେ ମୁଣ୍ଡ ନୁଆଇଁ ନଥିଲେ ।

ତାଙ୍କର ଆତ୍ମବଳି ଆଜି ବି ଅନେକ ଲୋକଙ୍କୁ ପ୍ରେରଣା ଯୋଗାଏ । ତାଙ୍କ ୪୦୦ତମ ଜନ୍ମ ବାର୍ଷିକୀରେ ବା ପ୍ରକାଶ ପୁରବର ସ୍ୱତନ୍ତ୍ର ଅବସରରେ ମୁଁ ମଥାନତ କରୁଛି ।ନିଜ ସାହାସ ଓ ନିଷ୍ପୀଡ଼ିତମାନଙ୍କ ପ୍ରତି ତାଙ୍କ ସେବା ପାଇଁ ସେ ବିଶ୍ୱବ୍ୟାପୀ ସମ୍ମାନିତ । ତେବେ ଆଜି ଗୁରୁଦ୍ୱାରା ଯିବା ରାସ୍ତାରେ ପ୍ରଧାନମନ୍ତ୍ରୀ ନିଜ ପାଇର୍ କୌଣସି ନିରାପତ୍ତା ବ୍ୟବସ୍ଥା କରାଇ ନଥିଲେ । ଆଉ ପ୍ରଧାନମନ୍ତ୍ରୀଙ୍କ ଦର୍ଶନ ପାଇଁ ବି ଗୁରୁଦ୍ୱାରରେ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇ ନଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’