Masthead

ଐତିହାସିକ ବାଲିଯାତ୍ରାରେ ମହାଦୁର୍ନୀତି

କଟକ (ବଡ଼ ଖବର ବ୍ୟୁରୋ):କଟକ ଐତିହାସିକ ବାଲିଯାତ୍ରାରେ ବିଭିନ୍ନ କାର୍ୟ୍ୟରେ ହୋଇଛି ମହାଦୁର୍ନୀତି। ଲକ୍ଷ ଲକ୍ଷ ଟଙ୍କା ଟେଣ୍ଡରରେ ହୋଇଥିବା କାର୍ୟ୍ୟରେ ହୋଇଛି ବ୍ୟାପକ ଅନିୟମିତତା। ଏ ନେଇ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ବାଲିଯାତ୍ରା ଦୁର୍ନୀତି କଥା ଉଠାଇ ସିଏମସି ମେୟର ଏବଂ କମିଶନରଙ୍କ ଉପରେ ବର୍ଷିଛନ୍ତି ବାରବାଟୀ-କଟକ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍। ସେ ଅଭିଯୋଗ କରି କହିଛନ୍ତି ବାଲିଯାତ୍ରାରେ ହୋଇଥିବା ବିଭିନ୍ନ କାର୍ୟ୍ୟରେ ବ୍ୟାପକ ଦୁର୍ନୀତି ହୋଇଛି। ପଡିଆ ସଫେଇଠାରୁ ଆରମ୍ଭ କରି ୨ଟି ଗେଟ୍ ଏବଂ ଲେଜର ସୋରେ ଲକ୍ଷ ଲକ୍ଷ ଟଙ୍କା ଟେଣ୍ଡର କରି ଟଙ୍କା ହରିଲୁଟ କରାଯାଇଛି। ଏ ସମ୍ପର୍କରେ ମେୟର ଏବଂ କମିଶନଙ୍କୁ ଉତ୍ତର ରଖିବା ପାଇଁ ସେ କହିଛନ୍ତି । ଏହା ସହ ସରକାର ଏକ ଉଚ୍ଚସ୍ତରୀୟ କମିଟି କରି ଏହି ଦୁର୍ନୀତିର ତଦନ୍ତ କରି ୭ ଦିନ ମଧ୍ୟରେ ସାର୍ବଜନୀନ କରନ୍ତୁ । ନହେଲେ ସିଏମସି ଅଫିସ ଆଗରେ ପ୍ରତିବାଦ କରାଯିବା ସହ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି କହିଛନ୍ତି ବିଧାୟକ ମହମ୍ମଦ ମୋକିମ୍।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା