Masthead

ଐତିହାସିକ ବାଲିଯାତ୍ରାରେ ମହାଦୁର୍ନୀତି

କଟକ (ବଡ଼ ଖବର ବ୍ୟୁରୋ):କଟକ ଐତିହାସିକ ବାଲିଯାତ୍ରାରେ ବିଭିନ୍ନ କାର୍ୟ୍ୟରେ ହୋଇଛି ମହାଦୁର୍ନୀତି। ଲକ୍ଷ ଲକ୍ଷ ଟଙ୍କା ଟେଣ୍ଡରରେ ହୋଇଥିବା କାର୍ୟ୍ୟରେ ହୋଇଛି ବ୍ୟାପକ ଅନିୟମିତତା। ଏ ନେଇ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ବାଲିଯାତ୍ରା ଦୁର୍ନୀତି କଥା ଉଠାଇ ସିଏମସି ମେୟର ଏବଂ କମିଶନରଙ୍କ ଉପରେ ବର୍ଷିଛନ୍ତି ବାରବାଟୀ-କଟକ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍। ସେ ଅଭିଯୋଗ କରି କହିଛନ୍ତି ବାଲିଯାତ୍ରାରେ ହୋଇଥିବା ବିଭିନ୍ନ କାର୍ୟ୍ୟରେ ବ୍ୟାପକ ଦୁର୍ନୀତି ହୋଇଛି। ପଡିଆ ସଫେଇଠାରୁ ଆରମ୍ଭ କରି ୨ଟି ଗେଟ୍ ଏବଂ ଲେଜର ସୋରେ ଲକ୍ଷ ଲକ୍ଷ ଟଙ୍କା ଟେଣ୍ଡର କରି ଟଙ୍କା ହରିଲୁଟ କରାଯାଇଛି। ଏ ସମ୍ପର୍କରେ ମେୟର ଏବଂ କମିଶନଙ୍କୁ ଉତ୍ତର ରଖିବା ପାଇଁ ସେ କହିଛନ୍ତି । ଏହା ସହ ସରକାର ଏକ ଉଚ୍ଚସ୍ତରୀୟ କମିଟି କରି ଏହି ଦୁର୍ନୀତିର ତଦନ୍ତ କରି ୭ ଦିନ ମଧ୍ୟରେ ସାର୍ବଜନୀନ କରନ୍ତୁ । ନହେଲେ ସିଏମସି ଅଫିସ ଆଗରେ ପ୍ରତିବାଦ କରାଯିବା ସହ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି କହିଛନ୍ତି ବିଧାୟକ ମହମ୍ମଦ ମୋକିମ୍।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା