Masthead

ଦମ୍ପତିଙ୍କ ଗଳା କାଟି ହତ୍ୟା, ସମ୍ପତିକୁ ନେଇ ହତ୍ୟା ସନ୍ଦେହ

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ଦମ୍ପତିଙ୍କ ଗଳା କାଟି ହତ୍ୟା । ସମ୍ପତିକୁ ନେଇ ହତ୍ୟା ସନ୍ଦେହ । ହତ୍ୟା ପରେ ଦୁର୍ବୃତ୍ତ ଫେରାର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ମାଝୀସାହି ମୁନି ସବିର ବାଲିପଡ଼ିଆ ପଦାରେରେ । ଘଟଣାସ୍ଥଳୁ ମଦ ବୋତଲ ସହ ମୋବାଇଲ ଜବତ । ହତ୍ୟାର ୧୨ ଘଣ୍ଟା ପରେ ବି ପୋଲିସର ହାତ ଖାଲି । କାହିଁକି ଓ କିଏ ହତ୍ୟା କରିଛି ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି ।

ସ୍ଵାମୀ ରଘୁନାଥ ବେହେରା ଓ ସ୍ତ୍ରୀ ପ୍ରଭାତୀ ସବିରା ମହାନ୍ତି ଏକ କୁକୁଡା ଫାର୍ମ ହାଉସ କରିଥିଲେ । ବୁଧବାର ରାତି ପ୍ରାୟ ୧୦ ଟା ବେଳେ ଉଭୟ ସ୍ଵାମୀ ସ୍ତ୍ରୀ ନିଜ ଫାର୍ମ ହାଉସକୁ ଆସିଥିଲେ । ବିଳମ୍ବିତ ରାତ୍ରରେ ହଠାତ୍ ସାମ୍ନାରୁ ଶୁଭିଥିଲା ଚିତ୍କାର । ଗାଁ ଲୋକେ ଚିତ୍କାର ଶୁଣି ଦଉଡ଼ି ଯିବା ବେଳକୁ ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ପଡିଥିଲେ ସ୍ଵାମୀ ସ୍ତ୍ରୀ । ସ୍ୱାମୀର ଶବ ଠାରୁ କିଛି ଦୂରରେ ପଡ଼ିଥିଲା ସ୍ତ୍ରୀର ରକ୍ତ ଶରୀର । ଘଟଣାସ୍ଥଳରେ ମଦ ବୋତଲ ସହ ମୋବାଇଲକୁ ଜବତ କରିଛି ସୋର ପୋଲସ । ସ୍ୱାମୀ -ସ୍ତ୍ରୀଙ୍କ ଗଳା କଟା ଯାଇଥିବା ସହ ସ୍ୱାମୀ ରଘୁନାଥଙ୍କ ଦୁଇ ହାତରେ ରହିଛି ହଣା ଦାଗ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା