![](https://i0.wp.com/badakhabar.in/wp-content/uploads/2024/03/Nilagiri.jpg?fit=1920%2C1080&ssl=1)
ନୀଳଗିରି (ବଡ଼ ଖବର ବ୍ୟୁରୋ): ନୀଳଗିରି ମିତ୍ରପୁର ରାସ୍ତା ପାଲଟିଛି ମରଣଯନ୍ତା । ପଊଛି ନରୀହ ଲୋକଙ୍କ ମୁଣ୍ଡ । କଣ୍ଟ୍ରାକ୍ଟରର ଖାମଖିଆଲି କାମ ପାଇଁ ଅଜଣା ଟ୍ରକ ତଳେ ପଡି ରବିବାର ରାତିରେ ଜଣେ ଯୁବକର ଜୀବନ ଚାଲିଯାଇଛି । କାମ ସାରି ଘରକୁ ଫେରୁଥିବା ସମୟରେ ଏହି ଘଟଣା ଘଟିଥିଲା । ନୀଳଗିରିରୁ ମିତ୍ରପୁର ରାସ୍ତା କାମ ଚାଲୁଥିବାରୁ ରାସ୍ତା ଠିକାଦାରର ଖାମଖିଆଲିଆ ମନୋଭାବ ପାଇଁ କୌଣସି ପ୍ରକାର ବାରିକେଟ୍ ଟେପ୍ କିମ୍ବା ବୋର୍ଡ ଲଗା ନ ଯାଇ ଯାତାୟତ ପାଇଁ ଛାଡ଼ି ଦିଆଯାଉଛି ।
ଯାହାକୁ ନେଇ ସ୍ଥାନୀୟ ଲୋକେ ରାସ୍ତାରେ ବାଉଁଶ ବାନ୍ଧି ରାସ୍ତା ଅବରୋଧ କରି ପ୍ରତିବାଦ କରିଛନ୍ତି । ସ୍ଥାନୀୟ ପ୍ରଶାସନ ନିଦରେ ଶୋଇଥିବା ବେଳେ ନୀରିହ ଲୋକଙ୍କର ଜୀବନ କଥା ବୁଝୁଛି କିଏ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।