Masthead

ନୂଆ ଚିନ୍ତାଧାରା ଗଣତାନ୍ତ୍ରିକ ପରିବେଶକୁ ସୁଦୃଢ କରିବ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରାହୁଲ ଗାନ୍ଧୀଙ୍କ ନୂଆ ଲୁକ ପରେ ଏବେ ତାଙ୍କ ଭାଷଣକୁ ନେଇ ଚର୍ଚ୍ଚା ହୋଇଛି । ୭ ଦିନିଆ ଲଣ୍ଡନ ଗସ୍ତରେ ଥିବା ରାହୁଲ କେମ୍ବ୍ରିଜ ବିଜ୍‌ନେସ୍‌ ସ୍କୁଲରେ ଭାଷଣ ଦେଇଛନ୍ତି। ଏଠାରେ ସେ କହିଛନ୍ତି ଯେ, ଆଜିକାଲି ଭାରତ ଓ ଆମେରିକା ପରି ଗଣତାନ୍ତ୍ରିକ ଦେଶରେ ଉତ୍ପାଦନ ହ୍ରାସ ପାଉଛି। କିନ୍ତୁ ଚାଇନାରେ ବୃଦ୍ଧି ପାଉଛି। ଏହାଦ୍ୱାରା ଗଣ ଅସମତା ଓ କ୍ରୋଧ ବୃଦ୍ଧି ପାଉଛି, ଯାହାର ତ୍ୱରିତ ସମାଧାନ ହେବା ଆବଶ୍ୟକ।

ଲଣ୍ଡନର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଭାଷଣ ଦେବା ଅବସରରେ ସାରା ବିଶ୍ୱରେ ଗଣତାନ୍ତ୍ରିକ ପରିବେଶକୁ ସୁଦୃଢ଼ କରିବା ପାଇଁ ନୂଆ ଚିନ୍ତାଧାରା ଆପଣେଇବାକୁ ପଡ଼ିବ ବୋଲି ସେ କହିଛନ୍ତି। ‘ଆର୍ଟ ଅଫ୍ ଲିସନିଂ’ ଶୀର୍ଷକ ଉପରେ ଆଲୋଚନାରେ ଅଂଶଗ୍ରହଣ କରି ରାହୁଲ କହିଲେ ଯେ ଗଣତାନ୍ତ୍ରିକ ଦେଶଗୁଡ଼ିକରେ ଅଧିକ ଉତ୍ପାଦନ ଓ ସେହି ଦେଶଗୁଡ଼ିକରେ ଉତ୍ପାଦିତ ଦ୍ରବ୍ୟଗୁଡ଼ିକର ଅଧିକ ବ୍ୟବହାର ଉପରେ ଆମେ ଗୁରୁତ୍ୱ ଦେବା ଆବଶ୍ୟକ। ଏ କ୍ଷେତ୍ରରେ ଆମେ ନୂତନ ଚିନ୍ତାଧାରା ଆପଣେଇବା ଉଚିତ। ସମବେଦନାର ସହିତ ଏକବିଂଶ ଶତାବ୍ଦୀରେ ଦେଖାଯାଉଥିବା ସମସ୍ୟା ବିଷୟରେ ଆମେ ଶୁଣିବା ଉଚିତ। ସେହିପରି ଦେଶରୁ ବେକାରି ଓ ଅସମତା ଦୂର କରିବା ଉପରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସେ ଭାରତ ଯୋଡ଼ୋ ଯାତ୍ରା କରିଥିବା କହିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ