ନୂଆ ଚିନ୍ତାଧାରା ଗଣତାନ୍ତ୍ରିକ ପରିବେଶକୁ ସୁଦୃଢ କରିବ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରାହୁଲ ଗାନ୍ଧୀଙ୍କ ନୂଆ ଲୁକ ପରେ ଏବେ ତାଙ୍କ ଭାଷଣକୁ ନେଇ ଚର୍ଚ୍ଚା ହୋଇଛି । ୭ ଦିନିଆ ଲଣ୍ଡନ ଗସ୍ତରେ ଥିବା ରାହୁଲ କେମ୍ବ୍ରିଜ ବିଜ୍‌ନେସ୍‌ ସ୍କୁଲରେ ଭାଷଣ ଦେଇଛନ୍ତି। ଏଠାରେ ସେ କହିଛନ୍ତି ଯେ, ଆଜିକାଲି ଭାରତ ଓ ଆମେରିକା ପରି ଗଣତାନ୍ତ୍ରିକ ଦେଶରେ ଉତ୍ପାଦନ ହ୍ରାସ ପାଉଛି। କିନ୍ତୁ ଚାଇନାରେ ବୃଦ୍ଧି ପାଉଛି। ଏହାଦ୍ୱାରା ଗଣ ଅସମତା ଓ କ୍ରୋଧ ବୃଦ୍ଧି ପାଉଛି, ଯାହାର ତ୍ୱରିତ ସମାଧାନ ହେବା ଆବଶ୍ୟକ।

ଲଣ୍ଡନର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଭାଷଣ ଦେବା ଅବସରରେ ସାରା ବିଶ୍ୱରେ ଗଣତାନ୍ତ୍ରିକ ପରିବେଶକୁ ସୁଦୃଢ଼ କରିବା ପାଇଁ ନୂଆ ଚିନ୍ତାଧାରା ଆପଣେଇବାକୁ ପଡ଼ିବ ବୋଲି ସେ କହିଛନ୍ତି। ‘ଆର୍ଟ ଅଫ୍ ଲିସନିଂ’ ଶୀର୍ଷକ ଉପରେ ଆଲୋଚନାରେ ଅଂଶଗ୍ରହଣ କରି ରାହୁଲ କହିଲେ ଯେ ଗଣତାନ୍ତ୍ରିକ ଦେଶଗୁଡ଼ିକରେ ଅଧିକ ଉତ୍ପାଦନ ଓ ସେହି ଦେଶଗୁଡ଼ିକରେ ଉତ୍ପାଦିତ ଦ୍ରବ୍ୟଗୁଡ଼ିକର ଅଧିକ ବ୍ୟବହାର ଉପରେ ଆମେ ଗୁରୁତ୍ୱ ଦେବା ଆବଶ୍ୟକ। ଏ କ୍ଷେତ୍ରରେ ଆମେ ନୂତନ ଚିନ୍ତାଧାରା ଆପଣେଇବା ଉଚିତ। ସମବେଦନାର ସହିତ ଏକବିଂଶ ଶତାବ୍ଦୀରେ ଦେଖାଯାଉଥିବା ସମସ୍ୟା ବିଷୟରେ ଆମେ ଶୁଣିବା ଉଚିତ। ସେହିପରି ଦେଶରୁ ବେକାରି ଓ ଅସମତା ଦୂର କରିବା ଉପରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସେ ଭାରତ ଯୋଡ଼ୋ ଯାତ୍ରା କରିଥିବା କହିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ