Masthead

ସିସୋଦିଆଙ୍କୁ ହାଇକୋର୍ଟଙ୍କ ଝଟକା, ଦିଲ୍ଲୀ ମଦନୀତି ଦୁର୍ନୀତି ମାମଲାରେ ମିଳିଲାନି ବେଲ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆପ୍ ନେତା ମନୀଷ ସିସୋଦିଆଙ୍କୁ ବଡ଼ ଝଟ୍‌କା ଲାଗିଛି। ଉଭୟ ଇଡି ଏବଂ ସିବିଆଇ ମାମଲାରେ ଜାମିନ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଛନ୍ତି। ବିଚାରପତି ସ୍ବର୍ଣ୍ଣକାନ୍ତ ଶର୍ମାଙ୍କ ଏକକ ବେଞ୍ଚ ଏହି ନିଷ୍ପତ୍ତି ଦେଇଛନ୍ତି। ତେବେ ଦ୍ୱିତୀୟ ଥର ଲାଗି ହାଇକୋର୍ଟ ଜାମିନ ଆବେଦନ ଖାରଜ କରିଛନ୍ତି। ଶୁଣାଣୀରେ ବିଳମ୍ବ ହେତୁ ସିସୋଦିଆ ଜାମିନ ମାଗିଥିଲେ। ଏବେ ସେ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିବେ ବୋଲି ଜଣାପଡ଼ିଛି। ମନିଲଣ୍ଡରିଂ ଓ ଦୁର୍ନୀତି ମାମଲାରେ ତଳକୋର୍ଟଙ୍କ ଜାମିନ ଆବେଦନ ଖାରଜ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।

ଜାମିନ ଆବେଦନର ରାୟ ପ୍ରକାଶ କରି ଖଣ୍ଡପୀଠ ଜାମିନ ଦେବାକୁ ମନା କରିଦେଇଛନ୍ତି । ଜଷ୍ଟିସ ସ୍ୱର୍ଣ୍ଣକାନ୍ତା ଶର୍ମାଙ୍କ ଖଣ୍ଡପୀଠ ସିସୋଦୀୟାଙ୍କ ଆବେଦନକୁ ଖାରଜ କରି କହିଛନ୍ତି, ମନୀଷ ସୋସିଦିଆ କ୍ଷମତାର ଅପବ୍ୟବହାର କରି ଅବକାରୀନ ନୀତି ତିଆରି କରି ଜନତାଙ୍କ ବିଶ୍ୱାସକୁ ଭାଙ୍ଗିଛନ୍ତି । ସୋସିଦିଆଙ୍କୁ ଜାମିନ ମିଳିଲେ ପ୍ରମାଣ ନଷ୍ଟ ହେବାର ଆଶଙ୍କା ରହିଛି, ସାକ୍ଷୀଙ୍କୁ ପ୍ରଭାବିତ କରିବା ସମ୍ଭାବନାକୁ ମଧ୍ୟ ଏଡାଇ ଦେଇହେବ ନାହିଁ । ମନୀଷ ସୋସିଦୀୟା ଦିଲ୍ଲୀ ସରକାରରେ ଉପମୁଖ୍ୟମନ୍ତ୍ରୀ ଥିଲେ ଓ ତାଙ୍କ ଅଧିନରେ ୧୮ଟି ବିଭାଗ ରହିଥିଲା । ଏଥିରେ ସ୍ପଷ୍ଟ ହେଉଛି ଦିଲ୍ଲୀ ସରକାରରେ ସିସୋଦୀୟା କ୍ଷମତାର କେନ୍ଦ୍ର ଥିଲେ । ତେଣୁ ତାଙ୍କୁ ଜାମିନ ଆବେଦନକୁ ଖାରଜ କରାଯାଇଥିବା କହିଛନ୍ତି ଦିଲ୍ଲୀ ହାଇକୋର୍ଟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା