ଡେଟ କରୁଛନ୍ତି କି ପରିଣୀତି?

ମୁମ୍ବାଇ(ବଡ଼ ଖବର ବ୍ୟୁରୋ):  ବଲିଉଡ ହିରୋଇନ ପରିଣୀତି ଚୋପ୍ରା । ଏବେ ପରିଣୀତିକୁ ନେଇ ଆସିଛି ଏକ ଖବର । ଆପ୍‌ର ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କ ସହ ଡେଟ କରୁଛନ୍ତି ପରିଣିତି । ପରସ୍ପରକୁ ଡେଟିଂ କରୁଥିବା ନେଇ ଚର୍ଚ୍ଚା ହେଉଛି । ଉଭୟଙ୍କୁ ଏକାଠି ଦେଖିବା ପରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି। ପରିଣୀତି ରାଘବଙ୍କ ସହ ଡିନର କରିଥିଲେ । ଆଉ ଉଭୟ ସାଙ୍ଗ ହୋଇ ଲଞ୍ଚ କରିଛନ୍ତି। ଡିନର ଓ ଲଞ୍ଚ ବେଳେ ଏକାଠି ନଜର ଆସିବା ପରେ ସେମାନଙ୍କ ଭେଟଘାଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରଥମେ ମୁମ୍ବାଇର ଗୋଟିଏ ବଡ଼ ରେଷ୍ଟୁରାଣ୍ଟରେ ପରିଣୀତି ଓ ରାଘବ ଏକାଠି ଡିନର କରୁଥିବା ବେଳେ ନଜରକୁ ଆସିଥିଲେ।

କିନ୍ତୁ ଏକାଠି ଗୋଟିଏ ଟେବୁଲରେ ବସିଥିଲେ। ଉଭୟ ଧଳା ରଙ୍ଗର ଆଉଟ ଫିଟ ପିନ୍ଧି ବାହାରକୁ ବାହାରିଥିଲେ। କେବଳ ଏତିକି ନୁହେଁ, ଉଭୟ ପୁଣିଥରେ ଲଞ୍ଚ ଡେଟରେ ମଧ୍ୟ ଯାଇଥିଲେ। ସେମାନେ ଲଞ୍ଚ କରି ବାହାରୁ ଥିବା ବେଳେ କ୍ୟାମେରାରେ ସେମାନଙ୍କ ଫଟୋ କଏଦ ହୋଇଛି। ଏଥିର ପରିଣୀତି ଓ ରାଘବ ଗୋଟିଏ ଗାଡ଼ିରେ ଲଞ୍ଚ ସାରି ଯାଇଥିଲେ। କଳା ରଙ୍ଗର ଡ୍ରେସରେ ଥିବା ପରିଣୀତି କ୍ୟାମେରାକୁ ଦେଖି ସ୍ମିତ ହାସ୍ୟ ମଧ୍ୟ ଦେଇଥିଲେ। ଲଞ୍ଚ ଓ ଡିନର ପରେ ଉଭୟ ପରସ୍ପରକୁ ଡେଟିଂ କରୁଥିବା ଚର୍ଚ୍ଚା ଆରମ୍ଭ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’