Masthead

ଆସନ୍ତାକାଲି ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ, ମ୍ୟାଚ ପୂର୍ବରୁ ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆସନ୍ତାକାଲି ଭାରତ ଓ ପାକିସ୍ତାନ ହାଇଭୋଲ୍ଟେଜ ମ୍ୟାଚ । ଏ ନେଇ ଭାରତୀୟ କ୍ରିକେଟ ଦଳ ଅହମ୍ମଦାବାଦରେ ପହଞ୍ଚିଛି । ଅହମ୍ମଦାବାଦର ୧, ୩୨,୦୦୦ ଦର୍ଶକ କ୍ଷମତା ଥିବା ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍‌ । ପୂର୍ବରୁ ଶୁଭମନ ଗିଲ ମଧ୍ୟ ନେଟ୍‌ରେ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା । ତେବେ ସେ ପାକିସ୍ତାନ ବିପକ୍ଷରେ ଖେଳିବେ ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ରିପୋର୍ଟ ଅନୁସାରେ ପାକିସ୍ତାନ ବିପକ୍ଷରେ ଭାରତ ପଲ୍ଲା ଭାରି ରହିଛି । ଶେଷ ୭ଟି ବିଶ୍ବକପ ମ୍ୟାଚରେ ଭାରତ ବାଜିମାତ କରିଛି । ପାକିସ୍ତାନ ଗୋଟିଏ ବି ମ୍ୟାଚ୍‌ ଜିତି ନାହିଁ ।

ଆସନ୍ତାକାଲି ହେବାକୁ ଥିବା ମ୍ୟାଚରେ ଭାରତ ପାକିସ୍ତାନକୁ ପରାସ୍ତ କରି ପରମ୍ପରା ବଜାୟ ରଖିବାକୁ ଯୋଜନା କରିଛି । ଭାରତ ପାକିସ୍ତାନ ହାଇପ୍ରୋଫାଇଲ କ୍ରିକେଟ ମ୍ୟାଚକୁ ଦେଖିବା ପାଇଁ ବିଶ୍ବବ୍ୟାପୀ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ୧ ଲକ୍ଷ ୩୨ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ନିରାପତ୍ତା ବ୍ୟବସ୍ଥା ପାଇଁ ୧୧ ହଜାର ସୁରକ୍ଷାକର୍ମୀ ନିୟୋଜିତ ହେବେ । ୭ ହାଜର ପୋଲିସ କର୍ମୀ ଓ ୪ ହଜାର ହୋମଗାର୍ଡଙ୍କୁ ନିୟୋଜିତ କରାଯିବ । ଖେଳାଳି, ଭିଭିଆଇପି ଓ ଦର୍ଶକଙ୍କ ସୁରକ୍ଷା ପାଇଁ ଏସଆରପିଏଫସ ଆଫଏଏଫ ଓ ଏନଏସଜିଙ୍କୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ