Masthead

ଅନ୍ତର୍ଜାତୀୟ କ୍ରିକେଟରେ ୧୮ ହଜାର ରନ୍ ପୂରଣ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିଶ୍ୱକପ ଆରମ୍ଭରୁ ଚତ୍ମକାର ଫର୍ମରେ ଅଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା । ରବିବାର ଅନ୍ତର୍ଜାତୀୟ କ୍ରିକେଟରେ ୧୮ ହଜାର ରନ ପୂରଣ କରିଛନ୍ତି। ପଞ୍ଚମ ଭାରତୀୟ ଭାବେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି। ସେ ୪୫୭ତମ ମ୍ୟାଚ୍‌ରେ ୪୭୭ଟି ଇନିଂସରୁ ୧୮ ହଜାର ରନ ପୂରଣ କରିଛନ୍ତି। ରବିବାର ଲକ୍ଷ୍ନୌର ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଖେଳାଯାଇଥିବା ଆଇସିସି ଦିନିକିଆ ବିଶ୍ବକପ ୧୩ତମ ସଂସ୍କରଣ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ରୋହିତ ୪୮ ରନ କରିବା ପରେ ଏହି ମାଇଲଖୁଣ୍ଟ ଛୁଇଁଥିଲେ।

ରୋହିତଙ୍କ ପୂର୍ବରୁ ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକର, ବିରାଟ କୋହଲି, ରାହୁଲ ଦ୍ରାବିଡ ଓ ସୌରଭ ଗାଙ୍ଗୁଲି ଏହି କ୍ଲବ୍‌ରେ ସାମିଲ ହୋଇସାରିଛନ୍ତି। ୩୪୩୫୭ ରନ୍‌ ସହ ସଚିନ୍‌, ୨୬୧୨୧ ରନ୍‌ ସହ କୋହଲି, ୨୪୨୦୮ ରନ୍‌ ସହ ଦ୍ରାବିଡ ଓ ୧୮୫୭୫ ରନ୍‌ ସହ ଗାଙ୍ଗୁଲି ଯଥାକ୍ରମେ ପ୍ରଥମ, ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନରେ ଅଛନ୍ତି। ରବିବାର ମ୍ୟାଚରେ ରୋହିତ ୮୭ ରନ କରି ଆଉଟ୍‌ ହୋଇଥିଲେ। ରୋହିତ ୫୨ଟି ଟେଷ୍ଟରେ ୧୦ଟି ଶତକ ଓ ୧୫ଟି ଅର୍ଦ୍ଧଶତକ ସହ ୪୬.୫୪ ହାରରେ ୩୬୭୭ ରନ କରିଥିବା ବେଳେ ୧୪୮ଟି ଟି୨୦ରେ ୪ଟି ଶତକ ଓ ୨୯ଟି ଅର୍ଦ୍ଧଶତକ ସହ ୩୧.୩୨ ହାରରେ ୩୮୫୩ ରନ୍‌ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର