Masthead

କୁମ୍ଭୀର ଆତଙ୍କ, ୩ଦିନରେ ଗଲା ୨ ଜୀବନ

ରାଜନଗର (ବଡ଼ ଖବର ବ୍ୟୁରୋ): ବାତ୍ୟା ୟାଶ ପରେ ବଢୁଛି କୁମ୍ଭୀର ଆତଙ୍କ । ଗତ ୩ଦିନ ମଧ୍ୟରେ କୁମ୍ଭୀର ଆକ୍ରମଣରେ ୨ଜଣଙ୍କ ପ୍ରାଣ ଯାଇଛି । ଜାତୀୟଉଦ୍ୟାନ ଭିତରକନିକା ଅଞ୍ଚଳ ମଧ୍ୟରେ ଥିବା ଗାଁ ଓ ସଲଗ୍ନ ନଦୀ କୂଳରେ ବସବାସ କରୁଥିବା ଲୋକେ ଏହାକୁ ନେଇ ଏବେ ଆତଙ୍କିତ ହୋଇପଡ଼ିଛନ୍ତି । ରାଜନଗର ଭେକ୍ଟା ଗାଁର ମହିଳା ଉମାରାଣୀ ପରିଡା ଓ ପଟ୍ଟାମୁଣ୍ଡାଇ ଜଗନ୍ନାଥପୁର ଗାଁର ପୁରୁଷୋତ୍ତମ ଧଳ କୁମ୍ଭୀର ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଛନ୍ତି । ସାମୁଦ୍ରିକ ଝଡ ୟାଶ ପରେ ନଦୀନାଳକୁ କୁମ୍ଭୀର ପଶି ଆସିଥିବା ସନ୍ଦେହ ବଢିଛି ।

ସେପଟେ ଜାତୀୟଉଦ୍ୟାନ ଭିତରକନିକା ଅଞ୍ଚଳରେ ଥିବା ୪୧୦ଗାଁ ଓ ସଲଗ୍ନ ନଦୀଗୁଡିକରେ ସୁରକ୍ଷିତ ଗାଧୁଆତୁଠ ନିର୍ମାଣ ହେଉନାହିଁ । ନଦୀରେ ଗାଧୋଇବା, ବାସନକୁସନ ଧୋଇବା ଓ ପାଣିଆଣିବା ସମୟରେ ପ୍ରତିବର୍ଷ ଶତାଧିକ ଲୋକେ କୁମ୍ଭୀର ଆକ୍ରମଣର ଶିକାର ହେଉଛନ୍ତି । ବନ ବିଭାଗ ତଥ୍ୟ ଅନୁଯାଇ ୧୦ବର୍ଷ ମଧ୍ୟରେ କୁମ୍ଭୀର ଆକ୍ରମଣରେ ୧୪ଜଣଙ୍କ ପ୍ରାଣ ଯାଇଛି । ଅନ୍ୟପଟେ ୫୨ଜଣ ଆହତ ହେବାସହ ୩୬ଟି ଗୃହପାଳିତ ପଶୁ ଆକ୍ରମଣର ଶିକାର ହୋଇଛନ୍ତି । ବାସ୍ତବ କଥା ହେଲା ଅଧିକାଂଶ ଲୋକ ଓ ଗୃହପାଳିତ ପଶୁଙ୍କ ମୃତଦେହ ମିଳୁନଥିବାରୁ ନିଖୋଜ ଦର୍ଶାଯାଉଛି ।

ବନ୍ୟଜନ୍ତୁ ଆଇନ ଅନୁଯାଇ କୁମ୍ଭୀର ଆକ୍ରମଣରେ କ୍ଷତିଗ୍ରସ୍ତ ପରିବାରଙ୍କୁ କ୍ଷତିପୂରଣ ବାବଦକୁ ୪ଲକ୍ଷ ଟଙ୍କା ମିଳିବା କଥା ହେଲେ ଏହି ନିୟମ ବାଟବଣା । ଗତ ବର୍ଷ ବାଉଁଶ ଗଡ ନଦୀରେ ସାତଭାୟା ଥଇଥାନର ରଞ୍ଜନଙ୍କୁ କୁମ୍ଭୀର ଟାଣି ନେଲା ପରେ ତାଙ୍କର ମୃତଦେହ ଉଧାର ହେଲା ହେଲେ ଆଜି ଯାଏ ତାଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୁରଣ ମିଳିନାହିଁ । ଚଳିତବର୍ଷ କୋଭିଡ କଟକଣା ପାଇଁ ସଚେତନତା କାର୍ୟ୍ୟକ୍ରମ କରାଯାଇପାରିନି । ଭିତରକନିକା ଅଞ୍ଚଳସ୍ଥ ବିଭିନ୍ନ ଗାଁରେ ଗାଧୁଆତୁଠ ପାଇଁ ପ୍ରସ୍ତାବ ଯାଇଛି ଆସିଲେ ତୁରନ୍ତ କାମ ହେବ ବୋଲି କହିଛନ୍ତି ବନଖଣ୍ଡ ଅଧିକାରୀ । ବିଶେଷ କରି ମେ ଓ ଜୁନ ମାସରେ କୁମ୍ଭୀରଙ୍କ ପ୍ରଜନନ ଋତୁ ହୋଇଥିବାରୁ ଏହି ସମୟରେ କୁମ୍ଭୀର ବେଶୀ ହିଂସ୍ର ହେଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓଡ଼ିଶାକୁ ମାଡି ଆସୁଛି ପ୍ରବଳ ବର୍ଷା 🔴 ବିଜେଡିରେ କମ୍ପନ, ରାଜା-ବବି-ପାଣ୍ଡିଆନ ଫାଇଟ! 🔴 ଟପ୍ ସିକ୍ରେଟ୍ ଯୋଦ୍ଧା 🔴 ଜ୍ୟୋତିଙ୍କ ୟୁପି ଲିଙ୍କ 🔴 ଯେବେ ସିନ୍ଦୂର ବାରୁଦ ହୁଏ…. 🔴 ବିଜେଡି କର୍ମୀଙ୍କୁ ମାଡ଼ 🔴 ପହଲଗାମ ଆଟାକକୁ ମାସେ, ଆଜି ବି ମନେପଡିଲେ… 🔴 ଡଙ୍ଗା ବୁଡ଼ି ୨ ଛୁଆ ମୃତ, ମା’ ନିଖୋଜ 🔴 ପୁଣି ଓଡ଼ିଶାକୁ ଫେରିଲା କରୋନା 🔴 ମିଳିଲା ଡାଏରି, ଖୋଲିବ ଜ୍ୟୋତିଙ୍କ ଗୁମର 🔴 ଓଡ଼ିଶାକୁ ମାଡି ଆସୁଛି ପ୍ରବଳ ବର୍ଷା 🔴 ବିଜେଡିରେ କମ୍ପନ, ରାଜା-ବବି-ପାଣ୍ଡିଆନ ଫାଇଟ! 🔴 ଟପ୍ ସିକ୍ରେଟ୍ ଯୋଦ୍ଧା 🔴 ଜ୍ୟୋତିଙ୍କ ୟୁପି ଲିଙ୍କ 🔴 ଯେବେ ସିନ୍ଦୂର ବାରୁଦ ହୁଏ…. 🔴 ବିଜେଡି କର୍ମୀଙ୍କୁ ମାଡ଼ 🔴 ପହଲଗାମ ଆଟାକକୁ ମାସେ, ଆଜି ବି ମନେପଡିଲେ… 🔴 ଡଙ୍ଗା ବୁଡ଼ି ୨ ଛୁଆ ମୃତ, ମା’ ନିଖୋଜ 🔴 ପୁଣି ଓଡ଼ିଶାକୁ ଫେରିଲା କରୋନା 🔴 ମିଳିଲା ଡାଏରି, ଖୋଲିବ ଜ୍ୟୋତିଙ୍କ ଗୁମର