ସିବିଏସଇ ଦ୍ୱାଦଶ ପରୀକ୍ଷା ମୂଲ୍ୟାୟନ ପଦ୍ଧତିକୁ ସୁପ୍ରିମକୋର୍ଟରେ ଛାତ୍ରଛାତ୍ରୀଙ୍କ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ସିବିଏସଇ ଦ୍ୱାଦଶ ପରୀକ୍ଷା ମୂଲ୍ୟାୟନ ପଦ୍ଧତିକୁ ନେଇ ତେଜିଲା ଅସନ୍ତୋଷ । ସରକାରଙ୍କ ନିଷ୍ପତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲେ ୧୧୫୨ ଛାତ୍ରଛାତ୍ରୀ । ଆବେଦନକାରୀ ଛାତ୍ରଛାତ୍ରୀମାନେ ଅସନ୍ତୋଷ ଜାହିର କରିବା ସହିତ କିଛି ପ୍ରସ୍ତାବ ଦେଇଛନ୍ତି । ମୂଲ୍ୟାୟନରେ କମ୍ପାର୍ଟମେଂଟ, ଫେଲ ହୋଇ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ, ଡ୍ରପ ଆଉଟ ଓ ଘରୋଇ ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟବସ୍ଥା କରିବାକୁ ଆବେଦନକାରୀ ଦାବି କରିଛନ୍ତି । ସିବିଏସଇର ନିଷ୍ପତି ସମ୍ବିଧାନ ଦେଇଥିବା ଅଧିକାରକୁ କ୍ଷୁର୍ଣ୍ଣ କରୁଛି ବୋଲି ଦର୍ଶାଇଛନ୍ତି ଆବେଦନକାରୀ ।

ଏଥିସହ ପରୀକ୍ଷାର୍ଥୀ, ଅଭିଭାବକ, ଶିକ୍ଷକ ପାଇଁ ସ୍ୱାସ୍ଥ୍ୟ ସମ୍ପର୍କୀତ ସମସ୍ତ ସୁରକ୍ଷା ବ୍ୟବସ୍ଥା କରିବାକୁ ଆବେଦନରେ ଦର୍ଶାଇଛନ୍ତି । ଆଇନଜୀବୀ ମଞ୍ଜୁ ଜେଠଲିଙ୍କ ଜରିଆରେ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ଦ୍ୱାଦଶ ଛାତ୍ରଛାତ୍ରୀଙ୍କର କେମିତି ମୂଲ୍ୟାୟନ, କେଉଁ ଆଧାରରେ ହେବ ସେ ନେଇ ୧୭ ତାରିଖରେ ସୁପ୍ରିମକୋର୍ଟଙ୍କୁ ବିସ୍ତୃତ ତଥ୍ୟ ଦେଇଥିଲେ ସିବିଏସଇ କର୍ତୁପକ୍ଷ । ସିବିଏସଇର ଏହି ଫର୍ମୁଲାକୁ ଗ୍ରହଣ କରିଥିଲେ ସୁପ୍ରିମକୋର୍ଟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’