Masthead

ଭାରତର ଦମଦାର ବିଜୟ, ମ୍ୟାଚ ଜିତାଇଲେ ବିରାଟ-ରାହୁଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ଦିନିକିଆ କ୍ରିକେଟ୍‌ ବିଶ୍ୱକପ୍‌ରେ ଭାରତର ଦମ୍‌ଦାର ବିଜୟ । ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଛି ଭାରତ। ବିଜୟରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ବିରାଟ୍‌ କୋହଲି ଓ କେ.ଏଲ୍‌ ରାହୁଲ୍‌। ବିପର୍ୟ୍ୟୟ ପରେ ଉଭୟ ପାଳିକୁ ସମ୍ଭାଳିଥିଲେ ଓ ବିଜୟ ଦ୍ୱାରରେ ପହଞ୍ଚାଇ ଥିଲେ। ଚେନ୍ନାଇର ଚିଦାମ୍ୱାରମ୍‌ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚ୍‌ରେ ୨୦୦ ରନର ଟାର୍ଗେଟକୁ ପିଛା କରି ପଡ଼ିଆକୁ ଓହ୍ଲାଇଥିବା ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ୟ୍ୟସ୍ତ ହୋଇଥିଲା । ମିଚେଲ ଷ୍ଟାର୍କ ଓ ଜୋସ୍ ହେଜଲଉଡଙ୍କ ଆକ୍ରମଣାତ୍ମକ ବୋଲିଂ ଆଗରେ ଭାରତର ଓପନିଂ ଲାଇନ ଭୁଶୁଡ଼ି ପଡ଼ିଥିଲା  । ଦଳର ତିନି ଖେଳାଳିଙ୍କୁ ଶୂନ ରନରେ ପାଭିଲିୟନ ଫେରାଇଥିଲା ଅଷ୍ଟ୍ରେଲିଆ  ।

ଇଶାନ କିଷନ ପ୍ରଥମ ଓଭରରେ ପାଭିଲିଅନ ଫେରିଥିବାବେଳେ କ୍ୟାପଟେନ ରୋହିତ ଶର୍ମା ଓ ଶ୍ରେୟସ ଆୟାର ଶୂନ କରି ଆଉଟ ହୋଇଥିଲେ  । ପରେ ବିରାଟ କୋହଲି ଓ କେ.ଏଲ. ରାହୁଲ ଦରଦାର ପାଳି ଖେଳିବା ସହ ଭାରତର ବ୍ୟାଟିଂ ଲାଇନକୁ ଦୃଢୀଭୂତ କରି ଲମ୍ବା ସମୟ କ୍ରିଜରେ ରହିଥିଲେ ।  ଉଭୟଙ୍କ ଭାଗିଦାରୀରେ ଦଳ ବିଜୟ ଅଭିମୁଖେ ଅଗ୍ରସର ହୋଇଥିଲା  । ୩୭ ତମ ଓଭରରେ ବିରାଟ କୋହଲି ୮୫ ରନ କରି ଆଉଟ ହୋଇଥିଲେ । ପରେ ହାର୍ଦ୍ଦିକ ପାଣ୍ଡ୍ୟା ଓ କେଏଲ ରାହୁଲ ଦଳକୁ ବିଜୟ ଆଡକୁ ଅଗ୍ରସର କରାଇଥିଲେ । ଶେଷରେ ୪୧ ଓଭର ୨ଟି ବଲରେ ଭାରତ ବିଜୟ ଲାଭ କରିଥିଲା । ଛକା ମାରି ଭାରତକୁ ବିଜୟ ଭେଟି ଦେଇଥିଲେ କେଏଲ ରାହୁଲ  ।

ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା କଙ୍ଗାରୁବାହିନୀ । ଭାରତର ବୋଲିଂ ଆଗରେ ଧରାସାୟୀ ହୋଇଥିଲେ ଅଷ୍ଟ୍ରେଲିଆ ବ୍ୟାଟର୍ । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ବୋଲରଙ୍କ ଆଟାକିଂ ମୁଡ୍ ଦେଖିବାକୁ ମିଳିଥିଲା । କୌଣସି ବି ବ୍ୟାଟର୍ ଅର୍ଦ୍ଧଶତକୀୟ କରିପାରିନଥିଲେ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା କଙ୍ଗାରୁବାହିନୀ। କିନ୍ତୁ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ଧରାସାୟୀ ହୋଇଛନ୍ତି ଅଷ୍ଟ୍ରେଲିଆ। ୪୯.୩ ବଲରେ ସମସ୍ତ ୱିକେଟ୍ ହରାଇ ଦଳ ସଂଗ୍ରହ କରିଛି ୧୯୯ ରନ୍। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ୩ଟି ୱିକେଟ୍‌ ନେଇଥିବା ବେଳେ ଯଶପ୍ରୀତ ବୁମ୍ରା ଓ କୁଲଦୀପ୍‌ ଦୁଇଟି ଲେଖାଏଁ ନେଇଥିଲେ। ସେହିପରି ମହମ୍ମଦ ସିରାଜ, ରବିଚନ୍ଦ୍ରନ ଅଶ୍ୱିନ ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି